
Ganjam - ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଅମାନୁଷିକ ଭାବେ ହତ୍ୟା
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଅପରାଧ ନିୟନ୍ତ୍ରଣ ରେ ଗଞ୍ଜାମ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଳତା । ଗତ ଦୁଇ ସପ୍ତାହରେ ପୋଲିସର ସ୍ପେଶାଲ ଡ୍ରାଇଭରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ସାଙ୍ଗକୁ ୧୬ ଟି ମୋବାଇଲ ଜବତ ହୋଇଛି । ଏହା ସହ ଏ ସଂକ୍ରାନ୍ତରେ ୧୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇ.ଜି ନିତିଶ ଶେଖର। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି। ଆବଶ୍ୟକ ସ୍ଥଳେ ରିମାଣ୍ଡରେ ଆଣି ତଦନ୍ତ କରାଯିବା ସହ ବ୍ରହ୍ମପୁର ରେ ମଧ୍ୟ ରେଡ୍ ହେବ ବୋଲି ସୁଚନା ଦେଇଛନ୍ତି ଆଇ ଜି ।
ରାଜନହର ଟ୍ରାଫିକ ପୋଷ୍ଟ ର ଶୁଭ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଯାଉଥିବା ବେଳେ ତାହାର ନିରାକରଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି। ଆଜି ପ୍ରାୟ ଦଶଟା ବେଳେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ରାଜ ନହର ତଥା ଜଗନ୍ନାଥ ମନ୍ଦିର , କଲେଜ ଛକ ଟ୍ରାଫିକ ପୋଷ୍ଟ ଟି ର ରିବିନ କାଟି ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଏସ ଡି ପି ଓ ମାଧବାନନ୍ଦ ନାୟକ ଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ପୋଲିସ ବିଭାଗ ।