Back
Gajapati761017blurImage

Ganjam - ଗଜପତି ଜିଲ୍ଲା ଦୁର୍ଗମାଞ୍ଚଳ ରେ ଅବସ୍ଥିତ ରଣ୍ଡିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପାସ ହାର ଶତ ପ୍ରତିଶତ ରହିଛି

PREMANANDA PUJARI
May 03, 2025 13:56:10
Chandiput, Odisha
ଗଜପତି ଜିଲ୍ଲା ଦୁର୍ଗମାଞ୍ଚଳ ରେ ଅବସ୍ଥିତ ରଣ୍ଡିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ମାଟ୍ରିକ ପାସ ହାର ଶତ ପ୍ରତିଶତ ରହିଛି । ଜଣେ ଛାତ୍ର ସର୍ବାଧିକ 546ନମ୍ବର ରଖି ଏ ୱାନ ସ୍ଥାନ ହାସଲ କରିଥିବା ବେଳେ ବିଦ୍ୟାଳୟରେ ଖୁସିର ମହଲ ସୃଷ୍ଟି ହୋଇଛି । ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରଷ୍ପର କୁ ମିଠା ଖୁଆଇ ଅଭିବାଦନ‌ ଜଣାଇଛନ୍ତି। ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ମାନର ପାଠ ପଢା ଯାଉନଥିବା କହି ଅନେକ ଅଭିଭାବକ ବେସରକାରୀ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରି ନାନାଦି ଖର୍ଚ୍ଚାନ୍ତ ହେଉଥିବା ନଜର ରହିଥିବା ବେଳେ ଚଳିତ ବର୍ଷ ଆଦିବାସୀ ଉପାନ୍ତ ଅଞ୍ଚଳରେ ଏଭଳି ପାଠ ପଠା ସମସ୍ତଙ୍କ ମନରେ ଉତ୍ସାହ ର ଲହରୀ ଖେଳାଇଛି । ତେବେ ବିଦ୍ୟାଳୟରେ ଏ ସମ୍ପର୍କିତ ସବିଶେଷ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରେମାନନ୍ଦ ପୂଜାରୀ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com