Back
Ganjam760004blurImage

Ganjam - ଗଞ୍ଜାମ ପୋଲିସର ବଡ ସଫଳତା: ୧୭ଟି ମାଉଜର ଓ ୬୬ଟି ଅଫୁଟା ଗୁଳି ଜବତ

PREMANANDA PUJARI
May 04, 2025 10:28:21
Brahmapur, Odisha

ଅପରାଧ ନିୟନ୍ତ୍ରଣ ରେ ଗଞ୍ଜାମ ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଳତା । ଗତ ଦୁଇ ସପ୍ତାହରେ ପୋଲିସର ସ୍ପେଶାଲ ଡ୍ରାଇଭରେ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି ସାଙ୍ଗକୁ ୧୬ ଟି ମୋବାଇଲ ଜବତ ହୋଇଛି । ଏହା ସହ ଏ ସଂକ୍ରାନ୍ତରେ ୧୮ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇ.ଜି ନିତିଶ ଶେଖର। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଅନେକ ଅପରାଧିକ ମାମଲା ରହିଛି। ଆବଶ୍ୟକ ସ୍ଥଳେ ରିମାଣ୍ଡରେ ଆଣି ତଦନ୍ତ କରାଯିବା ସହ ବ୍ରହ୍ମପୁର ରେ ମଧ୍ୟ ରେଡ୍ ହେବ ବୋଲି ସୁଚନା ଦେଇଛନ୍ତି ଆଇ ଜି ।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com