Back
गंजाम के सात गांवों ने नदी का मुंह खोला, मछुआरों की जीविका बचाने का अभियान
PPPREMANANDA PUJARI
Oct 31, 2025 13:33:15
Tehran, Tehran Province
ମୁହାଣ ଖୋଳିଲେ ୭ ଗାଁର ଲୋକେ, ମତ୍ସ୍ୟଜୀବୀମାନେ ଏକାଠି ହୋଇ ନେଲେ ଏଭଳି ପଦକ୍ଷେପ ।
ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନଙ୍କୁ ଗୁହାରି କରି ମଧ୍ୟ କୌଣସି ପଦକ୍ଷେପ ନ ମିଳିବା ପରେ ଶେଷରେ ଏକଜୁଟ ହେଲେ ୭ ଗ୍ରାମବାସୀ। ଗଞ୍ଜାମ ବ୍ଲକ୍ର ୭ ଖଣ୍ଡ ଗ୍ରାମର ଲୋକ ଓ ମତ୍ସ୍ୟଜୀବୀମାନେ ନିଜେ ଶ୍ରମକରି ଋଷିକୁଲ୍ୟା ମୁହାଣକୁ ଖୋଳିବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
ଗତ କିଛି ମାସ ଧରି ମୁହାଣ ବନ୍ଦ ହେଇଯାଇଥିବାରୁ ନଦୀର ପାଣି ବଢ଼ି ଗ୍ରାମଗୁଡ଼ିକରେ ଜଳଜମା ଓ ମାଛ ଧରା କାମକୁ ଗୁରୁତର ପ୍ରଭାବିତ କରିଆସୁଥିଲା। ମତ୍ସ୍ୟଜୀବୀମାନଙ୍କ ଜୀବିକା ଅସୁବିଧାରେ ପଡ଼ିଥିଲା। ସରକାରୀ ସହାୟତା ନ ମିଳିବା ପରେ ଗାଁର ଲୋକମାନେ ଏକତ୍ର ହୋଇ ନିଜେ ମିଳିମିଶି ମାଟି କାଟି ମୁହାଣ ଖୋଳିବା ଅଭିଯାନ ଆରମ୍ଭ କରିଛନ୍ତି。
ଗ୍ରାମବାସୀମାନେ କହିଛନ୍ତି ଯେ, “ସରକାର ଓ ପ୍ରଶାସନ ଯଦି ଆଗୁଆନ ହୋଇଥାନ୍ତେ ଆମେ ଏମିତି ଜୋଗାଡ଼ି ମୁହାଣ ଖୋଳିବାକୁ ପଡ଼ୁନଥାନ୍ତା। ଜୀବିକା ରକ୍ଷା ପାଇଁ ଏହା ଆମର ଅନିବାର୍ୟ ପଦକ୍ଷେପ।”
ଏହି ପ୍ରୟାସ ପରେ ଜିଲ୍ଲାର ୫ଟି ବ୍ଲକ୍ ଛତ୍ରପୁର, ଗଞ୍ଜାମ, ହିଞ୍ଜିଳିକାଟୁ, ଆସିକା ଓ ପୁରୁଷୋତ୍ତମପୁର ଉପରୁ ବନ୍ୟା ଆବହା ସ ଆଂଶିକ ଭାବେ ଟଳିଯାଇଛି। ବନ୍ୟା ନିୟନ୍ତ୍ରଣ ଓ ଜୀବନଜୀବିକା ସୁରକ୍ଷାକୁ ପ୍ରାଥମିକତା ଦେଇ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏଭଳି ମହତ କାର୍ଯ୍ୟ ପାଇଁ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।
ମତ୍ସ୍ୟଜୀବୀମାନଙ୍କ କହିବାନୁସାରେ, ଯଦି ନଦୀ ଓ ସମୁଦ୍ରର ମିଶ୍ରଣସ୍ଥଳ (ମୁହାଣ) ସାଧାରଣ ଭାବେ ଖୋଲା ରହିବ ତା'ହେଲେ ନଦୀର ଜଳପ୍ରବାହ ସୁଗମ ହୋଇପାରିବା ସହ  ନଦୀମୁହଁରେ ଜଳ ଜମା ହେବନି। ଏହାସହ ପ୍ରତିବର୍ଷ ବନ୍ୟା ଆଶଙ୍କା ଯଥେଷ୍ଟ ଭାବେ କମିବା ସହ ଜଳସ୍ତର ବି ନିୟନ୍ତ୍ରଣରେ ରହିବା । ସେହିପରି ମୁହାଣ ଖୋଳିଲେ ମତ୍ସ୍ୟଜୀବୀଙ୍କ ଜୀବିକା ସୁରକ୍ଷିତ ରହିବା ସହ  ନଦୀ ଓ ସମୁଦ୍ର ମଧ୍ୟରେ ସୁଗମ ଜଳପ୍ରବାହ ଯୋଗୁଁ ମାଛ ଧରିବା ଅଧିକ ସୁବିଧାଜନକ ହେବା ସାଙ୍ଗକୁ ମତ୍ସ୍ୟ ଉତ୍ପାଦନ ବି ବଢ଼ିବ ।
କିନ୍ତୁ ପରିତାପର ବିଷୟ ହେଉଛି, ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କାରାହୁଆଯାଉଥିଲେ ହେଁ, କୌଣସି ସୁଫଳ ମିଳିପାରୁନି। ଫଳରେ ଗ୍ରାମବାସୀ ଓ ମତ୍ସ୍ୟଜୀବୀ ନିଜେ ଏହି ମିଳିତ ପ୍ରୟାସ ଆରମ୍ଭ କରି ନିଘୋଡ଼ ନିଦରେ ଶୋଇଥିବା ସରକାର ଙ୍କ ପ୍ରଶାସନିକ ବ୍ୟବସ୍ଥା କୁ ଚେତେଇ ଦେଇଛନ୍ତି । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଋଷିକୁଲ୍ୟା ନଦୀର ଜଳସ୍ତର ବିପଦସଙ୍କେତ ଉପରେ ରହିଥିଲା । ଯାହାଫଳରେ ଗ୍ରାମବାସୀମାନେ ନିଜ ସୁରକ୍ଷା କୁ ଦୃଷ୍ଟିରେ ରଖି ନିଜ ଉଦ୍ୟମରେ ନଦୀ ମୁହାଣ ଖୋଳିଥିବା କହିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
कोरबा के पासरखेत में 13 फीट का विशालकाय किंग कोबरा: ग्रामीणों में दहशत, वन विभाग ने किया सुरक्षित रे
0
Report
0
Report
SJSantosh Jaiswal
FollowOct 31, 2025 19:03:020
Report
ADASHISH DWIVEDI
FollowOct 31, 2025 19:02:470
Report
KLKANHAIYA LAL SHARMA
FollowOct 31, 2025 19:02:310
Report
RKRampravesh Kumar
FollowOct 31, 2025 19:02:130
Report
RKRakesh Kumar Bhardwaj
FollowOct 31, 2025 19:01:530
Report
PCPranay Chakraborty
FollowOct 31, 2025 19:01:380
Report
HHHarvinder Harvinder
FollowOct 31, 2025 19:01:230
Report
VKVIJAY KUMAR2
FollowOct 31, 2025 19:00:560
Report
NCNITIN CHAWRE
FollowOct 31, 2025 19:00:410
Report
NCNITIN CHAWRE
FollowOct 31, 2025 19:00:160
Report
RKRakesh Kumar
FollowOct 31, 2025 18:48:450
Report
HBHemang Barua
FollowOct 31, 2025 18:48:220
Report
VKVIJAY KUMAR2
FollowOct 31, 2025 18:48:080
Report
 Dr Kamal Kishor Sharma
Dr Kamal Kishor Sharma Shiv Srivastava
Shiv Srivastava