Back
हिंदी में चौंकाने वाला खुलासा: पारला खेमुण्डि थाने ने पांच चोरी के मामलों का किया खुलासा
PPPREMANANDA PUJARI
Jan 05, 2026 13:46:37
Tehran, Tehran Province
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ ସଫଳତା।ପାରଳାଖେମୁଣ୍ଡି ଠାରେ ଟିପି ଏସ ଓ ଡି ଏଲ ରେ କାର୍ଯ୍ୟରତ ଜଣେ କର୍ମଚାରୀ ଓ ତାର ସହଯୋଗୀ ମିଶି ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ଚୋରି କରୁଥିବା ଘଟଣାକୁ ନେଇ ଆଜି ପାରଳାଖେମୁଣ୍ଡି ପୋଲିସ ଫର୍ଦ ଫାସ କରିଛି।ଗତ ୨୦୨୦-୨୦୨୨ ଡେସେମ୍ବର ମାସ ୧୨ ତାରିଖ ଦିନ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଙ୍କ ଘରେ ପରିବାର ଲୋକଙ୍କ ଅनୁପସ୍ଥିତ ସୁଯୋଗ ନେଇ ସନ୍ଧ୍ୟା ୮ଘଣ୍ଟା ସମୟରେ ଘରର ସ୍କାଇ ଲାଇଟ ଭାଙ୍ଗି ଘର ଭିତରକୁ ପଶି ଲକର ଭାଙ୍ଗିବା ସହ କିଛି ସୁନା ଗହଣା ଏବଂ ୨୫ ହଜାର ନଗଦ ଚୋରି ହୋଇଥିବା ନେଇ ଡିସେମ୍ବର ୧୩ ତାରିଖ ଦିନ ଥାନାରେ ଅଭିଯୋଗ ହୋଇଥିଲା।ଏହାପରେ ପାରଳାଖେମୁଣ୍ଡି ସହର ଭିତରେ ଗଜେନ୍ଦ୍ର ସାହିରଗୋଟିଏ ସୁନା ଦୋକାନ ଏବଂ କୁମୁଟି ସାହିର ଜଣେ ସମ୍ଭାନ୍ତ ଲୋକଙ୍କ ଘରେ ଏବଂ ଗୁରାଣ୍ଡି ଥାନା ଅନ୍ତର୍ଗତ ଏମ ଏନ ପେଟା ଗ୍ରାମରେ ଦିନ ଦ୍ଵିପହରରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।ପାରଳାଖେମୁଣ୍ଡି ସହରର ସୁନା ଦୋକାନରେ ଚୋରି ହୋଇଥିବା ଘଟଣାରେ ୧୦କିଲୋ ରୁପା ଗହଣା ସହ ୩୩ ଗ୍ରାମ ସୁନା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା ସେହିପରି ପାରଳାଖେମୁଣ୍ଡି ସହରର କୁମୁଟି ସାହିରେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ଚୋରି ଘଟଣାରେ ଦେଢ଼ କେଜି ରୁପା ସହ ୪୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଥିଲା।ତେବେ ଘଟଣାରେ ଆଳୁ ଖୋଜୁ ଖୋଜୁ ମହାଦେବ ବାହାରିବା ଭଳି ସାମ୍ବାଦିକ ଙ୍କ ଚୋରି ଘଟଣାକୁ ନେଇ ତଦନ୍ତ କରିବା ସମୟରେ ସହରରେ ଘଟିଥିବା ଅନ୍ୟ ତିନୋଟି ଘଟଣାର ସମାନ ରୂପକ ଘଟଣା ବିଧି ଦେଖିବାକୁ ମିଳିଥିଲା ପାରଳାଖେମୁଣ୍ଡି ପୋଲିସକୁ।ତଦନ୍ତ ବେଳେ ସି ସି ଟିଭି ଫୁଟେଜ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ପୋଲିସ ଦୁଇ ଜଣ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।ସେହି ଦୁଇ ଜଣ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡି କଣ୍ଡର ସାହିର ଦୁର୍ଗା ପ୍ରସାଦ ବେନିଆ ଓ ଦେବୀ ମଣ୍ଡଳ।ଏମାନଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ଟିପିଏସ୍ଡ଼ିଏଲ ର ମିଟର ରିଡର ଭାବେ କାର୍ଯ୍ୟରତ ଥିଲେ ମିଟର ରିଡିଙ୍ଗ ନେବା ସମୟରେ ପାରିବାରିକ ଅନୁପସ୍ଥିତି ଘଟଣାକୁ ସଠିକ ରୂପ ଦେବା ପାଇଁ ସମସ୍ତ କୌଶଳ ଅପଣାଇ ଦୁଇଜଣ ଅଭିଯୁକ୍ତ ପାରଳାଖେମୁଣ୍ଡି ସହରରେ ଘଟିଥିବା 3 ଗୋଟି ଘଟଣା ଏବଂ ଗୁରାଣ୍ଡି ଥାନା ଅନ୍ତର୍ଗତ ଏମ ଏନ ପେଟା ଠାରେ ସଫଳତାର ସହ ଲୁଟ କରିଥିଲେ।ଏହାପରେ ଏହି ଦୁଇ ଅଭିଯୋକ୍ତ ଲୁଟ ସୁନା ଗହଣାକୁ ନେଇ ମୁଥୁଡ ଫାଇନେନ୍ସ କମ୍ପାନୀରେ ବନ୍ଧକ ରଖି ଲକ୍ୟାଧିକ ଟଙ୍କା ଋଣ ନେଇଥିବା ପୋଲିସ ତଦନ୍ତରୁ ଜଣା ପଡ଼ିଛି।ତେବେ ଅଭିଯୁକ୍ତ ଙ୍କ ପାଖରୁ ୧୧୪ଗ୍ରାମ ସୁନା,୯ କିଲୋ ରୁପା, ନଗଦ ୩୩ ହଜାର ଟଙ୍କା,୨ଟି ମୋବାଇଲ ଫୋନ, ଗୋଟିଏ ହରଲ୍ଲି ଡେଭିଡ଼ ସନ ବାଇକ ସହ ଗୋଟିଏ ସ୍କୁଟି ଜବତ କରିଛି ପୋଲିସ।ତେବେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସ୍ପି ଜାତୀନ୍ଦ୍ର ପଣ୍ଡା ଚୋରି ଘଟଣାର ସବିଶେଷ ତଥ୍ୟ ଉପସ୍ଥାପନ କରିଛନ୍ତି।ଏହି ଘଟଣାରେ ବରିଷ୍ଠ ସାମ୍ବାଦିକଙ୍କ ଘରୁ ଚୋରି ହୋଇଥିବା ପ୍ରାୟ ସମସ୍ତ ଜିନିଷ ଫେରି ପାଇଥାନ୍ତିାରୁ ସାମ୍ବାଦିକ ଦ୍ଵିଜେନ ପାଢ଼ୀ ଗଜପତି ପୋଲିସ ର କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଭନ୍ତି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
1
Report
SCSUBIR CHATTERJEE
FollowJan 07, 2026 04:52:390
Report
NKNished Kumar
FollowJan 07, 2026 04:52:090
Report
MSManish Sharma
FollowJan 07, 2026 04:51:590
Report
RKRavi Kumar
FollowJan 07, 2026 04:51:380
Report
TSTushar Srivastava
FollowJan 07, 2026 04:51:16Lucknow, Uttar Pradesh:राजधानी लखनऊ के एरा मेडिकल कॉलेज के 13 डॉक्टर और 2 मालिकों के खिलाफ लापरवाही धोखाधڑی समेत कई गंभीर धाराओं में ठाकुरगंज थाने में एफआईआर दर्ज
0
Report
ASAshok Singh Shekhawat
FollowJan 07, 2026 04:51:050
Report
BSBHUPENDAR SINGH SOLANKI
FollowJan 07, 2026 04:50:410
Report
DSDurag singh Rajpurohit
FollowJan 07, 2026 04:50:170
Report
VAVijay Ahuja
FollowJan 07, 2026 04:49:220
Report
BPBHUPESH PRATAP
FollowJan 07, 2026 04:48:560
Report
AKAtul Kumar Yadav
FollowJan 07, 2026 04:48:400
Report
KAKAYESH ANSARI
FollowJan 07, 2026 04:48:120
Report