Back
कुचिंडा हत्या कांड: महिला ने पति रामलाल अग्रवाल पर पिटाई कर हत्या का आरोप
ANAJAY NATH
Oct 05, 2025 12:01:20
Sambalpur, Odisha
କୁଚିଣ୍ଡା ରେ ହତ୍ୟାକାଣ୍ଡ | ସ୍ଵାମୀଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ| ଦଶହରା ଦଶମୀ ରାତିରେ ସର୍ବ ସମ୍ମୁଖରେ କୁଚିଣ୍ଡା ର କପଡା ବ୍ୟବସାୟୀ ରାମଲାଲ ଅଗ୍ରୱାଲ ପିଟିଲେ ଓ ପରେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ସ୍ତ୍ରୀ|ଘଟଣା ଟି ଏହିଭଳି| ଗତ ଦୁଇ ତାରିଖରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ରେ ଘଟିଛି ଏହି ହତ୍ୟା କାଣ୍ଡ |ସର୍ବସାଧାରଣ ସ୍ଥାନରେ ପିଟି ପିଟି ମାରିଦେଇ ଥିବା ଅଭିଯୋଗ ଆଣିଲେ ମୃତକ ଙ୍କ ସ୍ତ୍ରୀ। କପଡା ଦୋକାନ ସମ୍ମୁଖରେ बେଲୁନ ବିକାକୁ ବିରୋଧ କରି ବେଲୁନ ବିକାଳୀକୁ ହତ୍ୟା କରାଯାଇଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ । କୁଚିଣ୍ଡା ପୋଲିସ ଏ ନେଇ କୁଚିଣ୍ଡା ଥାନାରେ କେଶ ନମ୍ବର ୨୭୯/୨୫ ରେ ଏକ ମାମଲା ରୁଜୁ କରାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି କୁଚିଣ୍ଡା SDPO |ଏହି ହତ୍ୟା ଘଟଣା ର ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଉ ଥିବା ପ୍ରକାଶ କରିଛନ୍ତି କୁଚିଣ୍ଡା ଉପଖଣ୍ଡ ଅଧିକାରୀ ପ୍ରଦୀପ ଦାଶ। ମୃତକ ଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାଇ ଅକ୍ଟୋବର ୨ ତାରିଖ ରେ ଦଶହରା ରାତିରେ କୁଚିଣ୍ଡା ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ରାମଲାଲ ଅଗ୍ରୱାଲ ଙ୍କ କପଡା ଦୋକାନ ସମ୍ମୁଖରେ ତାଙ୍କ ସ୍ୱାମୀ ଗୁଡ୍ଡୁ ରଜକ ଏକ ବେଲୁନ ଦୋକାନ ଲଗାଇଥିଲେ ହେଲେ ଏହି ବେଲୁନ ଦୋକାନକୁ ବିରୋଧ କରି ରାମଲାଲ ଏବଂ ଗୁଡ୍ଡୁ ରଜକ ମଧ୍ୟରେ କଥା କଟି ହୋଇଥିଲା ଏବଂ ଏହାକୁ କେନ୍ଦ୍ର କରି ରାମଲାଲ ଏବଂ ତାଙ୍କ ଅନ୍ୟ ସାଥି ମାନେ ତାଙ୍କୁ ମାଡ଼ ମାରି ଥିଲେ ଯାହା ଫଳରେ ଗୁଡ୍ଡୁ ଘଟଣା ସ୍ଥଳରେ ଚେତାଶୂନ ହୋଇଯାଇଥିଲେ। ଏହି ସମୟରେ କୁଚିଣ୍ଡା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅଚେତ ଥିବା ଗୁଡ୍ଡୁ କୁ ନେଇ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ରେ ଭର୍ତି କରିଥିଲେ ଓ ଚିକିତ୍ସା ଧୀନ ଅବସ୍ଥାରେ ଗୁଡ୍ଡୁ ମୃତ୍ୟୁ ବରଣ କରିଥିଲେ। ପରେ ମୃତକ ଗୁଡ୍ଡୁ ଙ୍କ ସ୍ତ୍ରୀ କୁଚିଣ୍ଡା ଥାନାରେ ରାମଲାଲ ଅଗ୍ରୱାଲ ଏବଂ ତାଙ୍କ ସହଯୋଗୀ ଙ୍କ ନାଁ ରେ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଘଟଣା କୁ ତିନି ଦିନି ବିତିଯାଇଥିବା ବେଳେ କୁଚିଣ୍ଡା ପୋଲିସ କେବଳ ରାମଲାଲ କୁ ଧରିବାରେ ସଫଳ ହେଇଛି। ଅନ୍ୟ ପକ୍ଷରେ ରାମଲାଲ ଙ୍କ ଦେହ ଅସୁସ୍ଥତା ଯୋଗୁଁ ତାଙ୍କୁ ପୋଲିସ ନଜରେ ରଖି କୁଚିଣ୍ଡା ଡାକ୍ତରଖାନା ରେ ଚିକିତ୍ସା କରାଯାଉଥିବା ମଧ୍ୟ ପୋଲିସ ପକ୍ଷରୁ ଜଣା ପଡିଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
ASARUN SINGH
FollowOct 05, 2025 14:04:220
Report
PKPravesh Kumar
FollowOct 05, 2025 14:04:090
Report
ACAshish Chaturvedi
FollowOct 05, 2025 14:03:590
Report
AOAjay Ojha
FollowOct 05, 2025 14:03:490
Report
DSDevendra Singh
FollowOct 05, 2025 14:03:390
Report
SKSundram Kumar
FollowOct 05, 2025 14:03:310
Report

0
Report
DSDevendra Singh
FollowOct 05, 2025 14:02:480
Report
MSMrinal Sinha
FollowOct 05, 2025 14:02:380
Report
MKMUKESH KUMAR
FollowOct 05, 2025 14:02:230
Report
ASAmit Singh
FollowOct 05, 2025 14:01:560
Report
NKNished Kumar
FollowOct 05, 2025 14:01:400
Report
MKMANTUN KUMAR ROY
FollowOct 05, 2025 14:01:290
Report
ANAbhishek Nirla
FollowOct 05, 2025 14:01:100
Report