Back
श्री जगन्नाथ मंदिर के विकास पर बड़े निर्णय, बैठक में उजागर हुई योजनाएं
SMSanjay Mohapatra
Oct 15, 2025 10:16:22
Puri, Odisha
Gajapati Cultural Meeting
ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ କମିଟିର ଯୁଗ୍ମ ବୈଠକ ଅନୁଷ୍କିତ୍ ହୋଇଯାଇଛି। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଡ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଉପସ୍ଥିତ ଥିଲେ। ପ୍ରକଳ୍ପ ସହିତ ଜଡିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ୧୫ ଜଣ ସଦସ୍ୟ ଏହି କମିଟି ରେ ଥିବାବେଳେ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସଙ୍ଗ ନେଇ ବୈଠକରେ ଆଲୋଚନା ହୋଇଥିଲା। ତେବେ ଶ୍ରୀଜଗନ୍ନାଥ ଧିମ୍ କୁ ଏକ ଶ୍ରେଷ୍ଠ ଧାର୍ମିକ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଦ୍ୱାରା ଅନ୍ୟାନ୍ୟ ପ୍ରକଳ୍ପକୁ ନେଇ ସାଂସ୍କୃତିକ ଏବଂ ବୈଷୟିକ ଦିଗ ପ୍ରତି ଆଳୋଚନା ହୋଇଥିଲା। ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନର ଉନ୍ନତି କରଣ, ଶ୍ରୀମାର୍ଗର ଉନ୍ନତିକରଣ ଓବିସିସି ଦ୍ବାରା କରାଯିବ। ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ୍ ସେଣ୍ଟର ରକ୍ଷଣାବେକ୍ଷଣ, ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ, ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ, ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀମନ୍ଦିର ନୂତନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀମନ୍ଦିର ସେବକ ବାସଗୃହ ପ୍ରକଳ୍ପ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପୂର୍ଣ୍ଣ ଓ ଏହାର ରକ୍ଷଣାବେକ୍ଷଣ, ବଡ଼ଦାଣ୍ଡ ଉନ୍ନତିକରଣ, ଶ୍ରୀମନ୍ଦିର ୭୫ ମିଟର ଜୋନ୍ ବାହାରେ ଅନ୍ନ କ୍ଷେତ୍ର ନିର୍ମାଣ, ଶ୍ରୀମନ୍ଦିର ହୋମଯଜ୍ଞ ପ୍ରକଳ୍ପ, ଶ୍ରୀମନ୍ଦିର ନାମଯଜ୍ଞ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଆସନ୍ତା ଡ଼ିସେମ୍ବର ଶେଷ ସୁଦ୍ଧା ସରିବ SHRIJAGANNATH BULLAV PILIGRIM CENTER କାର୍ୟ। २०२६ ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ୟ ଶେଷ ହେବ। ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସମସ୍ତ କାର୍ଯ୍ୟ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତିକରଣ ହୋଇଥିବାବେଳେ ଏହାର ଚତୁଃପାର୍ଶ୍ଵର ଉନ୍ନତି କରଣ ଏବଂ ସଉନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନିଆଯିବ। ସେବକମାନଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ମାଟି ତୋଟାରେ ଆଦର୍ଶ ଗୁରୁକୁଳ ନିର୍ମାଣ ହେବ। ଏନେଇ ଥିବା ଜମିଜମା ବିବାଦର ସମାଧାନ ଜିଲ୍ଲାପାଳ କରିବେ। ଶ୍ରୀମନ୍ଦିରକୁ ଐତିହ୍ୟ ଆଲୋକୀକରଣ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଏଏସଆଇ ସହିତ ଆଲୋଚନା କରାଯାଇ ମୁଖ୍ୟ ମନ୍ଦିରକୁ ଛାଡ଼ି ମେଘନାଦ ପାଚେରୀ ଏବଂ ଅନ୍ୟାନ୍ୟ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିରକୁ ଆଲୋକୀକରଣ କରାଯିବ। ଶ୍ରୀମନ୍ଦିର ନାଟମଣ୍ଡପ କୁ ଶୀତତାପ ନିୟନ୍ତ୍ରିତ କରାଯିବାକୁ ଥିବାବେଳେ ଏନେଇ ଟେଣ୍ଡର ପ୍ରକ୍ରିୟା ସରିଛି। ଶ୍ରୀମନ୍ଦିର ଭିତରେ ଥିବା ସମସ୍ତ ଲୁହା ବ୍ୟାରିକେଡ଼ ଗୁଡ଼ିକ ଅପସରଣ କାରାଯାଇ ପିତ୍ତଳ ବ୍ୟାରିକେଡ଼ ସ୍ଥାପନା କାର୍ଯ୍ୟ ଜାରି ରହିଛି। ନିଳାଦ୍ରୀ ଭକ୍ତ ନିବାସ ପଛରେ ଥିବା ସ୍ଥାନରେ ଏକ ନୂଆ ଭକ୍ତ ନିବାସ ସ୍ଥାପନା ହେବ। ଶ୍ରୀମନ୍ଦିରରେ ଭିତରେ ପଲିଥିନ ବ୍ୟବହାର ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହା ବଦଳରେ ପରିବେଶ ଅନୁକୂଳ ବ୍ୟାଗ ବ୍ୟବହାର କରାଯିବ। ଶ୍ରୀମନ୍ଦିର ভିତରେ ପୋଲିସ ଏବଂ ଶ୍ରୀମନ୍ଦିର କର୍ମଚାରୀ ଓ ସେବାୟତ ଙ୍କ ପାଇଁ ସମ୍ପୂର୍ଣ୍ଣ ମୋବାଇଲ ବ୍ୟବହାର ନେଇ ଲାଗୁ ହେବ କଟକଣା। ନୀତି ସହିତ ସମ୍ପୃକ୍ତ ଥିବା ସେବାୟତ ମାନେ କେବଳ ଶ୍ରୀମନ୍ଦିର ଭିତରେ ଥିବା ଗାରଦ ଏବଂ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବ୍ୟବହାର କରିପାରିବେ। ସାର୍ବଜନୀନ ସ୍ଥାନରେ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ।
ବାଇଟ୍- ଅରବିନ୍ଦ ପାଢୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
বାଇଟ୍- ଦିବ୍ୟସିଂହ ଦେବ, ଗଜପତି ମହାରାଜା
ବାଇଟ୍- ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ସଦସ୍ୟ, ଶ୍ରୀମନ୍ଦିର ପରିଚାଳନା କମିଟି
6
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASAJEET SINGH
FollowOct 15, 2025 12:37:580
Report
MGMohd Gufran
FollowOct 15, 2025 12:37:020
Report
STSharad Tak
FollowOct 15, 2025 12:36:190
Report
VPVinay Pant
FollowOct 15, 2025 12:35:480
Report
MJManoj Joshi
FollowOct 15, 2025 12:35:260
Report
MJManoj Joshi
FollowOct 15, 2025 12:35:00Chandigarh, Chandigarh:चंडीगढ़ के सेक्टर 25 के शमशान घाट में हरियाणा के ADGP Y पूरण कुमार का संस्कार कर दिया गया है
0
Report
SDShankar Dan
FollowOct 15, 2025 12:32:580
Report
HDHARSH DWIVEDI
FollowOct 15, 2025 12:32:140
Report
AMALI MUKTA
FollowOct 15, 2025 12:31:530
Report
MGMohd Gufran
FollowOct 15, 2025 12:31:290
Report
GBGovindram Bareth
FollowOct 15, 2025 12:30:420
Report
PSPIYUSH SHUKLA
FollowOct 15, 2025 12:30:280
Report
AKAshok Kumar1
FollowOct 15, 2025 12:30:090
Report
PPPrakash Pandey
FollowOct 15, 2025 12:29:402
Report
WMWaqar Manzoor
FollowOct 15, 2025 12:29:102
Report