Back
कोणार्क उत्सव में ओड़िया-कथक नृत्य ने दर्शकों को मोहा, महाराज परिवार ने सम्मान दिया
SMSanjay Mohapatra
Dec 06, 2025 09:01:06
Puri, Odisha
ବିଶ୍ଵ ଦେଖିଲା ଓଡ଼ିଆ ସଂସ୍କୃତିର ଝଲକ ।ଓଡ଼ିଶୀ ଓ କଥକ ନୃତ୍ୟର ତାଳେ ତାଳେ ଝୁମିଲେ ଦର୍ଶକ । ମହାମହିମ ରାଜ୍ୟପାଳଙ୍କ କରକମଳରେ ଉଦ୍ଜାପିତ ହୋଇଛି 36 ତମ କୋଣାର୍କ ଉତ୍ସବ ।ସେପଟେ ୧୪୦ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା 15 ତମ ବାଲୁକା କଳା ଉତ୍ସବ ଉଦଯାପିତ ହୋଇଛି। ଶେଷ ଦିନରେ ଆତ୍ମନିର୍ଭର ଭାରତ ଓ ବିକଶିତ ଭାରତ ର ଥିମ କୁ ନେଇ ବାଲୁକା କଳା ଦର୍ଶକ ଙ୍କୁ ବେଶ ଖୋରାକ ଯୋଗାଇଛି ।
(ଭିଓ୧) ଖୋଲା ମଞ୍ଚ ।ପ୍ରଚ୍ଛଦ ପାର୍ଶ୍ଵରେ ଐତିହ୍ୟ କୋଣାର୍କ ମନ୍ଦିର ର ଚାରୁ ଚିତ୍ରପଟ । ଏମିତି ଏକ ମଞ୍ଚରେ ସଂଧ୍ୟା ସମୟରେ କୋଣାର୍କ ଉତ୍ସବର ମାହୋଲ ଦର୍ଶକ ଙ୍କୁ କରିଥିଲା ମତୁଆଲା ।ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ଵାରା କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ବ୍ୟାପୀ ଆୟୋଜିତ କୋଣାର୍କ ଉତ୍ସବ ,ମହାମହିମ ରାଜ୍ୟପାଳ ହାରିବାବୁ କମ୍ଭମପତିଙ୍କ କରକମଳରେ ଉଦଯାପିତ ହୋଇଛି।ଶେଷ ସନ୍ଧ୍ୟାରେ ଓଡିଶୀ ଓ କଥକ ନୃତ୍ୟ ଦର୍ଶକଙ୍କ ମନ ମୋହିଛି ।ଶେଷ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ବିଶିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ଆରତୀ କର ଓ ତାଙ୍କ ଉତ୍କଳ ଡାନ୍ସ ଓ ରିସର୍ଚ ଏକାଡେମିର ଶିଳ୍ପୀବୃନ୍ଦଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ଶୈଳୀରେ ପରିବେଷିତ ଗଙ୍ଗା ନଦୀର ମାହାତ୍ମ୍ୟ ବା ପବିତ୍ର ସ୍ନାନ ଦ୍ୱାରା کଭଳି ଜୀବନ ଏବଂ ମୃତ୍ୟୁ ଚକ୍ରରୁ ମୁକ୍ତି ପ୍ରଦାନ କରେ ଏହାକୁ ଚମତ୍କାର ନୃତ୍ୟାଭିନୟରେ ପରିବେଷଣ କରିଥିଲେ । କୋଣାର୍କ ଉତ୍ସବର ଅନ୍ତିମ ପର୍ଯ୍ୟାୟରେ ସଞ୍ଜୁକ୍ତା ସିହ୍ନା ଓ ତାଙ୍କ ସଞ୍ଜୁକ୍ତା ସିହ୍ନା ଡାନ୍ସ କମ୍ପାନିର ŝିଳ୍ପୀବୃନ୍ଦଙ୍କ ଦ୍ଵାରା କଥକ ନୃତ୍ୟ ପରିବେଷିତ ହୋଇଥିଲା । କଥକ ଶୈଳୀରେ ଶିବ ଏବଂ କୃଷ୍ଣଙ୍କ ଦିବ୍ୟ ଶକ୍ତିକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶିତ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।ମహାମହିମ ରାଜ୍ୟପାଳ ଦାକ୍ଟର ହରି ବାବୁ କାମଭମ୍ପତି ଯୋଗ ଦେଇ କୋଣାର୍କ ଉତ୍ସବର ଅଧିକରୁ ଅଧିକ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ଵ ଦେଇଥିଲେ । ଏହି ଅବସରରେ ନୃତ୍ୟ ଶିଳ୍ପୀ ଓ ବାଲୁକା ଶିଳ୍ପୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।
ବାଇଟ୍- ହରୀବାବୁ କମ୍ଭମ୍ପତି,ରାଜ୍ୟପାଳ
ବାଇଟ୍- ଆରତୀ କର ,ଓଡ଼ିଶୀ ନୃତ୍ୟଗୁରୁ
ବାଇଟ୍- ଦର୍ଶକ
(ଭିଓ) ସେପଟେ ଚନ୍ଦ୍ରଭାଗା ତୀରେ ଦେଖିବାକୁ ମିଳିଛି ବାଲୁକା କଳାର ଅପୂର୍ବ ସମ୍ଭାର ।140 ପ୍ରତିଯୋଗୀ ଙ୍କୁ nେଇ ଆୟୋଜିତ ଏହି 15 ତମ ବାଲୁକା କଳା ଉତ୍ସବ କୋଣାର୍କ ଉତ୍ସବ 2025 କୁ ରୁଦ୍ଧିମନ୍ତ କରିଛି ।ଶେଷ ଦିନରେ ରସିଆନ୍ ଓ ଜାପାନୀଜ ଆର୍ଟ ଫର୍ମ ଦେଖିବାକୁ ମିଳିଥିବା ବେଳେ ଭାରତୀୟ ବାଲୁକା ଶିଳ୍ପୀ ମାନେ ଗୋଟିଏ ଥିମ୍ ରେ ଦେଖାଇ ଥିଲେ ଅନନ୍ୟ ଓ ভିନ୍ନ ବାଲୁକା କଳା। ପୁଅ ମାନେ ଆତ୍ମ ନିର୍ଭର ଭାରତ ଓ ଝିଅ ମାନେ ବିକଶିତ ଭାରତ ଥিম୍ କୁ ନେଇ ଦେଖାଇ ଥିଲେ କଳା ନୈপୁଣ୍ୟ ।ସ୍ୱଦେଶୀ କାର,ବିମାନ,ଚାଷ ଜ୍ଞାନ କୌଶଳ ,ଶିକ୍ଷା ,ସବୁ ଦିଗରେ ପ୍ରଗତି କୁ ନେଇ ବେଶ ଆକର୍ଷକ ରହିଥିଲା ବାଲୁକା କଳାର ଏହି ମହା ଉତ୍ସବ ।ପ୍ରଥମ କରି ଓଡ଼ିଶାରେ ଆନ୍ତର୍ଜାତ୍ୟ ଷ୍ଟର ଏତେ ସଂଖ୍ୟକ ସିଳ୍ପୀ ଭାଗ ନେଇଥେଲେ ।
ବାଇଟ୍ - ପଦ୍ମଶ୍ରୀ ସୁଦର୍ଶନ-pଟଟନାୟକ
ବାଇଟ୍ - ବାଲୁକା ଶିଳ୍ପୀ
(ଫାଭିଓ) ଐତିହ୍ୟ ଓ ସଂସଂସ୍କୃତିର ସମ୍ଭାର ନେଇ 5 ଦିନିଆ କୋଣାର୍କ ମହୋତ୍ସବ ଚଳିତ ଥର ଇତିହାସ ସୃଷ୍ଟି କରିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VRVikash Raut
FollowDec 06, 2025 10:02:110
Report
RSRAKESH SINGH
FollowDec 06, 2025 10:01:490
Report
KBKuldeep Babele
FollowDec 06, 2025 10:01:080
Report
0
Report
0
Report
IAImran Ajij
FollowDec 06, 2025 09:51:110
Report
DKDeepesh Kumar
FollowDec 06, 2025 09:50:33Noida, Uttar Pradesh:ये देख रोम-रोम में हो जाएगी सिहरन !
0
Report
AKAshok Kumar1
FollowDec 06, 2025 09:50:010
Report
BSBHUPENDAR SINGH SOLANKI
FollowDec 06, 2025 09:49:490
Report
VAVishnupriya Arora
FollowDec 06, 2025 09:48:350
Report