Back
बालुगांव चीलिका बोइत बंदान महोत्सव में लाखों दर्शक जुटे
SMSURYA MOHANTY
Nov 05, 2025 13:45:47
Khordha, Odisha
ବାଲୁଗାଁରେ ୩५ ତମ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପାଳିତ ହୋଇଯାଇଛି ।
ଅଙ୍କର- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳରେ ଦୁଇ ଦିନ ବ୍ୟାପି ଚାଲିବାକୁ ଥିବା ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇଯାଇଛି ।
ଆ,କା, ମା , ବୈ । ପାନ ଗୁଆ ଥୋଇ । ପାନ ଗୁଆ ତୋର । ମାସକ ଧରମ ମୋର । ଏହି କଥା କହି କାର୍ତ୍ତିକ ପୂର୍ଣ୍ମା ଦିନରେ ନଦୀ, ପୋଖରୀ ରେ ଡ଼ଙ୍ଗା ଟିଏ ଭସେଇ ଦେଉ ଦେଉ କଳ୍ପନାରେ ଭାସିଆସେ ଆମ ଅତୀତ ଉତ୍କଳର ନୌବାଣିଜ୍ୟର ପରମ୍ପରା କଥା । ଓଡ଼ିଆ ସାଧବ ପୁାମାନେ ବେପାର ବାଣିଜ୍ୟ କରିବା ପାଇଁ ଦକ୍ଷିଣ ପୂର୍ବ ଏସିଆ ଦେশ ମାନଙ୍କୁ ଗଭୀਰ ସମୁଦ୍ରରେ ବୋଇତରେ ମାସ ମାସ ଧରି ଯାତ୍ରା କରୁଥିଲେ । ଆଉ ସାତ ଦରିଆ ତେର ନଈ ପାର ହୋଇ ଜାଭା, ବାଲି, ସୁମାତ୍ରା ଓ ଏବେକାର ଇଣ୍ଡୋନେସିଆରେ ବେପାର ବାଣିଜ୍ୟ ପାଇଁ ଯାଉଥିଲେ । ଆଉ ସାଧବ ବୋହୁ ମାନେ ସାଧବ ପୁଅ ମାନଙ୍କର ସୁରକ୍ଷା ଯାତ୍ରା ନିମନ୍ତେ ଏହି କାର୍ତ୍ତିକ ପୂର୍ଣମୀ ଦିନ ବୋଇତ କୁ ବନ୍ଦାଇ ତାଙ୍କର ଶୁଭ ମନାସି ସହିତ ସାଧବ ପୁଅ ମାନଙ୍କୁ ଦେଉଥୁଲେ ଶେଷ ମେଲାଣି ଦେଇଥିଲେ । ଆଉ ସେଠାରୁ ନେଇ ଆସୁଥିଲେ ପୁଳା ପୁଳା ଧନ ସମ୍ପତି ।
ଏହି ପରମ୍ପରା କୁ ମନେପକାଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳନ ହୋଇଯାଇଛି ଚିଲିକା ବୋଇତ ବନ୍ଦାଣ ମହୋତ୍ସବ । ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ସମୃଦ୍ଘଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ବାଲୁଗାଁ ଚିଲିକା ତଟରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ସହଯୋଗ ରେ ଏହି ମହୋତ୍ସବ ଟି ମହାସମାରୋହ ରେ ଉଦଘାଟନ ହୋଇଯାଇଛା । ଏହି ଉଦଘାଟନ ଉତ୍ସବ ରେ ଚିଲିକା ବିଧାୟକ ତଥା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଥାବା ବେଳେ, ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ପୁରୀ ସାସଂଦ ଡା. ସମ୍ବିତ ପାତ୍ର, ପ୍ରଫେସର ଶଶାଙ୍କ ଚୂଡାମଣି, ସୌମ୍ୟରଂଜନ ପଟନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି, ଖୋର୍ଦ୍ଧା ଜିଲ୍ଲାପାଳ, SP ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ବେଶେଷ ଯୋଗ ଦେଇଥିଲେ ।
ସନ୍ଧ୍ୟା ସମୟରେ ସ୍ଥାନୀୟ କଳାକାର ଓ ଛାତ୍ରଛାତ୍ରୀ ଓ ରାତ୍ର ତମାମ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆଉ ଭୋରୁ ଭୋରୁ ଆତସବାଜୀ ପ୍ରଦର୍ଶନ କରିସାରି ଅତୀତ ଉତ୍କଳକୁ ମନେପକାଇ ସାଧବ ବୋହୁ ମାନେ ସାଧବ ପୁଅ ମାନଙ୍କୁ ଧୂପ ଦୀପ ଦେଇ ବନ୍ଦାପନା କରିବା ସହିତ ବୋଇତ ବନ୍ଦାଣ କରି , ଶେଷ ମେଲାଣି ଦେଇଥିଲେ ।
ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ୍ ଓ ପୁରୀ ଜିଲ୍ଲାରୁ ହଜାର ହଜାର ଲୋକଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା । ଅତୀତ ଉତ୍କଳର ଗୌରବ ମୟ ସଂସ୍କୃତିକୁ ବାର୍ତ୍ତା ବହନ କରେ ଏହି ଚିଲିକା ବୋଇତ ବନ୍ଦାଣ ଉତ୍ସବ । ଏହି ଉତ୍ସବ ଟିକୁ ବାଲୁଗାଁ ବିଜ୍ଞାପିତ ପରିଷଦର ଅଧକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।
ସୁରକ୍ଷା କୁ ନଜର ରଖି ବାଲୁଗାଁ SDPOଙ୍କ ତତ୍વାବଧାନ ବହୁ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସହିତ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ମୃତୟନ ରହିଥିଲେ ।
ବାଇଟ ୧)- ପୃଥ୍ୱୀରାଜ ହରିଚଂଦନ ( ମନ୍ତ୍ରୀ ) ।
ବାଇଟ ୨)- ଡା. ସମ୍ବିତ ପାତ୍ର ( ପୁରୀ ସାସଂଦ )
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASANIMESH SINGH
FollowNov 05, 2025 16:01:420
Report
KBKuldeep Babele
FollowNov 05, 2025 16:01:280
Report
RKRaj Kishore Soni
FollowNov 05, 2025 16:01:030
Report
AGAdarsh Gautam
FollowNov 05, 2025 16:00:430
Report
MDMahendra Dubey
FollowNov 05, 2025 16:00:260
Report
ADAnkush Dhobal
FollowNov 05, 2025 15:48:220
Report
DRDamodar Raigar
FollowNov 05, 2025 15:48:150
Report
0
Report
DGDeepak Goyal
FollowNov 05, 2025 15:48:010
Report
BSBhanu Sharma
FollowNov 05, 2025 15:47:480
Report
NSNivedita Shukla
FollowNov 05, 2025 15:47:350
Report
AMALI MUKTA
FollowNov 05, 2025 15:47:090
Report
MGMOHIT Gomat
FollowNov 05, 2025 15:46:560
Report
0
Report
AKAlok Kumar
FollowNov 05, 2025 15:46:46Sithmara, Uttar Pradesh:वाराणसी के दालमंडी इलाके में बने भवनों पर बकाया टैक्स वसूली को लेकर नगर निगम ने अपना अभियान तेज कर दिया है नगर निगम के अधिकारियों का कहना है कि अगर जल्द ही बकाया टैक्स जमा नहीं किया गया तो कड़ी कार्रवाई की जाएगी
0
Report