Back
केन्दुझर जिले में मुख्यमंत्री मोहन चरण माझी को भव्य सम्मान
AMABHAYA MOHANTY
Nov 24, 2025 10:28:56
Keonjhar, Odisha
ଆଙ୍କର : କେନ୍ଦୁଝର ସହର ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦିଆଗଲା ବିପୁଳ ସମ୍ବର୍ଧନା । ଜିଲ୍ଲାର ବିଭିନ୍ନ ସଂଙ୍ଗଠନ ପକ୍ଷରୁ ଲୋକମାନେ ଦେଲେ ସମ୍ବର୍ধନା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ୱ ରେ ନୂଆପଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପାଇଁ କେନ୍ଦୁଝର ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିନ କରି ଏଥିରେ ଜିଲ୍ଲା ର ହଜାର ହଜାର ବିଜେପି କର୍ମୀ ମାନେ ଉପସ୍ଥିତ ରହି ବିପୁଳ ସମ୍ବର୍ଧନା ଦେଇଥିଲେ | ଏହା ସହ ଏକାଧିକ ସଂଗଠନ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଏହି ସଫଳତା ପାଇଁ ତାଙ୍କୁ ସମ୍ବର୍ଧିତ କରିଥିଲେ | ମୁଖ୍ୟମନ୍ତ୍ରୀ ଜନସାଧାରଣ ଙ୍କୁ ସମ୍ବୋଧନ କରି କହିଛନ୍ତି କେନ୍ଦୁଝରିଆଙ୍କୁ ଅନେକ ଶୁଭେଛା । ଆପଣମାନେ ଖାଣ୍ଟି କେନ୍ଦୁଝରିଆ । ସୁନାର କେନ୍ଦୁଝର କରିବା ପାଇଁ ସମସ୍ତଙ୍କର ସହଯୋଗ ଦରକାର । ଏହି ସମୟ ହେ ସହି ସମୟ । କେନ୍ଦୁଝର କୁ ସମୃଦ୍ଧ କରିବା, ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା ହେବ ଗରୀବ ହଟିବ , ଆପଣ ଙ୍କ ବି ବିଶ୍ୱାସ ଅଛି ଏ ସରକାର ଙ୍କ ଉପରେ I ସାରା ବିଶ୍ଵରେ କେନ୍ଦୁଝର କୁ ସର୍ବଶ୍ରେଷ୍ଟ କରିବାକୁ ହେବ । ତାହା ଆପଣ ମାନଙ୍କର ସହାଯ୍ୟ ଓ ସହଭାଗିତାରେ ହେବ | ବିଗତ ଦିନରେ ଯେଉଁ ସରକାର ଓ ନେତୃତ ଥିଲେ କେଉଁ ପରି ଭାବରେ ଆପଣ' dmf, campa ଓ ombadcy ପଇସାକୁ ଯେମିତି ଖର୍ଚ୍ଚ କଲେ ଆପଣ ମାନେ ଜାଣିଛନ୍ତି । କାହାକୁ ବି ଛଡାଯିବ ନାହିଁ ସମସ୍ତେ ଜେଲ ଯିବେ ବୋଲି କହିଲେ । ରିଙ୍ଗ ରୋଡ଼଼ ର ଡ଼ିପିଆର ପ୍ରସ୍ତୁତ ଚାଲିଛି । ଏହି ଜିଲ୍ଲାରେ ଅହୁର ଅଧିକ ପ୍ରକଳ୍ପ ହେବ | ଅନେକ ସଂକଳ୍ପ ତଥା ବିଭିନ୍ନ ଯୁବକ ଯୁବତୀ ନିଯୁକ୍ତି ପାଇବେ । ୪୦ ହଜାର କୋଟି ଟଙ୍କାରେ ପାଟଣାରେ ଷ୍ଟିଲ ପ୍ଳାଣ୍ଟ ନିରْمାଣ ହେବ । ଆସନ୍ତା ମାସ ଠାରୁ ପବ୍ଳିକ ହିଅରିଂ , ଜମି ଅଧିଗ୍ରହଣ ଆଦି କାର୍ଯ୍ୟ ଆରମ୍ଭ ହେବ । ସମସ୍ତ ଶିଳ୍ପପତି ଓ ନିବେଶକାରୀ ମାନେ ଓଡ଼ିଶା ଓ କେନ୍ଦୁଝର ରୁ ଆସିବେ । ଏହି ମାସ ୨୫ ତାରିଖ ଦିନ ୧୦ ହଜାର ପିଲା ନିଯୁକ୍ତି ମେଳାରେ ଚାକିରି ପାଇବେ । ଘାଗରା ଜଳପ୍ରପାତ ଉନ୍ନତି ପାଇଁ ୫୦ ରୁ ଉର୍ଦ୍ଦ କୋଟି ଟଙ୍କା ଖର୍ଚ୍ଚ ହେବ ।
106
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
DTDinesh Tiwari
FollowNov 24, 2025 11:33:330
Report
BDBabulal Dhayal
FollowNov 24, 2025 11:33:230
Report
ASAshok Singh Shekhawat
FollowNov 24, 2025 11:33:150
Report
BDBabulal Dhayal
FollowNov 24, 2025 11:32:550
Report
RVRajat Vohra
FollowNov 24, 2025 11:32:110
Report
ANAnil Nagar1
FollowNov 24, 2025 11:31:560
Report
SMSHARAD MAURYA
FollowNov 24, 2025 11:31:280
Report
SBSharad Bhardwaj
FollowNov 24, 2025 11:31:090
Report
BSBhanu Sharma
FollowNov 24, 2025 11:30:560
Report
SHSAYED HUSSAIN AKHTAR
FollowNov 24, 2025 11:30:390
Report
0
Report
0
Report
0
Report
0
Report
0
Report