Back
जंगल-जमीन लौटाने के लिए गाँव ने संघर्ष तेज किया
NBNARAYAN BEHERA
Oct 11, 2025 11:50:08
Paradeep, Odisha
ଢ଼ିଙ୍କିଆ ପଞ୍ଚାୟତ ର ରଣହୁଙ୍କାର। କମ୍ପାନୀ ଛଡେଇ ନେଇଥିବା ଆମ ଜଙ୍ଗଲ ଜମି କୁ ଆମକୁ ଫେରାଇ ଦିଅ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଢ଼ିଙ୍କିଆ ପଞ୍ଚାୟତ ର ଗ୍ରାମସଭା ରେ। ସବୁବେଳେ ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ପଞ୍ଚାୟତ ରେ ଏବେ ଦୀର୍ଘଦିନ ର ନିରବତା ପରେ ଦେଖା ଦେଇଛି ବିରୋଧାଭାସ। କମ୍ପାନୀ କୁ ବିରୋଧ କରିବା ପାଇଁ ମେଳି ହେଲେଣି ଗ୍ରାମବାସୀ। ଆଜି ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ବାସୀ ଏକାଠି ହୋଇ ଗ୍ରାମସଭା ମାଧ୍ୟମରେ ଜଙ୍ଗଲ ଜମି କୁ ଫେରାଇବା କୁ ନିଷ୍ପତ୍ତି ନିଆଯାଇଛି। ଧାନ,ପାନ ଓ ମୀନ ଉପରେ ନିର୍ଭର କରି ଚଳୁଥିବା ଢ଼ିଙ୍କିଆ ପଞ୍ଚାୟତ ବାସୀଙ୍କ ଠାରୁ ପ୍ରଶାସନ ଯୋରଜବରଦସ୍ତ ଜମି ଛଡାଇ ନେଇ ଜେଏସ ଡବ୍ଲ୍ୟୁ କମ୍ପାନୀ କୁ ହସ୍ତାନ୍ତର କରିଛି। ଫଳରେ ଗ୍ରାମବାସୀ ମାନେ କାମ ନପାଇ ଗାଁ ଛାଡି ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡୁଛି। ଏନେଇ ଆଜିର ଗ୍ରାମସଭା ମାଧ୍ୟମରେ ଢିଙ୍କିଆ ପଞ୍ଚାୟତ ବାସୀଙ୍କ ରଣହୁଙ୍କାର ଦେଖିବା କୁ ମିଳିଛି। ଆମ ଜଙ୍ଗଲ ଜମିକୁ ଆମକୁ ଫେରାଇ ଦିଅ। ନଚେତ ହେବ ଦୁର୍ବାର ଆନ୍ଦୋଳନ । ଢିଙ୍କିଆ ପଞ୍ଚାୟତ ପାଇଁ ବଡ ସମସ୍ୟା ହୋଇ ଉଭା ହୋଇଛି ଜେ.ଏସ୍.ଡବ୍ଲ଼୍ୟୁ କମ୍ପାନୀ । ୨୦୨୨ମସିହା ପୂର୍ବ ସରକାର ସମୟରେ ବିନା ଗ୍ରାମସଭା ବା ପଲ୍ଲୀ ସଭାରେ ଯୋର ଯବରଦସ୍ତ ଲୋକ ଙ୍କୁ ମାଡମାରି ମିଛ ମକଦ୍ଦମା לଗାଇ ଯାଗା ସବୁ ଅକ୍ତିଆର କରିଛି। ଆଜି କମ୍ପାନୀ ଭୂତଳ ଜଳକୁ ବ୍ୟବହାର କୁଛି, ଯାହା ଫଳରେ ଗ୍ରାମ ରେ ଲୁଣା ପାଣି ପଡିବା ସହିତ ଲୋକେ ପାଣି ପାଇଁ ଏବେ ଡହଳ ବିକଳ ହେବାକୁ ପଡୁଛି। ସରକାର 'ମା ପାଇଁ ଗଛଟିଏ' କାର୍ଯ୍ୟକ୍ରମ କରିବା ସହିତ ରାଜ୍ୟରେ ୭୫ଲକ୍ଷ ଗଛ ଲଗାଇବା ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ କମ୍ପାନୀ ଝିଙ୍କିଆ ପଞ୍ଚାୟତ ରେ ୨୫ଲକ୍ଷ ଗଛ କାଟିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଗ୍ରାମବାସୀ। ଏଥି ସହିତ ଜଙ୍ଗଲ ରେ ରହୁଥିବା ବିଭିନ୍ନ ବନ୍ୟଜନ୍ତୁ ହ୍ରାସ ପାଇଁ ହେବା ସହିତ ଅନେକ ଦିନର ବାଲିସ୍ତୁପ ଗୁଡିକୁ ବୁହାଇ ନେଇ ସିଆରଜେଡ୍ ଉଲଙ୍ଘନ କରୁଛି କମ୍ପାନୀ । ଏପରିକି ଢିଙ୍କିଆ ପଞ୍ଚାୟତ ର ଲୋକେ ବାହାର କୁ ଦାଦନ ଖଟିବା ପାଇଁ ଯାଉଥିବା ବେଳେ ବାହାରୁ ଲୋକ ମାନଙ୍କୁ ଆଣି କମ୍ପାନୀ ତାର ଧିରେ ଧିରେ କାର୍ଯ୍ୟ ଆରମ୍ଭ କରୁଛି। ତେବେ ଆଜିର ଗ୍ରାମସଭା ରେ ଉପସ୍ଥିତ ପଞ୍ଚାୟତ ବାସୀ ରଣହୁଙ୍କାର ଦେଇଛନ୍ତି। ଜଙ୍ଗଲ ଜମି କୁ ଗ୍ରାମବାସୀ ଙ୍କୁ ହସ୍ତାନ୍ତର କରିବା ସହିତ କମ୍ପାନୀ କାମକୁ ଏଠାରେ ଯଦିଓ ବନ୍ଦ କରା ନଯାଏ ଫଳରେ ଆଗାମୀ ଦିନରେ ଭୟାଭୟ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଛି। ଏଥିପାଇଁ ସରକାର, ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଢ଼ିଙ୍କିଆ ବାସୀ କହିଛନ୍ତି। ଜୀବନ ଜୀବିକା ପାଇଁ ଆମ ଜମି ଆମକୁ ଫେରାଇ ଦିଅ ବୋଲି ଗୋଟିଏ ଦାବି ନେଇ ଢିଙ୍କିଆ ପଞ୍ଚାୟତ ବାସୀ ଗ୍ରାମସଭା ରେ ମତ ରଖିଥିବା ବେଳେ ଆଗକୁ କମ୍ପାନୀ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
Mumbai, Maharashtra:Sanaatan dharm famous preacher pandit Dhirendra Sashtriji visits Siddhivinayak temple,situated in Dadar ( west), Mumbai, Maharashtra, Bharat (lndia) .
0
Report
AMABHAYA MOHANTY
FollowOct 12, 2025 08:21:340
Report
SKSantosh Kumar
FollowOct 12, 2025 08:21:180
Report
FWFAROOQ WANI
FollowOct 12, 2025 08:20:500
Report
RSRavi sharma
FollowOct 12, 2025 08:20:420
Report
SASARIFUDDIN AHMED
FollowOct 12, 2025 08:20:340
Report
BABASHIR AHMED MIR (Sagar)
FollowOct 12, 2025 08:20:240
Report
FWFAROOQ WANI
FollowOct 12, 2025 08:20:170
Report
SKSantosh Kumar
FollowOct 12, 2025 08:20:070
Report
DRDamodar Raigar
FollowOct 12, 2025 08:19:563
Report
NKNaveen Kumar Kashyap
FollowOct 12, 2025 08:19:470
Report
JCJitendra Chaudhary
FollowOct 12, 2025 08:19:040
Report
KCKumar Chandan
FollowOct 12, 2025 08:18:410
Report
RTRAJENDRA TIWARI
FollowOct 12, 2025 08:18:330
Report
DMDILEEP MISHRA
FollowOct 12, 2025 08:18:220
Report