Back
पारादीप में बीजेपी मिश्रण पर्व: विकास मुद्दों पर तेज बहस
NBNARAYAN BEHERA
Mar 30, 2026 13:01:11
Paradeep, Odisha
ପାରାଦୀପରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଶତାଧିକ ଲୋକ ବିଜେପି ଦଳରେ ସାମିଲ ହୋଇଛନ୍ତି | ଆୟୋଜିତ ଏହି ସଭାରେ ପାରାଦୀପ ପୌର ପାଳିକା ସୁବ୍ରତ କୁମାର ପ୍ରଧାନ , ସର୍ବେଶ୍ୱେର ବଳିୟାର ସିଂ , ତପନ ତ୍ରିପାଠୀ , ରଞ୍ଜନ ବେହେରା , ବଜରଙ୍ଗ ପ୍ରସାଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆଗକୁ ପାରାଦୀପ ପୌର ପାଳିକାରେ ବିଜେପି ବେଶ ସୃଦୁଢ ହେଉଥିବା ନିଜ ନିଜ ବକ୍ତବ୍ୟରେ ପ୍ରକଶ କରିଥିଲେ | ପାରାଦୀପ ଆଗକୁ ବିକାଶ କ୍ଷେତ୍ରରେ ଯୋଡି ହେବାକୁ ଯାଉଥିବା ବେଳେ ଏବେ ଲୋକଙ୍କ ବିଶ୍ୱାସ ବିଜେପି ପ୍ରତି ମଜଭୁତ ହେବାକୁ ଲାଗିଛି ଓ ପୌର ପାଳିକାର ପ୍ରତିଟି ସମସ୍ୟା ବିଷୟରେ ଆଲୋଚନା କରାଯାଇ କିଭଳି ଏହାର ସମାଧାନର ସୂତ୍ର ବାହାରି ପାରିବ ସେନେଇ ଯୋଜନା କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଥିଲେ | ଡ୍ରେନେଜ ସମସ୍ୟା ଠାରୁ ଆରମ୍ଭ କରି ନିଯୁକ୍ତି ସମସ୍ୟା ସହ ଓ୍ବାର୍ଡର ਵਿਕାଶ କ୍ଷେତ୍ରରେ ଦଳୀୟ କାର୍ଯ୍ୟକର୍ତା ବେଶ ଉତ୍ସାହର ସହ କାର୍ଯ୍ୟ କରୁଥିବାରୁ ଦଳ ପ୍ରତି ଲୋକଙ୍କ ମନ ବଳୁଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି | ସଭା ଆରମ୍ଭରୁ ପାରାଦୀପର ଯୁବ ସାମ୍ବାଦିକ ରଶ୍ମି ରଞ୍ଜନ ରାଉତରାୟଙ୍କ ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନିରବ ପାର୍ଥନା କରାଯାଇଥିଲା |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AAANOOP AWASTHI
FollowMar 30, 2026 14:21:280
Report
SKSumit Kumar
FollowMar 30, 2026 14:20:570
Report
ASANIMESH SINGH
FollowMar 30, 2026 14:20:480
Report
PKPrashant Kumar
FollowMar 30, 2026 14:20:290
Report
RKRAJESH KUMAR
FollowMar 30, 2026 14:19:480
Report
SKSATISH KUMAR
FollowMar 30, 2026 14:19:090
Report
SPSatya Prakash
FollowMar 30, 2026 14:18:590
Report
NDNEELAM DAS PADWAR
FollowMar 30, 2026 14:18:500
Report
JSJitendra Soni
FollowMar 30, 2026 14:18:410
Report
SNShashi Nair
FollowMar 30, 2026 14:18:170
Report
0
Report
AMAnkit Mittal
FollowMar 30, 2026 14:18:030
Report
KSKartar Singh Rajput
FollowMar 30, 2026 14:17:410
Report
YNYogesh Nagarkoti
FollowMar 30, 2026 14:16:590
Report