Back
कोबरा का किया रेस्क्यू, जंगल में छोड़ा
Birsa, Madhya Pradesh
कोबरा का किया रेस्क्यू, जंगल में छोड़ा
बिरसा। बारिश होते ही सर्प बिल से बाहर आकर कही भी घुस जाते जा रहे है। जिसकी सूचना मिलने पर सर्प मित्र प्रदीप उरकुडे मौके पर पहुंचकर रेस्क्यू कर रहे है। उन्होंने उकवा पुलिस चौकी में स्पेशल कोबरा का रेस्क्यू किया। ग्राम गुदमा में बीती रात 5 फीट 1 इंच लंबा कोबरा का रेस्क्यू कर जंगल में छोड़ा गया। इसी तरह उकवा रेंज ऑफिस में संजय चौहान जी के घर से भारत में पाए जाने वाला सबसे जहरीला सांप बड़ा करत दांडेकर का सुरक्षित रेस्क्यू किया गया। गुदमा वार्ड नंबर 1 में मोबाइल कॉलोनी से रेट स्नेक और गुदमा वार्ड नंबर 1 से राजा मरावी के घर से बहुत ही बड़े कोबरा का रेस्क्यू किया गया।
बिरसा। बारिश होते ही सर्प बिल से बाहर आकर कही भी घुस जाते जा रहे है। जिसकी सूचना मिलने पर सर्प मित्र प्रदीप उरकुडे
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SMSanjay Mohapatra
FollowJul 31, 2025 07:32:30Puri, Odisha:
Now Sandart course start in Online
() IGNOU ପକ୍ଷରୁ ବାଲୁକାକଳା ଶିକ୍ଷା ପାଇଁ ଏକ ସ୍ୱତନ୍ତ୍ର ଅନ୍ ଲାଇନ୍ କୋର୍ସ ଖୋଲାଯାଇଛି। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହଭାଗିତାରେ ଭାରତରେ ଏହି କୋର୍ସ ଓପନ କରାଯାଇଛି। ଯାହା ଫଳରେ ଅନଲାଇନ ମାଧ୍ୟମରେ ଦେଶବିଦେଶର ଛାତ୍ରଛାତ୍ରୀ ମାନେ ଘରେ ବସି ୬ମାସରେ ଏହି କୋର୍ସ କମ୍ପ୍ଲିଟ୍ କରିପାରିବେ। ଆଜି IGNOUର ଭାଇସ୍ ଚାନ୍ସେଲର ଏହାକୁ ବିଧିବଦ୍ଧ ଭାବେ ଲଞ୍ଚ କରିଛନ୍ତି। ସବୁଠାରୁ ଗର୍ବର ବିଷୟ କି ବାଲୁକାକଳା ଶିକ୍ଷା ଦିନେ ପାଠ୍ୟକ୍ରମରେ ସାମିଲ ହେବା ନେଇ ସୁଦର୍ଶନ ପଟ୍ଟନାୟକ ଆଶା ରଖିଥିଲେ। ଆଉ ଆଜି ତାହା ପୁରଣ ହୋଇଛି। ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ସୁଦର୍ଶନ।
ବାଇଟ୍- ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ, ବାଲୁକାଶିଳ୍ପୀ
0
Report
SMSanjay Mohapatra
FollowJul 31, 2025 07:32:24Puri, Odisha:
Scs college student protest
() ନ୍ୟାୟ ତ ମିଳିଲାନି, ହେଲେ ଜୀବନ ଚାଲିଗଲା। ନ୍ୟାୟ ପାଇଁ ଗୁହାରି କରି ଶେଷରେ ହାରିଗଲେ ସୌମ୍ୟାଶ୍ରୀ। ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ଵର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।କଲେଜର ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ବାରବାର ନିର୍ଯାତନା ଦେଇଆସୁଥିଲେ। ଏ ନେଇ ସେ ବିଭିନ୍ନ ମହଲରେ ଅଭିଯୋଗ କରିଥିଲେ। ପୁଲିସଠାରୁ ଆରମ୍ଭ କରି କଲେଜ ଅଧ୍ୟକ୍ଷ,ଓଡିଶା ସରକାରର ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ସମସ୍ତଙ୍କୁ ଗୁହାରି କରିଥିଲେ। ହେଲେ ଶେଷରେ ନିରାଶ ହେବାକୁ ପଡ଼ିଥିଲା। ଏବେ ସୋମ୍ୟାଶ୍ରୀଙ୍କ ମୃତ୍ୟୁ ହେଲା ପରେ ସମବେଦନା ଜଣାଇବାକୁ ଆସୁଛନ୍ତି ରାଜ୍ୟସରକାର ଏ ପ୍ରତିବାଦରେ ଆଜି ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହ ଦୀପ ଜାଳି ସୌମ୍ୟଶ୍ରୀ ଅମର ଆତ୍ମାର ସଦଗତି କାମନା କରାଯାଇଛି l ସୌମ୍ୟଶ୍ରୀ ମୃତ୍ୟୁ ପାଇଁ ଯିଏ ଭି ଦାୟୀ ସେମାନଙ୍କୁ କଠୋର କାର୍ଯ୍ୟ ଅନୁଷ୍ଠାନ ଦାବି କରାଯିବା ସହ ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଜ ଗାଦି ଛାଡିବାକୁ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି l ଯଦି ସରକାର ନିଜ ଗାଦି ନଛାଡ଼ନ୍ତି ଆଗାମୀ ଦିନରେ ଏ ପ୍ରତିବାଦ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି l
ବାଇଟ୍- ବିଜୁ ଛାତ୍ର ଜନତା ଦଳର ସଦସ୍ୟ
0
Report
SMSanjay Mohapatra
FollowJul 31, 2025 07:32:16Puri, Odisha:
Jagannath Hundi Collection,,PKG
() ବଢ଼ୁଛି ଶ୍ରୀମନ୍ଦିର ହୁଣ୍ଡି ଆୟ।୩ ଆର୍ଥିକ ବର୍ଷ ଭିତରେ ବଢ଼ିଛି ଦୁଇ ଗୁଣ ଦାନ।ସୁନା ଅଳଙ୍କାର ରେ ବି ଦେଢ଼ଗୁଣ ଦାନ ବୃଦ୍ଧି ।୨୨-୨୩ ବର୍ଷ ଅପେକ୍ଷା ୨୩-୨୪ ରେ କମିଛି ରୂପା ଆୟ ।୫ ଗୁଣ ବଢ଼ିଛି ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ଦାନ ପରିମାଣ।ବିଧାନସଭାରେ ଆଇନ ମନ୍ତ୍ରୀ ରଖିଲେ ଉତ୍ତର ।ଅନ୍ୟପଟରେ ବ୍ୟାଙ୍କ ମାଧ୍ୟମରେ ଆୟର ପରିମାଣ ବଢୁଥିବା ବେଳେ ବର୍ତ୍ତମାନର ଡିଜିଟାଲ ସମୟରେ ଇ ହୁଣ୍ଡି ସ୍ଥାପନ ହେଲେ ଆୟ ପରିମାଣ ଆହୁରି ବୃଦ୍ଧି ହେବ ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ ଓ ଶ୍ରୀମନ୍ଦିର ସେବକ ।
(ଭିଓ୧) ବଢୁଛି ଶ୍ରୀମନ୍ଦିର ହୁଣ୍ଡି ଆୟ । ଗତ ୩ ଆର୍ଥିକ ବର୍ଷରେ ହୁଣ୍ଡିରୁ ୪୦ କୋଟି ରୁ ଉର୍ଦ୍ଧ୍ଵ ଆୟ ।ବ୍ୟାଙ୍କ୍ ମାଧ୍ୟମରେ ଦାନ ସୂତ୍ରରେ ପ୍ରାୟ ୬୦ କୋଟି ଆୟ ।ଅନ୍ୟାନ୍ୟ ସୂତ୍ରରୁ ଆୟ ୧୨ କୋଟି ରୁ ଉର୍ଦ୍ଧ୍ଵ ।ବିଗତ ୩ ଆର୍ଥିକ ବର୍ଷରେ ମୋଟ ୧୧୩ କୋଟି ଦୁଇ ଲକ୍ଷ ୫୫ ହଜାର ୮୮୯ ଟଙ୍କା ଦାନ ସୂତ୍ରରେ ଆୟ ହୋଇଛି ।ଏନେଇ ବିଧାସଭାରେ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ।ବିଗତ ୩ ଆର୍ଥିକ ବର୍ଷରେ ଦୁଇଗୁଣ ହୋଇଛି ହଣ୍ଡିରୁ ଆୟ ।ବ୍ୟାଙ୍କ୍ ମାଧ୍ୟମରେ ଦାନର ପରିମାଣ ପ୍ରାୟ ୫ ଗୁଣ ବଢ଼ିଛି ।ହୁଣ୍ତିରୁ ଆଦାୟ ଦାନ ପରିମାଣ ୨୦୨୧ - ୨୨ ବର୍ଷରେ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ରହିଥିବା ବେଳେ ୨୨-୨୩ ବର୍ଷରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଟଙ୍କା ରହିଛି ।୨୩-୨୪ ବର୍ଷରେ ଏହା ସର୍ବାଧିକ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୪୭ ରେ ପହଞ୍ଚିଛି। ସେଇଭଳି ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ଦାନ ୨୦୨୧-୨୨ ବର୍ଷରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ରହିଥିବା ବେଳେ ୨୨-୨୩ ବର୍ଷରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କାରେ ପହଞ୍ଚିଛି।୨୩ - ୨୪ ବର୍ଷରେ ଏହି ପରିମାଣ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ହୋଇଛି ।ଅନ୍ୟାନ୍ୟ ସୂତ୍ରରୁ ଆଦାୟ ଦାନ ୨୦୨୧-୨୨ ବର୍ଷରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା,୨୨-୨୩ ରେ ୪ ଲକ୍ଷ ୬୨ ହଜାର ୩୪୩ ଟଙ୍କା ରହିଛି।୨୩-୨୪ ବର୍ଷରେ ଏହି ପରିମାଣ ୮ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ରହିଛି । ଗତ ୩ ଆର୍ଥିକ ବର୍ଷରେ ବ୍ୟାଙ୍କ୍ ମାଧ୍ୟମରେ ବର୍ଦ୍ଧିତ ଦାନ ଆୟ ପରିମାଣ ଦେଖି ଇ ହୁଣ୍ଡି ସ୍ଥାପନ ତ୍ୱରାନ୍ୱିତ କରିବାକୁ ମତ ରଖିଛନ୍ତି ସେବକ ଓ ବୁଦ୍ଧିଜୀବୀ ।ଯାହାଫଳରେ QR କୋଡ ମାଧ୍ୟମରେ ସହଜରେ ବିନା ସଙ୍କୋଚ ରେ ଛୋଟ ରୁ ବଡ ରାଶି ଦେୟ କରିପାରିବେ ଶ୍ରଦ୍ଧାଳୁ ।
ବାଇଟ୍- ଆଇନମନ୍ତ୍ରୀ (ବଜେଟ ଅଧିବେଶନରେ ଶ୍ରୀମନ୍ଦିର ହୁଣ୍ଡି ଆୟ ଉପରେ ଆଇନ ମନ୍ତ୍ରୀ ଦେଇଥିବା ବାଇଟ୍ ଥିଲେ ଲଗାଇବେ)
ବାଇଟ୍ - ଜଗନ୍ନାଥ ସ୍ବାଇଁ ମହାପାତ୍ର, ଜଗନ୍ନାଥଙ୍କ ବାଡଗ୍ରାହୀ
(ଭିଓ୨) ଅନ୍ୟପଟରେ ବିଗତ ୩ ଆର୍ଥିକ ବର୍ଷରେ ଆଦାୟ ସୁନା ,ରୂପା ଓ ଏହାର ବ୍ୟବହାର ବା ଖର୍ଚ୍ଚ ସମ୍ପର୍କରେ ମଧ୍ୟ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।୨୦୨୧ - ୨୨ ବର୍ଷ ରେ ହୁଣ୍ଡିରୁ ୩ କେଜି ୫୦୯ ଗ୍ରାମ ୭୪୦ ଗ୍ରାମ ସୁନା ,୨୨-୨୩ ବର୍ଷରେ ୩କେଜି ୭୩୬ ଗ୍ରାମ ୮୯୪ ମିଲିଗ୍ରାମ୍ ସୁନା,୨୩-୨୪ ବର୍ଷରେ ୫କେଜି ୩୭ ଗ୍ରାମ ୭୯୦ ମିଲିଗ୍ରାମ ସୁନା ମିଳିଛି ।ଅର୍ଥାତ୍ ସମୁଦାୟ ୩ ଆର୍ଥିକ ବର୍ଷରେ ୧୨ କେଜି ୨୮୪ ଗ୍ରାମ ୪୨୪ ମିଲିଗ୍ରାମ ସୁନା ମିଳିଛି ।ସେଥିରୁ ୨୧ - ୨୨ ବର୍ଷରେ ଶ୍ରୀ ପୟର ମରାମତି,କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ଖର୍ଚ୍ଚ ହୋଇଛି ଏକ କେଜି ୭୦୧ ଗ୍ରାମ ୪୫୮ ମିଲିଗ୍ରାମ ସୁନା। ୨୨-୨୩ ବର୍ଷରେ କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ,ମା ସୁଭଦ୍ରାଙ୍କ କିରଟି ଓ ମାଆ ଲକ୍ଷ୍ମୀଙ୍କ ହାର ତିଆରି ନିମନ୍ତେ ଖର୍ଚା ହୋଇଛି ୮୮୦ ଗ୍ରାମ ୯୯୮ ମିଲିଗ୍ରାମ ସୁନା ।୨୩-୨୪ ବର୍ଷରେ କୃଷ୍ଣ ଓ ବାବନ ମୂର୍ତ୍ତି ତିଆରି ନିମନ୍ତେ ୧ ଗ୍ରାମ ୪୫୮ ମିଲିଗ୍ରାମ ସୁନା ତିଆରି ଖର୍ଚ୍ଚା ହୋଇଛି।ଅର୍ଥାତ୍ ୨ କେଜି ୫୮୩ ଗ୍ରାମ ୯୧୪ ମିଲିଗ୍ରାମ ସୁନା ଖର୍ଚ୍ଚ ହୋଇଛି ମସେଇଭଳି ଆଇନ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ୨୦୨୧-୨୨ ବର୍ଷରେ ୨୪ କେଜି ୮୩୪ ଗ୍ରାମ ୫୨୦ ମିଲିଗ୍ରାମ ରୂପା ଆଦାୟ ହୋଇଥିବା ବେଳେ ,,ଶ୍ରୀ ଭୁଜ ମରାମତି ,କୁମାର ପୂର୍ଣ୍ଣିମା ନୀତି ନିମନ୍ତେ ପଦ୍ମ ପାଖୁଡ଼ା ଓ କଉଡ଼ି ଏବଂ ଛତି ବାବଦକୁ ୩୩୨ ଗ୍ରାମ ୫୭୨ ମିଲିଗ୍ରାମ ରୂପା ଖର୍ଚ୍ଚ ହୋଇଛି ।୨୨- ୨୩ ବର୍ଷରେ ୧୦୮ କେଜି ୧୮୩ ଗ୍ରାମ ୧୦୫ ମିଲିଗ୍ରାମ ରୂପା ଆଦାୟ ହୋଇଥିବା ବେଳେ କୁମାର ପୂର୍ଣ୍ଣିମା ନୀତି ନିମନ୍ତେ ପଦ୍ମ ପାଖୁଡ଼ା ଓ କଉଡ଼ି ଏବଂ ଛତି ବାବଦକୁ ଏକ କେଜି ୫୪୯ ଗ୍ରାମ ୫୭୨ ମିଲିଗ୍ରାମ୍ ରୂପା ଖର୍ଚ୍ଚ ହୋଇଛି ।୨୩-୨୪ ବର୍ଷରେ ୮୧ କେଜି ୧୧୨ ଗ୍ରାମ ୦୧୦ ମିଲିଗ୍ରାମ ରୂପା ମିଳିଥିବା ବେଳେ ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ଓ ଗର୍ଭ ଗୃହ ଦୁଆର,କାଞ୍ଚି ଗଣେଶଙ୍କ ମୁକୁଟକୁମାର, ପୂର୍ଣ୍ଣିମା ନୀତି ନିମନ୍ତେ ପଦ୍ମ ପାଖୁଡ଼ା ଓ କଉଡ଼ି ଏବଂ ଛତି,ମାଆ ଲକ୍ଷ୍ମୀଙ୍କ ଖିଲଣ ଓ ମାଆ ଭୁବନେଶ୍ଵରୀ ଙ୍କ ପ୍ରଭା ବାବଦକୁ ୧୪୫ କେଜି ୨୨୧ ଗ୍ରାମ ୬୬୭ ମିଲିଗ୍ରାମ ରୂପା ଖର୍ଚ୍ଚ ହୋଇଛି ।ଅର୍ଥାତ୍ ୨୧୪ କେଜି ୧୨୯ ଗ୍ରାମ ୬୩୫ ମିଲିଗ୍ରାମ ରୂପା ଆଦାୟ ହୋଇ ୧୪୭ କେଜି ୧୦୩ ଗ୍ରାମ ୮୧୧ ମିଲିଗ୍ରାମ ରୂପା ଖର୍ଚ୍ଚ ହୋଇଛି ।
ବାଇଟ୍- ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ଗବେଷକ, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ
(ଫାଭିଓ) ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରେ ଆସୁଥିବା ଆୟର ୧୦ ଶତକଡା ଓ ଅନ୍ୟାନ୍ୟ ମାଧ୍ୟମରେ ଆସୁଥିବା ୫୦୦ ଟଙ୍କାରୁ କମ୍ ଅର୍ଥ ଶ୍ରୀମନ୍ଦିର ଦୈନନ୍ଦିନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।,,,
0
Report
SMSanjay Mohapatra
FollowJul 31, 2025 07:32:09Puri, Odisha:
FILM HALL DEMAND
FORMAT -PKG
() ପ୍ରେକ୍ଷାଳୟ ଶୂନ୍ୟ , ପ୍ରଥମ ଓଡ଼ିଆ ସିନେମାର ମାଟି ।କେବେ ହଲ୍ ରେ ସିନେମା ଦେଖିବେ ଶ୍ରୀକ୍ଷେତ୍ର ବାସୀ ।୧୯୩୬ ମସିହାରେ ଶ୍ରୀକ୍ଷେତ୍ରର ଲକ୍ଷ୍ମୀ ଟକିଜ୍ ରେ ମୁକ୍ତି ଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ। ୯୦ ବର୍ଷର ସିନେମା ହଲ ଯାତ୍ରାରେ ନିଶ୍ଚିହ୍ନ ହୋଇଛି ଶ୍ରୀକ୍ଷେତ୍ରର ୫ ପ୍ରେକ୍ଷାଳୟ। ଓ ଏଫ୍ ଡି ସି ବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର କାର୍ଯ୍ୟକୁ ନେଇ ଅସନ୍ତୋଷ।କଳା,ଐତିହ୍ୟ ଓ ସଂସ୍କୃତି ର ମାଟିରେ ସିନେମା ହଲ୍ ଟିଏ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଥିବା ବେଳେ ସିନେମା ହଲ କରିବା ପାଇଁ ପୁରୀ ବିଧାୟକ ସରକାରଙ୍କ ସଂସ୍କୃତି ବିଭାଗ ସହ ଆଲୋଚନା କରିଛନ୍ତି।
(ଭିଓ୧) ୧୯୩୩ ମସିହା ରାମଚଣ୍ଡୀ ସାହିରେ ସୀତାକାନ୍ତ ପାଣ୍ଡେଙ୍କ ଉଦ୍ୟମରେ ଜନ୍ମ ନେଇଥିଲା ପୁରୀର ପ୍ରଥମ ସିନେମା ହଲ୍ ଲକ୍ଷ୍ମୀ ଟକିଜ୍।୭୪୨ ସିଟ ରୁ କ୍ରମଶଃ ୨୦୦ସିଟରେ ସୀମିତ ହୋଇଥିଲା ।ମହାବାତ୍ୟା ପରଠାରୁ କ୍ରମଶଃ ଆଉ ଉଠି ପାରିନଥିଲା ଏହି ପ୍ରଥମ ଓଡ଼ିଆ ସିନେମା ହଲ୍ । ହେଲେ ଏପଟେ ଐତିହ୍ୟ ସହର ସିନେମା ହଲ ଶୂନ୍ୟ ହୋଇଛି । ବଡ଼ଦାଣ୍ଡରେ ଥିଲା ଜନତା ହଲ୍ ହଜୁରୀ ପରିବାର ଓ ମଠ ମହନ୍ତଙ୍କ ମଧ୍ୟରେ ମୋକଦ୍ଦମା ଯୋଗୁଁ ବନ୍ଦ ହୋଇଛି ।ବାଲିଘାଟ ଶ୍ରୀରାମ ଟକିଜ ବି ଆଉ ମୁଣ୍ଡ ଟେକି ପାରିନି ।ପେଣ୍ଠକଟା ଶ୍ରୀକ୍ଷେତ୍ର ସିନେମା ହଲ୍ ର ସମାନ ଅବସ୍ଥା ।ଆଉ ଶେଷ ଯାଏଁ ସଂଘର୍ଷ କରୁଥିବା ଶ୍ରୀକୃଷ୍ଣ ସିନେମା ହଲ୍ ଟି ପରିକ୍ରମା ପ୍ରକଳ୍ପ ଉଚ୍ଛେଦ ହୋଇ ସାରିଛି । ଡିଷ୍ଟ୍ରିବୁଟର ଙ୍କ ପ୍ରାଥମିକତା ଥିବା ଶ୍ରୀକୃଷ୍ଣ ହଲ ଭାଙ୍ଗିବା ପରେ ସିନେମା ହଲ୍ କେବଳ ସ୍ମୃତି ହୋଇ ରହିଛି। ଏଭଳି ସ୍ଥଳରେ କଳା,ଐତିହ୍ୟ ଓ ସଂସ୍କୃତିର ସହର ହୋଇଛି ପ୍ରେକ୍ଷାଳୟ ଶୂନ୍ୟ।
ବାଇଟ୍- ଗୈାରହରୀ ପ୍ରଧାନ, ପୂର୍ବତନ ପୈାରାଧ୍ୟକ୍ଷ
ବାଇଟ୍ - ବଦ୍ରି ନାରାୟଣ ମିଶ୍ର,ସଂସ୍କୃତି ଐତିହ୍ୟ ପ୍ରେମୀ
(ଭିଓ୨) ବେଶ କିଛି ଦିନ ହେବ ହଜିଯାଇଥିବା ମୌଳିକ ଓଡ଼ିଆ ସିନେମା ପୁଣି ଫେରିଛି। ହେଲେ ଦେଖିବାକୁ ହଲ୍ ନାହିଁ। ଓ ଏଫ୍ ଡି ସି ବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ସହ ପୁରୀ ଭଳି ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ରେ ସିନେମା ହଲ ନିର୍ମାଣ କରିବା ପାଇଁ ଆଲୋଚନା କରାଯାଇଛି। ତେବେ ଗତ କିଛି ଦିନ ତଳେ ସରକାରଙ୍କ ସହ ଆଲୋଚନା କରିଛନ୍ତି ପୁରୀ ବିଧାୟକ । ହେଲେ ସରକାରୀ ନିର୍ଦ୍ଦେଶାନାମା ଆସିନାହିଁ। ସିନେମା ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଦୁଇଜଣ ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସନାୟକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ବିଧାୟକ। ସେପଟେ ଫିଲ୍ମ ହଲ ନିର୍ମାଣ ହେବା ପୂର୍ବରୁ ତତ୍କାଳ ପ୍ରଥମେ ସିନେ ପ୍ରେମୀଙ୍କ ପାଇଁ ଅର୍ନପୂର୍ଣ୍ଣା ଥିଏଟରକୁ ସିନେମା ହଲ ଭାବେ ପ୍ରସ୍ତୁତ କରାଯିବ ଓ ପରେ ସିନେମା ହଲ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ବିଧାୟକ।
ବାଇଟ୍-ସୁନୀଲ ମହାନ୍ତି,ବିଧାୟକ ପୁରୀ
(ଫାଭିଓ) ସିନେମା ଟିଏ ଦେଖିବା ପାଇଁ ୬୦ କିମି ଦୂର ଭୁବନେଶ୍ୱର ଯାଉଛନ୍ତି ଶ୍ରୀକ୍ଷେତ୍ରବାସୀ।ପର୍ଯ୍ୟଟକ ଟିଏ ଆସିଲେ ବି ସିନେମା ଦେଖିବା ପାଇଁ ହଲ୍ ଟିଏ ପାଉନାହିଁ ।ଏଭଳି ସ୍ଥଳରେ ଶ୍ରୀକ୍ଷେତ୍ର ଭଳି ସ୍ଥାନରେ ସିନେମା ହଲ୍ କରିବା ନିହାତି ଜରୁରୀ ।,,,
0
Report
ANAnil Nagar1
FollowJul 31, 2025 07:32:02Gwalior, Bhopal, Madhya Pradesh:
भोपाल
मालेगांव ब्लास्ट मामले में प्रज्ञा सिंह ठाकुर को किया गया बारी, भाजपा विधायक रामेश्वर शर्मा का बयान
न्यायालय के फैसले को बताया स्वागत योग्य
कांग्रेस ने हिंदुओं को आतंकवादी बताया था
दिग्विजय सिंह ने हिंदुओं को आतंकवाद बताने का जो षड्यंत्र रचा था आज उस षड्यंत्र का पर्दाफाश हुआ
हिंदू निर्दोष साबित हुआ, मालेगांव मामले में प्रज्ञा सिंह ठाकुर सहित तमाम लोगों को जो पीड़ा दी गई वह दुर्भाग्यपूर्ण है
कांग्रेस ने जानबूझकर हिंदू बेटियों और भगवा को आतंकवादी बनाने की कोशिश की।
बाइट one 2 one भाजपा विधायक रामेश्वर शर्मा
3
Report
SMSanjay Mohapatra
FollowJul 31, 2025 07:32:02Puri, Odisha:
New Collector Join,,,
() ପୁରୀରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା। ଦାୟିତ୍ଵ ଗ୍ରହଣ ପୂର୍ବରୁ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ଆଶିର୍ବାଦ ଲାଭ କରିଛନ୍ତି ନୂତନ ଜିଲ୍ଲାପାଳ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପରେ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହିତ ମା ବିମଳା, ଲକ୍ଷ୍ମୀ ଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀ ମାନେ ତାଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ। ତେବେ ପୂର୍ବତନ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଠାରୁ ଆଜି ବିଧିବଦ୍ଧ ଭାବେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଦିବ୍ୟଜ୍ୟୋତି ପରିଡ଼ା। ବିଭିନ୍ନ ବିଭାଗର ଅଧିକାରୀ ମାନେ ଜିଲ୍ଲାପାଳଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ଦାୟିତ୍ଵ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଜିଲ୍ଲାପାଳ। ମହାପ୍ରଭୁଙ୍କ ଆଶୀର୍ବାଦରୁ ପୁରୀ ଭଳି ଏକ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳୀରେ କାର୍ଯ୍ୟ କରିବାର ସୁଯୋଗ ମିଳିଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତି କାନ୍ତି, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯିବ। ବିଭିନ୍ନ ନିଯୋଗର ସେବାୟତଙ୍କ ସହିତ ଉତ୍ତମ ସମନ୍ବୟ ରଖାଯାଇ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ସେପଟେ ଜିଲ୍ଲାପାଳ ଶ୍ରୀମନ୍ଦିରର ଉପମୁଖ୍ୟ ପ୍ରଶାସକ ଭାବେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ ଜିଲ୍ଲାପାଳଙ୍କୁ ତୁଳସୀ ମାଳ ପ୍ରଦାନ କରି ସ୍ୱାଗତ କରିଛନ୍ତି।
ବାଇଟ୍ - ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାପାଳ, ପୁରୀ
ବାଇଟ୍- ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ, ସେବାୟତ
0
Report
SMSanjay Mohapatra
FollowJul 31, 2025 07:31:53Puri, Odisha:
PURI METROPOLIS,,,PKG
() ପୁରୀକୁ ମହାନଗର ନିଗମ ପାଇଁ ପ୍ରକ୍ରିୟା ଆରମ୍ଭ।ଆବଶ୍ୟକୀୟ ତଥ୍ୟ ଯୋଗାଇ ନଥିବାରୁ ଜିଲ୍ଲାପାଳଙ୍କୁ ଚିଠି କଲା ଗୃହ ଓ ନଗର ଉନ୍ନୟନ ବିଭାଗ ।ପଞ୍ଚାୟତ ରିଜଲୁସନ୍ ରେ ବିଳମ୍ୱ ଯୋଗୁଁ ଆଗେଇ ପାରୁନି ପ୍ରକ୍ରିୟା ।ସର୍କିଟ ହାଉସ୍ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବୈଠକ କଲେ ପୁରୀ ବିଧାୟକ।ବିଧାୟକ କହିଲେ ସରକାରଙ୍କ ଘୋଷଣା କୁ ସ୍ଵାଗତ,ହେଲେ ବିଭାଗର ଚିଠି ପରେ ବି ପୌରସଂସ୍ଥା ଦେଇନାହିଁ ତଥ୍ୟ ।ପୁରୀ ସହରରେ ମିଶିବ ସଦରର ୧୧ ପଞ୍ଚାୟତ ।ମାଳତୀ ପାଟପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ କାୟା ମେଲାଇବ ପୁରୀ ମହାନଗର ନିଗମ।ଦୁଇ ଲକ୍ଷ ରୁ ବଢ଼ି ତିନି ଲକ୍ଷ ପାର କରିବ ପୁରୀ ଜନସଂଖ୍ୟା ।
(ଭିଓ୧) ଆରମ୍ଭ ହୋଇଛି ପୁରୀ ମହାନଗର ନିଗମ ଗଠନ ପ୍ରକ୍ରିୟା ।ପୁରୀ ସହରରେ ମିଶିବ ପୁରୀ ସଦର ଅଞ୍ଚଳର ୧୧ ପଞ୍ଚାୟତ।ବ୍ରହ୍ମଗିରି ଗୋରୁଆଳ ପଞ୍ଚାୟତ ର ଗୋଟିଏ ଗାଆଁ ସିପସରୁବାଲି ମଧ୍ୟ ସାମିଲ ହେବ ।ପୁରୀ ସଦର ତହସିଲ ଅଞ୍ଚଳର ଅଧିକାଂଶ ଅଞ୍ଚଳକୁ ନେଇ,ପୁରୀ ହରେକୃଷ୍ଣ ମୌଜା ଅର୍ଥାତ୍ ମାଳତୀ ପାଟପୁର ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ କାୟା ମେଲାଇବ ପୁରୀ ମହାନଗର ନିଗମ ।ମହାନଗର ନିଗମ ର ଆବଶ୍ୟକତା ଅନୁଯାୟୀ ଜନସଂଖ୍ୟା ୨ ଲକ୍ଷ ରୁ ବୃଦ୍ଧି ହୋଇ ୩ଲକ୍ଷ ପାର କରିବ ।କେଉଁ କେଉଁ ପଞ୍ଚାୟତ ମିଶିବ ସେନେଇ ସ୍କେଚ ସରିଛି କିନ୍ତୁ ପଞ୍ଚାୟତ ରିଜଲୁସନକୁ ଅପେକ୍ଷା ରହିଛି କହିଛନ୍ତି ପୁରୀ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ।ସମସ୍ତ ପଞ୍ଚାୟତ କୁ ଚିଠି କରାଯାଇଅଛି ପ୍ରସ୍ତାବକ ଦେବାପରେ ବିଭାଗକୁ ପଠାଯାଇଛି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ବାଇଟ୍ - ଅଭିମନ୍ୟୁ ବେହେରା,ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ
(ଭିଓ୨) ସେପଟେ ଆବଶ୍ୟକୀୟ ତଥ୍ୟ ଯୋଗାଇ ପାରୁନଥିବାରୁ ପୁରୀ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ । ମଗା ଯାଇଥିବା ତଥ୍ୟ ଯୋଗାଇ ନଥିବାରୁ ଆଗକୁ ପ୍ରକ୍ରିୟା ଆଗେଇ ପାରୁନାହିଁ ବୋଲି ଚିଠି ରେ ଉଲ୍ଲେଖ ହୋଇଛି ।ପୌର ପ୍ରଶାସନର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ଙ୍କ ଏନେଇ ପୁରୀ ପୌରସଂସ୍ଥା ର ମୁଖ୍ୟ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ।ସରକାରଙ୍କ ଘୋଷଣା ପରେ ୫ ତାରିଖରେ ପ୍ରଥମ ଚିଠି ହୋଇଥିଲା।ପରେ ଗତ ୧୪ ତାରିଖରେ ଆଉ ଏକ ଚିଠି କରିଥିଲା ବିଭାଗ ।ତଥ୍ୟ ନମିଳିବାରୁ ତୃତୀୟ ରିମାଇଣ୍ଡର ପଠାଇଛି ଗୃହ ନଗର ଉନ୍ନୟନ ବିଭାଗ। ସେପଟେ ଏନେଇ ACDC ବୈଠକ ନେଇଛନ୍ତି ପୁରୀ ବିଧାୟକ ।ସରକାର ଙ୍କ ଘୋଷଣା କୁ ସ୍ଵାଗତ କରିଛନ୍ତି ବିଧାୟକ ସୁନିଲ ମହାନ୍ତି ।ତେବେ ସରକାରଙ୍କ ତତ୍ପରତା ଓ ବିଭାଗର ଦୁଇ ଦୁଇ ଥର ଚିଠି ପରେ ଜିଲ୍ଲା ପୌର ପ୍ରଶାସନ ର ଶିଥିଳତା ଯୋଗୁଁ କାମ ଆଗେଇ ପାରୁନାହିଁ କହିଛନ୍ତି ସୁନିଲ ।ଯଥା ଶୀଘ୍ର ତଥ୍ୟ ଯୋଗାଇବାକୁ କାର୍ଯ୍ୟନିର୍ବାହୀ ଙ୍କୁ ବୈଠକ ମାଧ୍ୟମରେ ସେ କହିଛନ୍ତି ।
ବାଇଟ୍ - ସୁନିଲ ମହାନ୍ତି,ବିଧାୟକ, ପୁରୀ
ବାଇଟ୍ - ଜୟନ୍ତ ଦାସ,ବିଜେପି ଯୁବମୋର୍ଚ୍ଚା
(ଫାଭିଓ) ପଞ୍ଚାୟତ ରିଜଲୁସନ୍ ପହଂଚିଲେ ହିଁ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ।ଯାହାଫଳରେ ମହାନଗର ନିଗମ ସୁବିଧା ପାଇବେ ୪୦ ରୁ ଉର୍ଦ୍ଧ୍ଵ ରାଜସ୍ବ ଗ୍ରାମ।,,,
0
Report
SMSanjay Mohapatra
FollowJul 31, 2025 07:31:46Puri, Odisha:
chitalagi ambasya
()ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବିଜେ କରିଛନ୍ତି ବିଶ୍ୱନିଅନ୍ତା। ରତ୍ନବେଦୀରେ ମହାପ୍ରଭୁ ଦେଉଛନ୍ତି ଭକ୍ତଙ୍କୁ ଦର୍ଶନ। ନିଳାଦ୍ରୀ ବିଜେ ପରେ ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନିତି। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତ୍ତାଲାଗି ନିତି। ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରୁ ସ୍ନାନପୂର୍ଣ୍ଣିମା ଦିନ ଖୋଲାଯାଇଥିବା ଦୁର୍ମୁଲ୍ୟ ରତ୍ନ ଚିତାକୁ ଦଇତାପତି ମାନେ ଆଜି ଲଗାଇବେ। ଜଗନ୍ନାଥଙ୍କୁ ଶୁଭ୍ରହୀରା ,ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ଦୁର୍ମୂଲ୍ୟ ପାନ୍ନା ଖଚିତ ରତ୍ନଚିତା ଲାଗି ହେବ।
ହୀରା ଲୀଳା ଓ ମଣି ମାଣିକ୍ୟରେ ଏହି ଚିତାକୁ ଶ୍ରୀମସ୍ତକରେ ଲାଗି କରିବା ପାଇଁ ଓସ୍ୱ ସାଙ୍ଗରେ ଶ୍ରୀପଟ-ଶ୍ରୀପଟି ମାଧ୍ୟମରେ ଲାଗି କରାଯାଇଥାଏ ବୋଲି ପୌରାଣିକ ତଥ୍ୟ ରହିଛି । ଏଥିସହ ସମୁଦ୍ର ମନ୍ଥନରେ ଯେଉଁ ମାଣିକ୍ୟ ବାହାରିଥିଲା ତାକୁ ବରୁଣ ରାଜା ଦାନ କରିଥିଲେ ଯାହା ଫଳରେ ସେଗୁଡିକୁ ଆଜି ତାକୁ ଲାଗି କରାଯିବ।ଅନ୍ୟପଟେ କୁହାଯାଉଛି ରାଜା ଚୋଡ଼ଗଙ୍ଗଙ୍କ ସମୟରେ ଝିଅ ନନ୍ଦ କିଶୋରୀ ଗୁପ୍ତ ପ୍ରଣୟରେ ଲିପ୍ତ ଥିଲେ ଏବଂ ନିଜ ପିତା ରାଜାଙ୍କ ମସ୍ତକରୁ ଚୋରାଇ ନେଇ ଶତ୍ରୁ ରାଜାଙ୍କୁ ପ୍ରଦାନ କରିଥିଲେ ।ସେହି ସମୟରେ ଶତ୍ରୁ ରାଜା ସନମାନର ସହ ରାଜଜେମା ଓ ଦିବ୍ୟମଣିକୁ ଚୋଡ଼ଗଙ୍ଗଙ୍କ ନିକଟକୁ ପଠାଇ ଦେଇଥିଲେ। ଯାହା ଫଳରେ କି ରାଜା ନିଜ ଉପରେ ବିତୃଷ୍ନା ଭାବ ଆସିଥିଲା ଏବଂ ତା ପରେ ରାଜ୍ୟ ତ୍ୟାଗ କରି ବନଚାରି ହୋଇ ସେହି ଅପୂର୍ବ ମଣିକୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଥିଲେ।ଏହା ରାଧାନାଥଙ୍କ କାବ୍ୟ ଗ୍ରନ୍ଥା ବଳିର ନନ୍ଦି କେଶରୀ କାବ୍ୟରେ ଉଲ୍ଲେଖ କରାଯାଇଛି।ଏଥିସହ ଏହି ହୀରାକୁ ଆକଳନ କରିବା ପାଇଁ ୧୯୬୫ ରେ ଭାରତର ବିଖ୍ୟାତ ଜହରି ଆସିଥିଲେ ହେଲେ ସେ ବି ଏହି ହୀରାର ଆକଳନ କରି ପାରିନଥିଲେ। ସେଗୁଡିକ ଏବେ ହେଲା ଶ୍ରୀଜଗନ୍ନାଥଙ୍କୁ ହୀରା ,ବଳଭଦ୍ରଙ୍କୁ ନୀଳା ଓ ମା ସୁଭଦ୍ରାଙ୍କୁ ପାନା ଚିତା ଲାଗିକରାଯିବାର ବିଧି ରହିଛି । ତେବେ ରତ୍ନଚିତାଗୁଡିକ ଶ୍ରୀକପଡାରେ ବନ୍ଧାଯାଇ ତଢଉକରଣଙ୍କ ଦ୍ବାରା ସିଲ କରି ଭଣ୍ଡାରମେକାପଙ୍କ ହେପାଜତରେ ଭଣ୍ଡାର ଘରେ ରଖାଯାଇଥିଲା । ଆଜି ଚିତାଲାଗି ଅମାବାସ୍ୟା ତିଥିରେ ଏହି ହୀରା ଖଚିତ ରତ୍ନଚିତାଗୁଡିକୁ ଶ୍ରୀପଟ ଓ ଶ୍ରୀପଟିରେ ବନ୍ଧାଯାଇ ତିନି ଠାକୁରଙ୍କୁ ଲାଗି କରାଯିବ
ଏହାକୁ ଦଇତାପତି ସେବାୟତମାନଙ୍କ ଦ୍ବାରା ଭୋଗମଣ୍ଡପ ପରେ ରତ୍ନସିହାଂସନ ଉପରେ ଶ୍ରୀଜିଉଙ୍କର ମସ୍ତକରେ ଲାଗି କରିବା ପରମ୍ପରା ରହିଛି । ଶ୍ରୀଜିଉମାନଙ୍କର ଚିତାଲାଗି ପରେ ସେହି ବେଶ ଦେଖିବାକୁ ଅନେକ ଭକ୍ତ ଚିତାଲାଗି ତିଥିରେ ଦର୍ଶନ କରିଥାନ୍ତି । ମହାପ୍ରଭୁଙ୍କ ଏହୂ ଦୃମୁଲ୍ୟ ଚିତା କୁ ଦେଖିବା ପାଇଁ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଭିତରେ ବେଶ ଆଗ୍ରହ ଦେଖିବାକୁ ମିଳିଛି। ସେପଟେ ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ପାଇଁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ଟିକା ଠାରୁ ସନ୍ଧ୍ୟା ଘ.୬.୩୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।,,
ବାଇଟ୍- ଶରତ ମହାନ୍ତି, ବରିଷ୍ଠ ସେବାୟତ
0
Report
Baijauli, Maharajganj, Uttar Pradesh:
*
परतावल (महराजगंज):
श्यामदेउरवा थाना क्षेत्र के चौपरिया गांव निवासी अदालत (45) का शव गुरुवार सुबह परतावल-पुरैना मार्ग पर पुलिया के पास संदिग्ध हालत में मिला। अदालत, जो थाने में चौकीदार थे, बुधवार शाम परतावल बाजार गए थे, लेकिन लौटे नहीं। सुबह राहगीरों ने शव देखकर पुलिस को सूचना दी। पुलिस ने शव को पोस्टमार्टम के लिए भेजा। परिवार में कोहराम मचा है। थानाध्यक्ष अभिषेक सिंह ने बताया कि मौत के कारणों की जांच की जा रही है।
0
Report
SMSanjay Mohapatra
FollowJul 31, 2025 07:31:39Puri, Odisha:
JAGRUTI-AVO
() ବିଦ୍ୟାର୍ଥୀମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି ଲକ୍ଷ ।ଜାଗୃତି ଅଭିଯାନ ନାମରେ college awareness drive ଆୟୋଜନ କଲା ପୁରୀ ପୋଲିସ୍ ।ଖୁବ୍ ଶୀଘ୍ର ସ୍ଥାପନ ହେବ ସ୍ଥାୟୀ "Student Support System" ।ଯେଉଁଥିରେ ରହିବେ ମନୋବିଜ୍ଞାନୀ, ଲିଗାଲ୍ କଉନସିଲର୍ ଓ ପୋଲିସ ଅଧିକାରୀ ।ବିଦ୍ୟାର୍ଥୀ ମାନଙ୍କ ସହ ଯୋଗାଯୋଗ ରକ୍ଷା କରି ବିଦ୍ୟାର୍ଥୀ ଙ୍କୁ ଦେବେ ମାନସିକ ସପୋର୍ଟ ।ପ୍ରଥମ ପର୍ଯ୍ୟାୟରେ ନିମାପଡ଼ା ଉପଖଣ୍ଡ ରେ – ୫ଟି କଲେଜ, ସଦର ଉପଖଣ୍ଡରେ – ୬ଟି କଲେଜ ଓ ସ୍କୁଲ, ପିପିଲି ଉପଖଣ୍ଡ ରେ – ୨ଟି କଲେଜ, ସିଟି ଉପଖଣ୍ଡ ରେ – ୧ଟି ସ୍କୁଲ ମୋଟ: ୧୪ଟି କଲେଜରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ ।ପ୍ରତ୍ୟେକ କଲେଜରେ ଅଧିକାରୀମାନେ ନିଜ ଅଭିଜ୍ଞତା ଓ ଜ୍ଞାନ ସହ ବିଦ୍ୟାର୍ଥୀଙ୍କୁ ସମ୍ବୋଧନ କରିବା ସହ “ଯଦି କିଛି ଭଳି ନାହିଁ ଲାଗେ, ଚୁପ୍ ରୁହନ୍ତୁ ନାହିଁ – ସହଯୋଗ ନିଅନ୍ତୁ, ପୁରୀ ପୋଲିସ ଆପଣଙ୍କ ସହିତ ଅଛନ୍ତି ,ସଚେତନ କରାଯାଇଅଛି ।ସେମିନାର, ଇଣ୍ଟରେକ୍ଟିଭ୍ ସେସନ୍, ଓ ପ୍ରଶ୍ନ-ଉତ୍ତର ଅଧିବେଶନ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ, ଶାରୀରିକ ସୁରକ୍ଷା, ନିଶା ଓ ସାଇବର ଅପରାଧ ବିଷୟରେ ସଚେତନ କରିବାକୁ ଯୋଜନା ରଖା ଯାଇଛି ।
ବାଇଟ୍- ପ୍ରଶାନ୍ତ ସାହୁ, ସିଟି ଡିଏସପି
0
Report
SMSanjay Mohapatra
FollowJul 31, 2025 07:31:32Puri, Odisha:
Sp reaction on Balagoan issue
() ପୁରୀ ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକାକୁ ନିଆଁ ଲଗାଇ ଜାଳି ଦେବା ଘଟଣା। ପୁରୀ ଏସପି ପିନାକ ମିଶ୍ରଙ୍କ ପ୍ରତିକ୍ରିୟା। ଘଟଣାର ତଦନ୍ତ ଜାରି ରହିଛି। ପୁରୀର ଅତିରିକ୍ତ ଏସପି ଙ୍କ ନେତୃତ୍ବରେ ଏକ କ୍ୟାମ୍ପ ସେଠାରେ କରାଯାଇଛି। ପୋଲିସର ଏକ ମଲ୍ଟିପୁଲ୍ ଟିମ୍ ଘଟଣାର ତଦନ୍ତ କରୁଛି। ସେହିପରି ଡିଏସପି ଆଇସିଡବ୍ଲୁଙ୍କୁ ମାମଲା ହସ୍ତାନ୍ତର କରାଯାଇଛି। ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ କୌଣସି ନିଷ୍କର୍ସ ରେ ପହଞ୍ଚି ନାହିଁ ବୋଲି ପୁରୀ ଏସପି କହିଛନ୍ତି।
ବାଇଟ୍- ପିନାକ ମିଶ୍ର, ଏସପି, ପୁରୀ
0
Report
SMSanjay Mohapatra
FollowJul 31, 2025 07:31:26Puri, Odisha:
youth loot from minor girl
() ପୁରୀରେ ୩ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ।ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ ।ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ଘଟିଛି ଘଟଣା । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ବେଳେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।ଦୁଇ ବାଇକ୍ ରେ ଆସି ୪ ରୁ ୫ ଜଣ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା ।ଏହାସହିତ ସୁନା ଚେନ ଓ ଭ୍ୟାନିଟି ଥିବା ୨ ରୁ ୩ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି ।କାବୁ ହୋଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍ ।ଅଟକ ଦୁଇ ଯୁବକ ବ୍ରହ୍ମଗିରି ଅଞ୍ଚଳର ବୋଲି ସୂଚନା ମିଳୁଛି ।ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ତେବେ ଅଭିଯୋଗ ଅନୁଯାୟୀ ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସନ୍ଧ୍ୟା ୭ ଟା ପାଖାପାଖି ତିନି ଭଉଣୀ ଦର୍ଶନ ପାଇଁ ଯାଇଥିଲେ ।ଫେରିବା ବାଟରେ ଅନ୍ଧାର ରାସ୍ତା ଦେଖି ଦୁଇ ବାଇକ୍ ରେ ଆସିଥିବା ୪ ରୁ ୫ ଯୁବକ ତାଙ୍କୁ ଘେରି ଯାଇଥିଲେ ।ଯୁବକ ନିଶାସକ୍ତ ଅବସ୍ଥାରେ ଥିଲେ ।ଯୁବତୀଙ୍କୁ ଟଣା ଓଟରା ସହ ସୁନା ଚେନ ଓ ଭ୍ୟାନିଟି ବ୍ୟାଗ୍ ଓ ତା ଭିତରେ ଥିବା ୨ ରୁ ୩ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିଲେ ।ଭିଡା ଭିଡି କରିବା ସହ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି । ଦୂର୍ବୁର୍ତ୍ତଙ୍କ ମାଡ଼ରେ ଯୁବତୀ ମାନେ ଚିତ୍କାର କରିବା ପରେ ଯୁବକଙ୍କୁ ଘେରିଥିଲେ ଗ୍ରାମ ବାସୀ ।ତେବେ ଦୁଇଜଣଙ୍କୁ କାବୁ କରିବା ପରେ ଅନ୍ୟ ମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ ।ଏନେଇ ଅଧିକ ଛାନଭିନ କରୁଛି ପୋଲିସ୍ । ତେବେ ଏହି ଘଟଣାରେ ପୁରୀ ସଦର ଥାନାରେ କେଶ୍ ନମ୍ବର ୪୧୫/୨୫ ଓ ଦଫା ୩୯୪,୩୦୯ ଓ ୭୪ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଛାନବିନ କରୁଛି ପୁଲିସ। ଦୁଇଜଣ ଗିରଫ ହୋଇଥିବା ବେଳେ ଅନ୍ଯ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁଁ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସିଥାନ୍ତି। ଆଉ ଦର୍ଶନ ସାରି ବିଳମ୍ବିତ ରାତିରେ ସୁରକ୍ଷିତ ଘରକୁ ଫେରିଥାନ୍ତି। ମାତ୍ର ଏବେ ଏହି ସବୁ ରାସ୍ତା ଭକ୍ତମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ପୁଲିସର ସଠିକ୍ ପେଟ୍ରୋଲିଂ ନଥିବା ଓ ପୁଲିସ ପ୍ରତି ଭୟ ନଥିବାରୁ ଅପରାଧି ଓ ଲୁଟେରା ମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି ବୋଲି ଅଭିଯୋଗ ହୋଇଛି।
ସେପଟେ ପୁରୀ ଏସପି ପିନାକ ମିଶ୍ର କହିଛନ୍ତି ଏହି ଘଟଣାକୁ ପୋଲିସ ଗୁରୁତ୍ଵ ସହ ନେଇଛି। ଏହି ଘଟଣା ରେ 2 ଜଣ ଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଚି।,,
ବାଇଟ୍- ଯୁବତୀ,,,ଯୁବତୀ
ବାଇଟ୍- ପିନାକ ମିଶ୍ର, ପୁରୀ ଏସପି,
0
Report
SMSanjay Mohapatra
FollowJul 31, 2025 07:31:20Puri, Odisha:
Accident student death
() ବାଇକ୍ କୁ ପିଟିଲା ଫାୟାର ଗାଡ଼ି ।ଛାତ୍ର ମୃତ।ମୃତକ ଜଣକ ପୁରୀ ଏସ ସି ଏସ କଲେଜ ର ଛାତ୍ର ।ପୁରୀ ଚନ୍ଦନପୁର ତୁଳସୀ ଚଉରା ନିକଟରେ ଘଟିଛି ଏହି ମର୍ମନ୍ତୁଦ ଅଘଟଣ ।ଘଟଣା ସ୍ଥଳରେ ଉତ୍ତେଜନା। ଭୁବନେଶ୍ବର ପୁରୀ ରାସ୍ତା ଅବରୋଧ କଲା ଛାତ୍ର କଂଗ୍ରେସ। ପୁରୀ ଫାୟାର ଷ୍ଟେସନ ସମ୍ମୁଖରେ ଭିଆଇପି ରୋଡ଼ ବନ୍ଦ କଲେ ଛାତ୍ର। ପୁଲିସ ମୁତୟନ।
0
Report
SMSanjay Mohapatra
FollowJul 31, 2025 07:31:13Puri, Odisha:
Shraban 2nd Monday at Loknath
() ଆଜି ପବିତ୍ର ଶ୍ରାବଣ ମାସର ଦ୍ଵିତୀୟ ସୋମବାର। ଏହି ପବିତ୍ର ଦିନରେ ଶ୍ରୀଲୋକନାଥଙ୍କ ପିଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କର ଲାଗିଛି ଗହଳି ଚହଳି। ଭକ୍ତମାନେ ସିଂହଦ୍ବାର ଦେଇ ମନ୍ଦିରକୁ ପ୍ରବେଶ କରି ମୁଖ୍ୟ ମନ୍ଦିରରେ ଜଳଲାଗି କରୁଛନ୍ତି। ସୃଙ୍ଖଳିତ ଭାବେ ଭକ୍ତମାନେ ପଞ୍ଚାମୃତରେ ବୁଡି ରହିଥିବା ଶ୍ରୀଲୋକନାଥଙ୍କ ନିକଟରେ ଜଳଲାଗି କରିବା ସହ ନିଜର ମାନସିକ ଜଣାଇଥାନ୍ତି । ସେପଟେ ଜଳଲାଗି ପାଇଁ ୫୦ଟଙ୍କା ଦେବାକୁ ପଡ଼ୁଛି। ଏମିତିକି ପଚାଶ ଦିଅ ପାଣିଢାଳ ନଚେତ ଏଠାରୁ ଯାଅ। ଏଭଳି ବିଶୃଙ୍ଖଳା ମଧ୍ୟ ଦେଖିବାକୁ ମିଳୁଛି। ଶ୍ରୀଲୋକନାଥଙ୍କ ପୀଠରେ ଏମିତି ଜୁଲମ କରାଯାଉଥିବା ଅଭିଯୋଗ କରିଛନ୍ତି କାଉଡିଆ ଭକ୍ତ। କାଉଡିଆ ଭକ୍ତଙ୍କ ଅଭିଯୋଗ ଆଗ ୩୦ଟଙ୍କା ଟିକେଟ କରିବାକୁ ପଡୁଛି ପରେ ୧୦୦ଟଙ୍କାର ରସିଦ କାଟିବାକୁ ପଡୁଛି। ପରେ ପୁଣି ୫୦ ଟଙ୍କା ଦେଲେ ପାଣି ଢାଲିବା ପାଇଁ ଦଉଛନ୍ତି ବୋଲି ଅଭିଯୋଗ କେବଳ ଜଣେ ନୁହେଁ ଆଉ ଜଣେ ବାବାଙ୍କ ମଧ୍ୟ ସେଇ ଅଭିଯୋଗ। ୧୨ଘଣ୍ଟା ଧାଡିରେ ରହିବା ପରେ ଦର୍ଶନ ମିଳିଲା ନାହିଁ ବୋଲି ଅଭିଯୋଗ ହୋଇଛି। ସେପଟେ ଆଜି ସକାଳୁ ସକାଳୁ କାଉଡ଼ିଆ ଭକ୍ତ ମାନେ କିଏ କଟକ ଗଡଗଡିଆ ଘାଟରୁ ତ ଆଉ କିଏ ଚନ୍ଦନପୁର ଭାର୍ଗବୀ ନଦୀ ଘାଟରୁ ପାଣି ଉଠାଇ ଶ୍ରୀଲୋକନାଥ ମନ୍ଦିରକୁ ଆସିଥିଲେ। ସୃଙ୍ଖଳିତ ଜଳଲାଗି ପାଇଁ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ନିତି କାନ୍ତି କୁ ମଧ୍ୟ ସୃଙ୍ଖଳିତ କରିବା ପାଇଁଁ ବେରିକେଡିଂ କରାଯାଇଛି।
ବାଇଟ୍- ମହିଳା କାଉଡିଆ ଭକ୍ତ
ବାଇଟ୍- ରବି ନାରାୟଣ ପଣ୍ଡା, ସେବକ
ବାଇଟ୍- ଲୋକନାଥ ଟ୍ରଷ୍ଟ ମ୍ୟାନେଜର
0
Report
SMSanjay Mohapatra
FollowJul 31, 2025 07:31:06Puri, Odisha:
Congress_protest
() ପୁରୀ ବଳଙ୍ଗାର ନାବାଳିକାକୁ ଜାଳି ଦେବା ଘଟଣା ଧିରେଧିରେ ଉଗ୍ରରୂପ ଧାରଣ କରିଛି। ବାଲେଶ୍ଵର ଫକୀରମୋହନ କଲେଜ ଛାତ୍ରୀ ସୈାମ୍ଯାଶ୍ରୀ ବିଶିଷ୍ଟ ପରେ ବଳଙ୍ଗା ଛାତ୍ରୀଂକୁ ଜାଳି ଦେବାକୁ ୪୮ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଅପରାଧି ଙ୍କୁ ଧରିବାରେ ସକ୍ଷମ ହୋଇନାହିଁ ପୁରୀ ପୁଲିସ। ଯାହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ସେପଟେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଆଜି ଭୁବନେଶ୍ୱର ଏମସରୁ ଦିଲ୍ଲୀ ଏୟାରଲିପ୍ଟ କରିଛନ୍ତି। ତଥାପି ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅପରାଧି ମାନଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ବାଲେଶ୍ଵର ଫକୀରମୋହନ କଲେଜର ଛାତ୍ରୀଙ୍କୁ ସରକାର ନ୍ୟାୟ ଦେଇପାରିଲେ ନାହିଁ। ପୁଣି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀ ବଳଙ୍ଗାର ଝିଅକୁ ନ୍ୟାୟ ମିଳିନାହିଁ। ଏଣୁ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଇସ୍ତଫା ଦାବିକରିଛି କଂଗ୍ରେସ।
ବାଇଟ୍- ଆଲୋକ ଦାସ, ଯୁବ କଂଗ୍ରେସ
ବାଇଟ୍- କଂଗ୍ରେସ ନେତା
0
Report