Back
गजपति जिले के दो छात्र राज्य स्तर पर सुरभी अवॉर्ड के लिए चयनित
PPPREMANANDA PUJARI
Nov 13, 2025 09:21:22
Tehran, Tehran Province
ରାଜ୍ୟ ସ୍ତରୀୟ ସୁରଭିରେ ଅଂଶଗ୍ରହଣ କଲେ କେ.ଏମ. ଭାଲିଆସାହି ବିଦ୍ୟାଳୟର ଛାତ୍ରଛାତ୍ରୀ ରା.ଉଦୟଗିରି (ଗଜପତି): ପ୍ରେମାନନ୍ଦ ପୁଜାରୀ/ ଶିଶୁମାନଙ୍କ ଅନ୍ତର୍ନିହିତ କଳା ଓ ପ୍ରତିଭାକୁ ଆଗକୁ ଆଣିବା ସହ ତାଙ୍କର ସମଗ୍ର ବିକାଶ ନିମନ୍ତେ ପ୍ରତିବର୍ଷ ଆୟୋଜିତ ହେଉଛି ‘ସୁରଭି – ଶିଶୁ ମହୋତ୍ସବ’। ଏହି ଅନୁଷ୍ଠାନ ଗାଁ ସ୍ତରରୁ ଆରମ୍ଭ ହୋଇ ବିଦ୍ୟାଳୟ, ଖଣ୍ଡ, ଜିଲ୍ଲା ଓ ଶେଷରେ ରାଜ୍ୟ ସ୍ତରରେ ପାଳନ କରାଯାଏ। ସୁରଭି ମହୋତ୍ସବରେ ଶିଶୁମାନଙ୍କୁ ଭାଷଣ, ସଙ୍ଗୀତ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ନୃତ୍ୟ ଇତ୍ୟାଦି ବିଭିନ୍ନ ବିଷୟରେ ପ୍ରତିଯୋଗିତା ମାଧ୍ୟମରେ ତାଙ୍କର କୌଶଳ ଓ ଦକ୍ଷତା ପ୍ରଦର୍ଶନ କରିବାର ଅବସର ମିଳେ। ସେଥିପାଇଁ ଏହା ଶିଶୁମାନଙ୍କ ଶାରୀରିକ, ମାନସିକ, ବୌଦ୍ଧିକ ଓ ସାହିତ୍ୟିକ ମାନସିକତାର ବିକାଶରେ ଏକ ସୁନ୍ଦର ମଞ୍ଚ ହେଇଉଛି। ଏହି ବର୍ଷ ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ ଅନ୍ତର୍ଗତ ପି.ଏମ. ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ. ଭାଲିଆସାହି ର ଦୁଇ ଜଣ କଳାସାଧକ ଶିକ୍ଷାର୍ଥୀ ଶ୍ରୀମାନ୍ ମଣ୍ଟୁ ରାଇତ (ଦଶମ ଶ୍ରେଣୀ) ଓ ସୁଶ୍ରୀ ପ୍ରିୟା ଗମାଙ୍ଗ (ନବମ ଶ୍ରେଣୀ) ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ଦୁଇ ଛାତ୍ରଛାତ୍ରୀ ଗଜପତି ଜିଲ୍ଲାର ଆଞ୍ଚଳିକ ସଉରା ଭାଷାରେ ଗଳ୍ପ ଓ ଗୀତ ରଚନା କରି ସାହିତ୍ୟ ସୃଜନୀ ଶ୍ରେଣୀର ପ୍ରଶିକ୍ଷକ ଭୂମିକା ନିଭାଇଥିଲେ। ସେଥିସହ ଶିକ୍ଷକ ଶ୍ରୀ ପ୍ରହ୍ଲାଦ ଶିଅଳ ମାର୍ଗଦର୍ଶକ ଭୂମିକା ନିଭାଇଥିଲେ। ସେଥିସହ ଶିକ୍ଷକ ଶ୍ରୀ ଟି. ବିଦିକ, ଯିଏ ସାହିତ୍ୟ ସୃଜନୀ ଶ୍ରେଣୀର ପ୍ରଶିକ୍ଷକ ଥିଲେ, ଶିକ୍ଷାର୍ଥୀମାନଙ୍କୁ ନିରନ୍ତର ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଇ ଏହି ସଫଳତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ସହଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେରା ଓ ଅନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ମାନେ ମଧ୍ୟ ଏହି ଦୁଇ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସ ଓ ପ୍ରେରଣା ଦେଇ ସମଗ୍ର ସହଯୋଗ ପ୍ରଦାନ କରିଥିଲେ। ଏହି ସଫଳତା ଫଳରେ ସମଗ୍ର ବିଦ୍ୟାଳୟ ପରିବେଶରେ ଆନନ୍ଦ ଓ ଗୌରବର ମହଲ ସୃଷ୍ଟି ହୋଇଛି। ବିଦ୍ୟାଳୟ ପକ୍ଷରୁ ଦୁଇ ଶିକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇ ଭବିଶ୍ୟତରେ ତାଙ୍କୁ ଅଧିକ ସଫଳତା ପାଇଁ ଶୁଭେଚ୍ଛା ଜଣାଯାଇଥିବା ଜଣାପଡିଛି। ଏହା ପୂର୍ବରୁ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକଳାପ ରେ ଛେଳିଗଡ ହାଇସ୍କୁଲ ଆୟୋଜିତ କାର୍ଯ୍ୟକ୍ରମରେ କିଛି ଛାତ୍ର ଛାତ୍ରୀଙ୍କ କୃତିତ୍ୱ ହାସଲରେ ପାତର ଅନ୍ତର ନୀତି ଆପଣେଇ ମନୋନୀତ କରାଯାଇଥିବା ନେଇ କିଛି ଅଭିବାଭକ ମାନେ ଆର ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ର ତଦନ୍ତ ର ପରେ ଗୋଷ୍ଠୀ ଶିକ୍ଷା ଅଧିକାରୀ କିଛି ଛାତ୍ର ଛାତ୍ରୀଙ୍କୁ ଅନ୍ତର୍ନିହିତ ଗୁଣକୁ ପରଖିବା ସହ ଦାୟିତ୍ଵ ରେ ଥିବା ବିଚାରପତିଙ୍କୁ କୈଫତ୍ତଲବ କରିଥିଲେ । ଏବଂ ଆଗକୁ ଏହି ସମସ୍ୟ ପ୍ରତି ଗୁରୁତ୍ବ ର ଦାୟିତ୍ବ ନିର୍ବାହ କରାଯିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ତେବେ ଅନେକ ଘାତ ପ୍ରତିଘାତ ସତ୍ବେ ନିଜ ଲକ୍ଷ୍ୟପଥରେ ଅତି ଆଗ୍ରହ ସହକାରେ କାର୍ଯ୍ୟ ଜାରି ରଖିଥିବା ଛାତ୍ର ଛାତ୍ରୀ ମାନେ ରାଜ୍ୟ ସ୍ତରରେ ମନୋନୀତ ହୋଇଥିବା ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ର ଲହରୀ ଖେଳିଯାଇଛି। ଗଜପତି ଜିଲ୍ଲା ରୁ ପ୍ରେମାନନ୍ଦ ପୁଜାରୀ ଙ୍କ ରିପୋର୍ଟ
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SRSANDEEP RATHORE
FollowNov 13, 2025 10:50:550
Report
RSRAKESH SINGH
FollowNov 13, 2025 10:50:370
Report
HSHEMANT SANCHETI
FollowNov 13, 2025 10:50:190
Report
ADAbhijeet Dave
FollowNov 13, 2025 10:49:511
Report
RKRupesh Kumar
FollowNov 13, 2025 10:49:311
Report
RVRaunak Vyas
FollowNov 13, 2025 10:49:191
Report
DVDinesh Vishwakarma
FollowNov 13, 2025 10:48:541
Report
KSKartar Singh Rajput
FollowNov 13, 2025 10:47:221
Report
DKDeepesh Kumar
FollowNov 13, 2025 10:47:012
Report
ADAbhijeet Dave
FollowNov 13, 2025 10:46:491
Report
DGDeepak Goyal
FollowNov 13, 2025 10:46:331
Report
MSManish Sharma
FollowNov 13, 2025 10:46:25Aligarh, Uttar Pradesh:महंत यति नरसिंहानंद का दिल्ली ब्लास्ट के बाद विवादित बयान.. अलफलाह, AMU, जामिया, दारुल उलूम को उड़ाने की अपील
1
Report
SRSANDEEP RATHORE
FollowNov 13, 2025 10:45:421
Report
SKSundram Kumar
FollowNov 13, 2025 10:45:232
Report
0
Report