Back
मोहन थाना क्षेत्र में अवैध शराब पर बड़ा एक्शन, 180 लीटर देशी मदिरा जब्त
PPPREMANANDA PUJARI
Nov 13, 2025 09:20:52
Tehran, Tehran Province
ଗଜපତି:ଗଜପତି ଜିଲ୍ଲାରେ ମୋହନା ଥାନା ଅଞ୍ଚଳରେ දିନ କୁ දିନ ଚୋରା ମଦ କାରବାର ବୃଦ୍ଧି ପାଇଚାଲିଥିବା ବେଳେ ବାରମ୍ବାର ବିଭିନ୍ନ ମହଲରୁ अवକାରୀ ବିଭାଗକୁ अवଗତ କରାଯାଉଥିଲେ ମଧ୍ୟ କୈଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଚର୍ଚ୍ଚା ହୋଇଆସୁଥିଲା । ଏଭଳି କିଛି ବିଭାଗରେ କିଛି କର୍ମଚାରୀ ବିଭିଷଣ ସଦୃଶ୍ୟ ମଦ ମାଫିଆଙ୍କୁ ଭିତିରି ସହଯୋଗ କରିଆସୁଥିବା ନେଇ ଜନସାଧାରଣ ଆଲୋଚନା କରିଆସୁଥିଲେ । Teବେ ଅନେକ ଦିନର ବ୍ୟବଧାନ ପରେ ମୋହନା ଥାନା ଅନ୍ତର୍ଗତ କଳାମେରୀ ଓ ପଥରଗଡ଼ ଗାଁରେ अवକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇଛି । ବୁଧବାର ଦିନ ସକାଳୁ ସକାଳୁ ବଡ଼ ଧରଣର ଚଢ଼ାଉ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଗଣମାଧ୍ୟମ କୁ ସୂଚନା ଦିଆଯାଇଛି। ବେଆଇନ ଭାବରେ ଦେଶୀ ମଦ ରାନ୍ଧି ଓ ବିକ୍ରି ହେଉଥିବା ସୂଚନା ଉପରେ ଆଧାର କରି ମୋହନା ଅବକାରୀ ବିଭାଗୀୟ ଟିମ୍ ଏହି ଅଭିଯାନ ଚାଲାଇଥିଲେ। ଅଭିଯାନ ସମୟରେ ଅବକାରୀ ଅଧିକାରୀ ଓ ସହଯୋଗୀ ଦଳ ମିଶି ପ୍ରାୟ ୧୮୦ ଲିଟର ରୁ ଅଧିକ ଦେଶୀ ମଦ ଜବତ କରିଥିଲେ ଏବଂ ବହୁ ପରିମାଣର ପୋଚ କୁ ନଷ୍ଟ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, କଳାମେରୀ ଓ ପଥରଗଡ ଦୁଇ ଗାଁରେ ବେଆଇନ ଭାବରେ ମଦ ରାନ୍ଧିବା ଓ ବିକ୍ରି କରିବା କାରବାର ଦୀର୍ଘଦିନ ଧରି ଚାଲୁ ରହିଆସୁଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଓ ଗୁପ୍ତ ସୂଚନା ଆଧାରରେ ଅବକାରୀ ଟିମ୍ ଗାଁକୁ ଘେରି ଚଢ଼ାଉ କରିଥିଲେ। ଏହି ଚଢ଼ାଉ ଅଭିଯାନ ସମୟରେ ମଦ ରାନ୍ଧିବା ପାଇଁ ବ୍ୟବହୃତ ଚୁଲ୍ଲି, ଡ୍ରମ, ବାଲଟି, ଆଦି ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଥିଲା। ପୋଚ ଓ ମଦ ମିଶି ଅନେକ ଲିଟର ରାସାୟନିକ ଦ୍ରବ୍ୟ କୁ ନଷ୍ଟ କରି ଧ୍ବଂସ କରାଯାଇଛି। ଅଭିଯାନ ପରେ ଏହି ଅଞ୍ଚଳରେ ଅସାମାଜିକ ମଦ ଚକ୍ରରେ ଭୟ ଓ ଚାପ ଦେଖାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଜଣାଯାଇଛି ଯେ, ଏପରି ବେଆଇନ କାରବାର ଉପରେ ଆଗାମୀ ଦିନରେ ଆହୁରି କଡ଼ା ଅଭିଯାନ chାଲାଇ ଦୋଷୀଙ୍କ ବିରୋଧରେ କୋଠର କାର୍ଯ୍ୟନୁଷ୍ଠାନ ନିଆଯିବ। ଅପରପକ୍ଷରେ ଗଜପତି ଜିଲ୍ଲା ର ମୋହନା ଥାନା ଅନ୍ତର୍ଗତ ଢେପାଗୁଡା, ଗୋଠକେଳି , ରାଣିଖମା , କୁସୁମପୁର , ରାଜପୁର , ପିଣ୍ଡିକି , ଲବରମା, ମହାକୁପା , hiକିରିକୁପା, ଲୁହାଗୁଡି ଏବଂ ଅଡବା ଥାନା ଅନ୍ତର୍ଗତ ବିରିକୋଟ, ମାଣ୍ଡିମେରା, ଦମାଦୂଆ, ପାଣିଗଣ୍ଡା, ଆଲିଗଣ୍ଡା ,ନଳାଘାଟ, ଗୁରୁଝୋଳି ଆଦି ଗ୍ରାମପଞ୍ଚାୟତ ଓ ଗ୍ରାମ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଗୁଡିକରେ ଦେଶୀମଦ କୁ ବିଲମାଳିଆ ଝରଣା ସାହାଯ୍ୟ ରେ ରନ୍ଧାଯାଇ ଜୋରଦାର ଚୋରା କାରବାର ବୃଦ୍ଧି ପାଇଚାଲିଥିବା ଅଞ୍ଚଳବାସୀ ଙ୍କ ଶୁଣିବାକୁ ମିଳିଛି । ତେବେ ଏହି ଅଭିଯାନ ଦ୍ୱାରା ଅବକାରୀ ବିଭାଗର କାର୍ଯ୍ୟ କେବଳ ଆଖିଦୃଶିଆ ବୋଲି କୁହାଯାଉଥାଯାୂ ବେଳେ ଅଞ୍ଚଳରେ ମଦ ମାଫିଆ ଓ ଅସାମାଜିକ ବ୍ୟକ୍ତିମାନେ ଚୋରା ମଦା କାରବାର ପାଇଁ ଆଗୁଆ ସତର୍କତା ଅବଲମ୍ବନ କରିବା ସହ ଦେଶୀ ରନ୍ଧାମଦଭାଟି ସ୍ଥାନ ବଦଳାଉଥିବା ଜଣାପଡିଛି।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SRSANDEEP RATHORE
FollowNov 13, 2025 10:50:550
Report
RSRAKESH SINGH
FollowNov 13, 2025 10:50:370
Report
HSHEMANT SANCHETI
FollowNov 13, 2025 10:50:190
Report
ADAbhijeet Dave
FollowNov 13, 2025 10:49:511
Report
RKRupesh Kumar
FollowNov 13, 2025 10:49:311
Report
RVRaunak Vyas
FollowNov 13, 2025 10:49:191
Report
DVDinesh Vishwakarma
FollowNov 13, 2025 10:48:541
Report
KSKartar Singh Rajput
FollowNov 13, 2025 10:47:221
Report
DKDeepesh Kumar
FollowNov 13, 2025 10:47:012
Report
ADAbhijeet Dave
FollowNov 13, 2025 10:46:491
Report
DGDeepak Goyal
FollowNov 13, 2025 10:46:331
Report
MSManish Sharma
FollowNov 13, 2025 10:46:25Aligarh, Uttar Pradesh:महंत यति नरसिंहानंद का दिल्ली ब्लास्ट के बाद विवादित बयान.. अलफलाह, AMU, जामिया, दारुल उलूम को उड़ाने की अपील
1
Report
SRSANDEEP RATHORE
FollowNov 13, 2025 10:45:421
Report
SKSundram Kumar
FollowNov 13, 2025 10:45:232
Report
0
Report