Back
Paradip में बारिश से घर-घर पानी; लोग कर रहे जद्दोजहद
NBNARAYAN BEHERA
Sept 09, 2025 09:03:52
Paradeep, Odisha
Slug - Rainwater
Dt - 09/09/2025
Place - Paradip
Format - Avb
Anchor - ବର୍ଷା ଜଳରେ ହନ୍ତସନ୍ତ ଗ୍ରାମବାସୀ। ବର୍ଷା ହେଲେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, ଲୋକେ ହନ୍ତସନ୍ତ ,ଘର ଭିତରେ ଆଣ୍ଠୁଏ ପାଣିରେ ଲୋକେ କରୁଛନ୍ତି ଯାଆ ଆସ। ଜଳ ନିଷ୍କାସନ ପାଇଁ ନାହିଁ ଡ୍ରେନେଜ୍ ର ବ୍ୟବସ୍ଥା, ଦୂର ହୋଇ ପାରିନାହିଁ ଦୀର୍ଘବର୍ଷର ସମସ୍ୟା। ଏନ୍ଏସି କିମ୍ବା ମୁନସିପାଲିଟି ରେ ମିଶିବା ପାଇଁ ଦାବୀ।ମୁନିସିପାଲିଟି ହେଲେ ସବୁକିଛି ସମସ୍ୟା ର ସମାଧାନ ହେବ ବୋଲି ଗ୍ରାମବାସୀ ମାନେ ଆଶା ରଖି ଥିବା ବେଳେ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଇଚ୍ଛାଶକ୍ତି ଅଭାବରୁ ଅସରାଏ ବର୍ଷା ପାଣିରେ ବୁଡି ଯାଉଥିବା ଗ୍ରାମବାସୀ ଙ୍କୁ ଚିନ୍ତାରେ ପକାଇଛି। ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୫ଟି ଓ୍ବାର୍ଡ ଓ ୧୩ଟି ରାଜସ୍ବ ଗାମକୁ ନେଇ ଏହି ପଞ୍ଚାୟତ ରେ ୨୫ହଜାରରୁ ଉର୍ଦ୍ଧ ଲୋକ ରହୁଥିବା ବେଳେ ଅସରାଏ ବର୍ଷା ହେଲେ ରାସ୍ତା ଘାଟ ବୁଡି ଘର ଭିତରେ ଜମି ରହୁଛି ଆଣ୍ଠୁଏ ଆଣ୍ଠୁଏ ପାଣି । କାହା ଘରେ ଚୁଲିରେ ପାଣି ପଶିଯାଇଛ ତ କିଏ ଘରର ସମସ୍ତ ଆସବାବପତ୍ର ଖଟ ଉପରେ ରଖିଛି।ଏପରିକି ଗ୍ରାମର କିଛି ଘର ସମ୍ପୂର୍ଣ୍ଣ ପାଣି ଘେରରେ ରହିଥିବା ବେଳେ ବନ୍ୟାର ଭ୍ରମ ମଧ୍ୟ ସୃଷ୍ଟି କରୁଛି । ପାଣି ନିଷ୍କାସନ ର ବାଟ ନଥିବାରୁ ବାଧ୍ୟ ହୋଇ ଲୋକେ ପାଣି ରେ ଯାତାୟାତ କରିବା ସହିତ ଘରୁ ପଦାକୁ ବାହାରିବା ବଡ କଷ୍ଟକର ହୋଇ ପଡିଛି। ଏହି ସମସ୍ୟା ଦୀର୍ଘବର୍ଷ ର ହୋଇଥିବା ବେଳେ ବର୍ଷା ଦିନେ ପଞ୍ଚାୟତ ତରଫରୁ କୌଣସି ଆସୁ ସମାଧାନ ହୋଇ ପାରିନାହିଁ। ଯାହା ଫଳରେ ଅସରାଏ ବର୍ଷା ହେଲେ ଲୋକେ ପାଣି ଘେରରେ ରହିବା ସହିତ ପାଣି ଭିତରେ ଯାଆଆସ କରି ରୋଗାଗ୍ରସ୍ତ ହୋଇ ପଡୁଛନ୍ତି। ଦୀର୍ଘଦିନ ର ସମସ୍ୟା ର ସୁଧାର ନ ଆସିବାରୁ ସମସ୍ୟା ର ସୁଧାର ପାଇଁ ପାରାଦୀପ ଗଡ ପଞ୍ଚାୟତ କୁ ଏନ୍ଏସି କିମ୍ବା ମୁନସିପାଲିଟି ରେ ମିଶାଇବା କୁ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି। ପାରାଦୀପ ଗଡ ପଞ୍ଚାୟତ ଏକ ବୃହତ ପଞ୍ଚାୟତ ହୋଇଥିବା ବେଳେ ପାରାଦୀପରେ ଦୃତ ଶିଳ୍ପାୟନ ଯୋଗୁଁ ବିଭିନ୍ନ ରାଜ୍ୟର ହଜାର ହଜାର ଲୋକେ ଏଠାରେ ବସବାସ କରୁଛନ୍ତି। କିଛି ଲୋକେ ସରକାରୀ ଖାଲିଯାଗା ତଥା ଜଳ ନିଷ୍କାସନ ପଥକୁ ଜବରଦଖଲ କରି ଜଳ ନିଷ୍କାସନ ପଥକୁ ଅବରୋଧ କରିଛନ୍ତି। ଯାହା ଫଳରେ ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ନହୋଇ ପାରି ପାରାଦୀପ ଗଡ ପଞ୍ଚାୟତ ର ଅଧିକାଂଶ ଗ୍ରାମ ଜଳମଗ୍ନ ହୋଇ ପଡୁଛି । ଏହା ର ସମାଧାନ ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ଖୁବଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି କହିବା ସହ ଗଡ ପଞ୍ଚାୟତ ଏନ୍ଏସି କିମ୍ବା ମୁନସିପାଲିଟି ହେଲେ ଏହାର ସମାଧାନ ବାଟ ନୁହେଁ ବୋଲି ରୋକଠୋକ୍ କହିଛନ୍ତି ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି। ଅନ୍ୟ ପଟେ ସରକାର ବଦଳିବା ପରେ ପାରାଦୀପ ଗଡ ପଞ୍ଚାୟତ ଓ ନୂଆଗଡ ପଞ୍ଚାୟତ ର କିଛି ଗ୍ରାମ ଏଥର ପାରାଦୀପ ମୁନସିପାଲିଟିରେ ମିଶିବା ନେଇ ପ୍ରସ୍ତାବ ଦିଆଯାଇଛି ବୋଲି ସ୍ଥାନୀୟ ବିଧାୟକ ତଥା ଶୀଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି।
ବାଇଟ -୧-ଫୁଲ ସାହୁ,( ପାରାଦୀପ ଗଡ ଗ୍ରାମବାସୀ )
ବାଇଟ -୨-ପ୍ରସାଦ ବେହେରା,( ବାଲିସାହି ପଡା,ପାରାଦୀପ ଗଡ ପଞ୍ଚାୟତ )
ବାଇଟ -୩- ସଂଜୟ ବେହେରା, ( ସରପଞ୍ଚ ଙ୍କ ପ୍ରତିନିଧି, ପାରାଦୀପ ଗଡ ପଞ୍ଚାୟତ )
ବାଇଟ -୪- ସମ୍ପଦ ସ୍ବାଇଁ, ( ପାରାଦୀପ ବିଧାୟକ ତଥା ଶୀଳ୍ପମନ୍ତ୍ରୀ)
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
14
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AMABHAYA MOHANTY
FollowSept 13, 2025 08:35:520
Report
MSManish Sharma
FollowSept 13, 2025 08:35:150
Report
AKAjay Kashyap
FollowSept 13, 2025 08:35:060
Report
VKVINOD KANDPAL
FollowSept 13, 2025 08:34:450
Report
MSManish Sharma
FollowSept 13, 2025 08:34:240
Report
DSDurag singh Rajpurohit
FollowSept 13, 2025 08:34:040
Report
D1Deepak 1
FollowSept 13, 2025 08:33:410
Report
SPSohan Pramanik
FollowSept 13, 2025 08:33:340
Report
0
Report
LSLaxmi Sharma
FollowSept 13, 2025 08:33:180
Report
MDMahendra Dubey
FollowSept 13, 2025 08:33:040
Report
DRDamodar Raigar
FollowSept 13, 2025 08:32:510
Report
AKAjay Kashyap
FollowSept 13, 2025 08:32:430
Report
MMMRITYUNJAI MISHRA
FollowSept 13, 2025 08:32:240
Report
DVDinesh Vishwakarma
FollowSept 13, 2025 08:32:100
Report