Back
ସmbଲପୁର میں पर्यटन विकास केवल घोषणाओं तक सीमित, विपक्ष ने उठाए सवाल
ANAJAY NATH
Mar 22, 2026 07:19:16
Sambalpur, Odisha
ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ କେବଳ ଘୋଷଣାରେ ସୀମିତ ଏବଂ ଅବହେଳିତ ରହୁଛି ବୋଲି କହିଛନ୍ତି ଇଂ ରୋହିତ ପୂଜାରୀ।
ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ଯେ ରାଜ୍ୟରେ ଶାସିତ ବିଜେପି ସରକାର ର ସମ୍ବଲପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ କେବଳ ଘୋଷଣାରେ ସୀମିତ ରହିଯାଉଛି ଏବଂ ସମ୍ବଲପୁର କୁ ଅବହେଳିତ କରାଯାଉଛି । ଇଂ ପୂଜାରୀ ଏହି ମର୍ମରେ କହିଛନ୍ତି ଯେ ବିଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ ସହିତ ବିଜେପି ମଧ୍ୟ ନିଜର ନିର୍ବାଚନୀ ପ୍ରତିଶ୍ରୁତିରେ ସମ୍ବଲପୁର ଠାରେ ମಹାନଦୀ ରିଭର୍ ଫ୍ରଣ୍ଟ ବିକାଶ କରାଯିବାର kଥା ଉଲ୍ଲେଖ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସରକାର ଆସିବା ପରେ ସରକାର ବିଭିନ୍ନ ସମୟରେ مହାନଦୀ ରିଭର୍ ଫ୍ରଣ୍ଟ ବିକାଶ କରାଯାଇବାର କଥା କହିଛନ୍ତି। କିନ୍ତୁ ଗତକାଲି ଲୋକସେବା ଭବନ ଭୁବନେଶ୍ୱର ଠାରେ ଆୟୋଜିତ ମହାନଦୀ ରିଭର୍ ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା ବୈଠକରେ କେବଳ କଟକ ସ୍ଥିତ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କରାଯାଇଥିବା ବେଳେ ପ୍ରତିଶ୍ରୁତି ଏବଂ ଘୋଷଣା ସତ୍ତ୍ବେ ସମ୍ବଲପୁର ମହାନଦୀ ଠାରେ ହେବାକୁ ଥିବା ପ୍ରକଳ୍ପର କଥା ଭୁଲିଯିବା ସମ୍ବଲପୁର ବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରୋହିତ । ୨୦୨୫ ରୁ ଏହି ପ୍ରକଳ୍ପ ଘୋଷଣା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ୟନ୍ତ ଏହି ପ୍ରକଳ୍ପ ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହି କିମ୍ବା କୌଣସି କାର୍ୟ ମଧ୍ୟ ଆରମ୍ଭ କରା ଯାଇ ନାହିଁ। ସମ୍ବଲପୁର ବାସୀଙ୍କୁ ଯଦି ସରକାର୍ ଭାବୁଛନ୍ତି କେବଳ ଘୋଷଣା କରି ଖୁସି କରାଯାଇପାରିବ ତେବେ ଏହା ତାଙ୍କର ଐତିହାସିକ ଭୁଲ ହେବ ବୋଲି ଇଂ ପୂଜାରୀ କହିଛନ୍ତି। ଏହା ସହ ଇଂ ପୂଜାରୀ ଉଲ୍ଲେଖ କରିଛନ୍ତି ଯେ ସେ ରେଢ଼ାଖୋଲ ବିଧାୟକ ଥିବା ସମୟରେ ୨୦୧୫ ମସିହାରୁ ରେଢ଼ାଖୋଲ ଠାରେ ଏକ ସୁନ୍ଦୁର ଇକୋ ପାର୍କ ର ପରିକଳ୍ପନା କରି ବ୍ୟକ୍ତିଗତ ଭାବରେ ବହୁ ଚେଷ୍ଟା କରି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରେ ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ୯ ଏକର ୧୪୦ ଡିସିମିଲ ପରିମିତ ଏବଂ ୨ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୨୦୨୩ ମସିହା ଜାନୁୟାରୀ ମାସରେ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଏହି ବହୁ ପ୍ରତିକ୍ଷିତ ଏବଂ ଅତ୍ୟନ୍ତ ସୁନ୍ଦର ଇକୋ ପାର୍କ ର ଲୋକାର୍ପଣ କରାଯାଇଥିଳା, ଯେଉଁ ପାର୍କ କି ପଶ୍ଚିମ ଓଡ଼ିଶାର ଏକ ନମ୍ବର ପାର୍କ କହିଲେ ମଧ୍ୟ ଉତ୍ୟକ୍ତି ହେବନାହିଁ। ସେଠାରେ ଜନସାଧାରଣ ଙ୍କ ଚିତ୍ତବିନୋଦନ, ବୁଲିବା ପାଇଁ ବହୁ ପ୍ରକାର ସୁବିଧା ଏବଂ ସୌନ୍ଦର୍ଜିକରଣ କରାଯାଇଥିଲା, ଏହା ସହ ପରବର୍ତ୍ତୀ ସମୟରେ_sେଠାରେ_ ଇକୋ କଟେଜ ନିର୍ମାଣ କରି ইକୋ ରେସର୍ଟ ରେ ପରିଣତ କରିବାର ପରିକଳ୍ପନା କରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। କିନ୍ତୁ ପରିତାପର ବିଷୟ ଏହା ଯେ ନୂଆ ବିଜେପି ଶାସିତ ସରକାର ଆସିବା ପରେ ସେହି ପାର୍କ ରକ୍ଷଣା ବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପରିଣତ ହୋଇସାରିଲାଣି, ଯାହାକି ଅତ୍ୟନ୍ତା ଚିନ୍ତାର ବିଷୟ। ଯଦି ସରକାରଙ୍କ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ଲକ୍ଷ୍ୟ ପାଇଁ ନିତାନ୍ତ ସମ୍ମାନ ରଖିବେ ତେବେ ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ୍ ଜବାବ୍ ଦେବାକୁ ପଛାଇବେ ନାହିଁ। ଏହା ସହ କିଭଳି ଭାବରେ ଯଥାଶୀଘ୍ର ସମ୍ବଲପୁର ଠାରେ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହେବ ଏବଂ ରେଢ଼ାଖୋଲ ସ୍ଥିତ ଇକୋ ପାର୍କର ପୁନଃ ସୌନ୍ଦର୍ଜିକରଣ କରାଯାଇ ଜନସାଧାରଣ ଏହାର ଲାଭ ଉଠାଇପାରିବେ ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଇଂ ପୂଜାରୀ ଦାବି କରିଛତି.
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
JPJitendra Panwar
FollowMar 22, 2026 08:33:140
Report
MSMrinal Sinha
FollowMar 22, 2026 08:32:580
Report
ASABHISHEK SHARMA1
FollowMar 22, 2026 08:32:440
Report
NSNAVEEN SHARMA
FollowMar 22, 2026 08:32:180
Report
SMSanjay Mohapatra
FollowMar 22, 2026 08:32:060
Report
YSYatnesh Sen
FollowMar 22, 2026 08:31:530
Report
NBNARAYAN BEHERA
FollowMar 22, 2026 08:31:220
Report
BABASHIR AHMED MIR (Sagar)
FollowMar 22, 2026 08:31:090
Report
0
Report
MPMAHESH PARIHAR1
FollowMar 22, 2026 08:30:380
Report
KSKashish Singh
FollowMar 22, 2026 08:30:250
Report
RJRahul Joshi
FollowMar 22, 2026 08:30:180
Report
SBSharad Bhardwaj
FollowMar 22, 2026 08:21:15743
Report