Back
रथयात्रा के दौरान ओड़िशा में जैविक चावल से बने भोजन की तैयारी
SMSanjay Mohapatra
Oct 26, 2025 08:20:46
Puri, Odisha
ଆସନ୍ତା ରଥଯାତ୍ରାରୁ ମହାପ୍ରଭୁଙ୍କ ପାଖରେ ଲାଗି ହେବ ଜୈବିକ ଚାଉଳ ଅବଢ଼ା ଅନ୍ନ। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଡ଼ୀଙ୍କ ସୂଚନା ପରେ ସେବକ ଓ ଭକ୍ତ ମହଲରେ ସ୍ବାଗତ। ପୂର୍ବରୁ ଅର୍ଗାନିକ ଚାଉଳରେ ଅবଢ଼ା ପ୍ରସ୍ତୁତ ପାଇଁ ୫ ବର୍ଷିଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୮ ଜିଲ୍ଲାରେ ବଳଭଦ୍ର ଜୈବିକ ଚାଷ ମିଶନରୁ ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ। ୧୧୩ କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର କରିଛନ୍ତି ବଳଭଦ୍ର ଜୈବିକ ଚାଷ ମିଶନ। ବରଗଡ଼, କଟକ କୋରାପୁଟ ଜିଲ୍ଲାରେ ଜୈବିକ ଚାଷ କରାଯିବା ସହ ଦିଆଯାଇଛି ସହାୟତା ରାଶି। ୭ିସେ ସରକାର ତାଙ୍କୁ ସୁାସିତ କରାଯାଇଛି। ତେବେ ଜୈବିକ ଚାଉଳ ନିର୍ମାଣ ଆବଶ୍ୟକତା ପୂରଣ ପାଇଁ ରଥଯାତ୍ରାର ପାଖରେ ଯୋଜନା ରହିଛି। ପ୍ରଥମେ କୋଠ ଭୋଗ ପରେ ଆବଶ୍ୟକୀୟ ଚାଉଳ ଅମଳ ହେଲେ ଭକ୍ତଙ୍କ ପାଇଁ ମଧ୍ୟ ରନ୍ଧାଯିବ। ନାରମ ଭୋଗ ପାଇଁ ମହାପ୍ରସାଦାନ୍ନ ରାସ୍ତାରେ ସ୍ଵତନ୍ତ୍ର କାଉଣ୍ଟର। ପରବର୍ତ୍ତୀ ସମୟରେ ଜୈବିକ ପନିପରିବା ମଧ୍ୟ ବ୍ୟବହାର ହେବ। ଗତ ରଥଯାତ୍ରା ସମୟରେ ଆଡ଼ପ ମଣ୍ଡପରେ ଜୈବିକ ଚାଉଳରୁ ପ୍ରସ୍ତୁତ ହୋଇଥିଲା ଭୋଗ। କିନ୍ତୁ ପକେଟ୍ ଉପଯୋଗୀ ହେଲେ ହିଁ ଏହି ଜୈବିକ ଯୁକ୍ତ ଅବଢା ପ୍ରତି ସ୍ରଦ୍ଧା ବଢିବ। ସୁଆର ମହାସୁଆର ନିଯୋଗ ସଂପାଦକ ବାଇଟ୍- ଗଣେଶ ମହାସୁଆର, ସମ୍ପାଦକ, ସୁଆର ମହାସୁଆର ନିଯୋଗ। ସବୁଜ ଖେତ ବା ଗ୍ରୀନ ମାନ୍ୟୁଆର ଭାବରେ ଧଣିଚା ଉତ୍ପାଦନ କରାଯାଇ ଜୈବିକ ଚାଉଳ ଉତ୍ପାଦନ କରାଯାଉଅଛି। ପ୍ରାରମ୍ଭିକ ଭାବରେ କଟକ କୋରାପୁଟ ଓ ବରଗଡ ରେ ଜୈବିକ ଚାଷ ହେଉଥିବା ବେଳେ ରାୟଗଡା, ମୟୁରଭଞ୍ଜ, କେନ୍ଦୁଜର, ସୁନ୍ଦରଗଡ ଓ ବଲାଙ୍ଗୀରରେ କରାଯିବ ଅର୍ଗାନିକ ଫାର୍ମିଂ। ତେବେ ଶ୍ରୀମନ୍ଦିର ରୋଷ ଘର ପାଇଁ କୋଠ ଭୋଗ ଭାବରେ ପ୍ରାୟ ୧ ରୁ ୨ କୁଏଣ୍ଟାଲ ଚାଉଳ ନିତ୍ୟ ଆବଶ୍ୟକ ହେଉଥିବା ବେଳେ ବରାଦୀ ଓ ବିକ୍ରି ଅବଢ଼ା ମିଶି ପ୍ରାୟ ୨୦୦ରୁ ୨୨୦ କୁଇଣ୍ଟାଲ୍ ଚାଉଳ ଆବଶ୍ୟକ। ୨ ଯେଉଁଥିପାଇଁ ପ୍ରାୟ ୧୫ ହଜାରରୁ উର୍ଦ୍ଧ୍ଵ ହେକ୍ଟର ଚାଷ ଜମିର ଆବଶ୍ୟକତା ରହିଛି। ୪ତେବେ ଅମଳକୁ ନଜରରେ ରଖି ପ୍ରାରମ୍ଭିକ ପର୍ଯ୍ୟାୟରେ ରଥଯାତ୍ରା ଠାରୁ କୋଠ ଭୋଗରେ କେବଳ ଜୈବିକ ଚାଉଳ ଅନ୍ନ ଲାଗୁ ହେବା ପାଇଁ ଯୋଜନା ରହିଛି। ପୁର୍ବରୁ ଚଳିତ आଡପ ମଣ୍ଡପରେ ସମସ୍ତ ୫ ଦିନ ମହାପ୍ରଭୁଙ୍କ ପାଖରେ ଦୈନିକ ୮୦ କିଳୋ ଚାଉଳରେ ପ୍ରସ୍ତୁତ କୋଠ ଭୋଗ ଅନ୍ନ ଓ ଭକ୍ତଙ୍କ ପାଇଁ ୨୧ କୁଇଣ୍ଟାଲ ଜୈବିକ ଚାଉଳରେ ପ୍ରସ୍ତୁତ ଅମୃତ ଅନ୍ନ ଲାଗି ବ୍ୟବସ୍ଥା ହୋଇଥିଲା। ତେବେ ଶ୍ରୀମନ୍ଦିରରେ ଜୈବିକ ଚାଉଳ ଓ ଶସ୍ୟ ବ୍ୟବହାର ଫଳରେ ରାସାୟାନ ମୁକ୍ତ ଖାଦ୍ୟ ଖାଇବା ପାଇଁ ବାର୍ତ୍ତା ସମାଜକୁ যିବ ବୋଲି କହିଛନ୍ତି ମଠାଧିଶ। କିନ୍ତୁ ପକେଟ୍ ଉପଯୋଗୀ ହେଲେ ହିଁ ଏହି ଜୈବିକ ଯୁକ୍ତ ଅବଢା ପ୍ରତି ସ୍ରଦ୍ଧା ବଢିବ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
AKAshok Kumar1
FollowOct 26, 2025 11:21:12Noida, Uttar Pradesh:“फ़र्ज़ीवाडे के सभी रिकॉर्ड टूटे” PM के लिए फ़िल्टर पानी वाली “नक़ली यमुना” बनाई गई है मग़र दिल्ली में गरीब पूर्वांचली लोगों के लिए प्रदूषित मल युक्त यमुना
0
Report
ASAkash Sharma
FollowOct 26, 2025 11:21:020
Report
0
Report
RSRAJEEV SHARMA
FollowOct 26, 2025 11:20:310
Report
DKDeepesh Kumar
FollowOct 26, 2025 11:19:22Noida, Uttar Pradesh:Walkthrough आतंकी अदनान के घर से।
0
Report
DRDamodar Raigar
FollowOct 26, 2025 11:19:090
Report
SRSANDEEP RATHORE
FollowOct 26, 2025 11:18:520
Report
DGDeepak Goyal
FollowOct 26, 2025 11:18:390
Report
KNKuldeep Nageshwar Pawar
FollowOct 26, 2025 11:18:240
Report
AMABHAYA MOHANTY
FollowOct 26, 2025 11:17:440
Report
HSHITESH SHARMA
FollowOct 26, 2025 11:17:330
Report
VSVishnu Sharma
FollowOct 26, 2025 11:17:200
Report
DKDARSHAN KAIT
FollowOct 26, 2025 11:17:080
Report
KNKuldeep Nageshwar Pawar
FollowOct 26, 2025 11:16:550
Report
ASAmit Singh01
FollowOct 26, 2025 11:16:400
Report
