Back
श्रीजगन्नाथ मंदिर की जमीन पर शराब दुकान: बड़ा विवाद
SMSanjay Mohapatra
Nov 25, 2025 12:04:13
Puri, Odisha
WINE SHOP IN SRIMANDIR LAND
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିରେ ଠିପିଖୋଲା ମଦଦୋକାନ।ସରକାରୀ କିମ୍ବା ମହାପ୍ରଭୁଙ୍କ ଜମିରେ ମଦଦୋକାନ ହେବା ନିୟମ ନଥିଲେ ମଧ୍ୟ ଏଠାରେ ସ୍ଵୀକୃତି ମିଳିଛି। ସମ୍ପୃକ୍ତ ରାଜସ୍ବ ନିରୀକ୍ଷକ ଜମି ମହାପ୍ରଭୁଙ୍କର ବୋଲି ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ କେହି ଖାତିର କରିନାହାନ୍ତି। ମୋଟାଅଙ୍କର ହାତଗୁଞ୍ଜା ନେଇ ଏଭଳି ଏକ ବେଆଇନ କାରବାର କରାଯାଇଥିବା ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିବା ସହ ଏହି ଠିପି ଖୋଲା ମଦଦୋକାନର ସ୍ଵୀକୃତି ବାତିଲ କରିବାକୁ ଦାବି କରିଛନ୍ତି । ନଚେତ ମାମଲା କୋର୍ଟକୁ ଯିବ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏହା ପଛରେ ମାଫିଆ ମାନଙ୍କ ହାତ ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଦର୍ଶାଇ ଏସ୍ପିଙ୍କୁ ସୁରକ୍ଷା ଲୋଡ଼ିଛନ୍ତି । ମୋଟାଅଙ୍କର ହାତଗୁଞ୍ଜା ନେଇ ଅଧିକାରୀମାନେ ସରକାରୀ ନିୟମ କାନୁନକୁ ଦଳି ମକଚି ଦେଇଛନ୍ତି। ସ୍ବର୍ଗଦ୍ଵାରଠାରୁ ମାତ୍ର କିଛି ଦୂରରେ ‘ଦ ଫିସର୍ମ୍ୟାନ୍ସ୍ କିଚେନ୍' ନାମକ ଏକ ଠିପି ଖୋଲା ମଦ ଦୋକାନ ମହାପ୍ରଭୁଙ୍କ ଜମିରେ ହୋଇଛି। ଏଠାରେ ଥିବା ରେସ୍ତୋରାଁରେ ବାର୍ ଖୋଲିବା ପାଇଁ ଏହାର ପ୍ରୋପାଇଟର୍ ନାନ୍ସି ପ୍ରିୟା ଆବେଦନ କରିଥିଲେ। ତାଙ୍କ ଆବେଦନ ଆଧାରରେ ପୁରୀ ଅବକାରୀ ଅଧିକ୍ଷକ ତହସିଲ୍ଦାରଙ୍କୁ ଜମି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସହ ଶ୍ରୀମନ୍ଦିର ଠାରୁ କେତେ ଦୂରରେ ଅଛି ବୋଲି ଜାଣିବାକୁ ଚାହିଥିଲେ। ତହସିଲ୍ଲ୍ଦାର ବାଲିସାହି ରାଜସ୍ୱ ନିରୀକ୍ଷକଙ୍କ ଜରିଆରେ ରିପୋର୍ଟ ପ୍ରସ୍ତୁତ କରିଥିଲେ। ବାଲିସାହି ରାଜସ୍ବ ନିରୀକ୍ଷକ ଦେଇଥିବା ରିପୋର୍ଟ ଅନୁଯାୟୀ ଏହି ବାର୍ କୁ କେମିତି ସ୍ବୀକୃତି ମିଳିଲା ବୋଲି ପ୍ରଶ୍ନ ଉଠିଛି। ଠିପି ଖୋଲା ମଦଦୋକାନ ଦୁଇଟି ଖାତାର ଦୁଇଟି ପ୍ଲଟ୍ରେ ରହିଥିଲା ଗୋଟିଏ ଖାତା ସଂଖ୍ୟା ୧୪୫୨/୧୯୨୩ର ପ୍ଲଟ୍ ସଂଖ୍ୟା ୭୩୬/୧୬୦ ଓ ଅନ୍ୟଟି ଖାତା ସଂଖ୍ୟା ୧୪୫୨/୧୯୨୪ର ପ୍ଲଟ୍ ସଂଖ୍ୟା ୭୫୩/୧୬୧୮ ଉଭୟ ପ୍ଲଟ୍ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ମାର୍ପତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ନାମରେ ରହିଛି। ତା' ସହିତ ଏହି ପ୍ଲଟ୍ ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୧.୨ କିମି ଦୂରରେ ରହିଛି। କେଉଁ ପରିସ୍ଥିତିରେ ମହାପ୍ରଭୁଙ୍କ ଜମି ଉପରେ ମଦ ବେପାର ଲାଇସେନ୍ସ ମିଳିଛି? ତା' ସହିତ ଫୁଡ୍ ଲାଇସେନ୍ସ ମଧ୍ୟ କେମିତି ମିଳିଛି? ଶ୍ରୀମନ୍ଦିର ପ୍ରଶାସନ ଏ ଯାଏ ଉଚ୍ଛେଦ କାହିଁକି କରିନି ? ବିଭିନ୍ନ ବିଭାଗର ଅଧିକାରୀମାନେ ମିଳିମିଶି ଅନୁମତି ଦେବାରେ କି ସ୍ୱାର୍ଥ ରହିଛି ବୋଲି ଅଭିଯୋଗ କରିଛନ୍ତି ଆମ୍ ଆଦମୀ ପାର୍ଟିର ସଭାପତି।
ବାଇଟ୍- ସଂଜୀବ ମହାନ୍ତି, ସଭାପତି, ପୁରୀ ଜିଲ୍ଲା
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
WJWalmik Joshi
FollowNov 25, 2025 13:49:340
Report
VSVishnu Sharma
FollowNov 25, 2025 13:48:390
Report
AMAsheesh Maheshwari
FollowNov 25, 2025 13:48:280
Report
TSTHANESHWAR SAHU
FollowNov 25, 2025 13:47:390
Report
SSsubhash saheb
FollowNov 25, 2025 13:47:210
Report
RSRajkumar Singh
FollowNov 25, 2025 13:47:080
Report
SASARWAR ALI
FollowNov 25, 2025 13:46:380
Report
DSDanvir Sahu
FollowNov 25, 2025 13:46:210
Report
KSKartar Singh Rajput
FollowNov 25, 2025 13:46:100
Report
273
Report
Kosi Kalan, Uttar Pradesh:कोसीकला पुलिस ने कोकिलावन शनि देव बड़ी मूर्ति के पास से तीन अंतर राज्य शराब तस्कर को पांच लाख की अवैध शराब सहित किया गिरफ्तार
0
Report
0
Report
कन्नौज के हरदोई मोड़ पर खनन अधिकारी ने मौरम से भरे तीन डंपर किए सीज, कागज़ न मिलने पर की गई कार्यवाही.
28
Report
NJNEENA JAIN
FollowNov 25, 2025 13:36:04Saharanpur, Uttar Pradesh:सहारनपुर में CAG अफसर ने अनोखी मिसाल पेश करते हुए बिना दहेज की शादी की है। CAG अधिकारी रजनीश के इस कदम की इलाके में तारीफ हो रही है।
87
Report
SJSantosh Jaiswal
FollowNov 25, 2025 13:35:51Chandauli, Uttar Pradesh:देर रात हुई इस घटना से हॉस्टल में दहशत का माहौल बन गया....हॉस्टल में रहने वाले स्टूडेंट्स ने खुद को कमरों में बद कर लिया था...हालांकि हास्टल के बाहर दबंगों के तांडव की वजह का खुलासा नहीं हुआ है...
36
Report