Back
Paradip में Bharat Rang Mahotsav: अन्तरराष्ट्रीय नाटक महोत्सव की शुरुआत
NBNARAYAN BEHERA
Jan 31, 2026 08:33:00
Paradeep, Odisha
ଆଙ୍କର - ପାରାଦୀପ ରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଭାରତ ରଙ୍ଗ ମହୋତ୍ସବ ୨୦୨୬। ଫେବୃଆରୀରୁ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ, ପାରାଦୀପ ବନ୍ଦର, ଓ ବନ୍ଦର ନଗରୀର ଅଗ୍ରଣୀ ଅନୁଷ୍ଠାନ କାନମାସର ମିଳିତ ଆନୁକୁଳ୍ୟରେ ଫେବୃଆରୀ ୨ ତାରିଖ ଠାରୁ ୬ ତାରିଖ ପର୍ୟନ୍ତ ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ଭାରତ ରଙ୍ଗ ମହୋତ୍ସବ ଜୟଦେବ ସଦନ ଠାରେ ଆୟୋଜିତ ହେବାକୁ ଯାଉଛି । ଏହି ମହୋତ୍ସବ ଭାରତର ୪୩ ଗୋଟି ସହରରେ ଆୟୋଜିତ ହେବ ଏବଂ ସେଥି ମଧ୍ୟରୁ ପାରାଦୀପ ଅନ୍ୟତମ ଯାହାକି ପାରାଦୀପ ବାସିଙ୍କ ପାଇଁ ଗୌରବର ବିଷୟ ବୋଲି ପାରାଦୀପ ଅଫିସର୍ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାନମାସର ବରିଷ୍ଠ ସଦସ୍ୟ ତଥା ବନ୍ଦର ସି ଏମ ଇ ସୁଶିଲ ନାହକ, ସମ୍ପାଦକ ଶ୍ରୀମନ ମିଶ୍ର ପ୍ରକାଶ କରିଛନ୍ତି। ଏହି ଅବସରରେ ରଙ୍ଗ ମହୋତ୍ସବର ପୋଷ୍ଟର ପ୍ରଦର୍ଶିତ ହୋଇଥିଲା । ଆସନ୍ତା ୨ ତାରିଖ ଦିନ ଉଦ୍ଘାଟନୀ ସନ୍ଧ୍ୟାରେ ପ୍ରସିଦ୍ଧ କଳାକାର କେ ଶ୍ରୀନିବାସ ରାଓ, ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ, ସିନେ କଳାକାର ସମରେଶ ରାଉତାରାୟ, ସ୍ତମ୍ଭକାର ଗୌରହରି ଦାସ, ପାରାଦୀପ ରିଫାଇନରୀ ମୁଖ୍ୟ କୌସିକ ବସୁ ଆନୁଷ୍ଠାନିକ ଭାବେ ମହୋତ୍ସବଟିକୁ ଉଦଘାଟନ କରିବେ । ଏହି ମହୋତ୍ସବରେ ଭୁବନେଶ୍ୱର, କଲିକତା, ମୁମ୍ବାଇ ଓ ଶ୍ରୀଲଙ୍କାର ନାଟ୍ୟ ଅନୁଷ୍ଠାନ ମାନେ ଓଡ଼ିଆ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଓ ଶିଂହଲି ଭାଷାରେ ନାଟକ ପରିବେଷଣ କରିବେ। ପ୍ରଥମ ଥର ପାଇଁ ଶ୍ରୀଲଙ୍କାର ନାଟ୍ୟ ଅନୁଷ୍ଠାନର କଳାକାର ଆସନ୍ତା ୫ ତାରିଖ ଦିନ ସେମାନଙ୍କର ସିଂହଲି ଭାଷାର ନାଟକ ମଞ୍ଚସ୍ତ କରିବେ ଯାହାକି ପାରାଦୀପ ପରି ସହର ପାଇଁ ଗୌରବ ଆଣିଦେବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କାନମାସ୍ ର ମିଡ଼ିଆ ସଂଯୋଜକ ନିରୋଜ ପଟ୍ଟନାୟକ ଉପସ୍ଥିତ ଥିଲେ o ଆନ୍ତର୍ଜାତିକ ନାଟ୍ୟ ମହୋତ୍ସବ ରଙ୍ଗ ମହୋତ୍ସବର ଅଧିକ ପ୍ରଚାର ପ୍ରସାର ପାଇଁ ପାରାଦୀପ ର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ 'କାନମାସ୍' ତରଫରୁ ଅନୁରୋଧ କରାଯାଇଛି। ପାରାଦୀପ ରୁ ନାରାୟଣ ବେହେରା ( ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
TSTushar Srivastava
FollowJan 31, 2026 09:35:160
Report
ASARUN SINGH
FollowJan 31, 2026 09:34:520
Report
RRRakesh Ranjan
FollowJan 31, 2026 09:34:37Noida, Uttar Pradesh:रील के चक्कर में तुड़वाई नाक !
0
Report
RRRakesh Ranjan
FollowJan 31, 2026 09:34:26Noida, Uttar Pradesh:हाई स्पीड में गाड़ी चलाना जानलेवा है
0
Report
ASAJEET SINGH
FollowJan 31, 2026 09:34:140
Report
RRRakesh Ranjan
FollowJan 31, 2026 09:33:16Noida, Uttar Pradesh:ढोल बजते ही दुल्हन करने लगी डांस
0
Report
VKVIJAY KUMAR2
FollowJan 31, 2026 09:33:040
Report
MMMohammad Muzammil
FollowJan 31, 2026 09:32:410
Report
SKSHIV KUMAR
FollowJan 31, 2026 09:32:060
Report
SPSanjay Prakash
FollowJan 31, 2026 09:31:240
Report
WJWalmik Joshi
FollowJan 31, 2026 09:31:110
Report
CSChandrashekhar Solanki
FollowJan 31, 2026 09:30:57Ratlam, Madhya Pradesh:रतलाम - रतलाम शहर के सेलाना बस स्टैंड के पास मुख्य डाकघर के सामने वेल्डिंग दुकान पर विस्फोट, कार्बेट की टंकी फटी, जनहानि नहीं, मचा हड़कंप, चार दिन बाद रतलाम में विस्फोट की दूसरी घटना
0
Report