Back
जगतसिंहपुर के नए प्रशासनिक अधिकारियों का सत्कार, जिलाधिकारी ने सेवा पर बल दिया
NBNARAYAN BEHERA
Dec 12, 2025 10:17:46
Paradeep, Odisha
ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଓଡ଼ିଶା ପ୍ରଶାସନିକ ସେବା-୨୦୨୩ ରେ ଜିଲ୍ଲାରୁ ଉତ୍ତୀର୍ଣ୍ଣ ନୂତନ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମହୋଦୟ ପ୍ରଥମେ ନୂତନ ଅଧିକାରୀମାନଙ୍କୁ ସେମାନଙ୍କ ପରିଚୟ ପଚାରିଥିଲେ ଓ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଉপଦେଶ ଦେଇଥିଲେ । ସେ ତାଙ୍କ ପ୍ରଶାସନିକ କର୍ମକ୍ଷେତ୍ରରେ ସମ୍ମୁଖୀନ ହୋଇଥିବା କିଛି ସମସ୍ୟା ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ ଏବଂ ସଚ୍ଚୋଟ ଓ ସ୍ୱଚ୍ଛ ଭାବରେ ନିଜ କର୍ମ କ୍ଷେତ୍ରରେ ଆଗେଇବା ପାଇଁ କହିଥିଲେ । ଏହି ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ନୂତନ ଅଧିକାରୀମାନଙ୍କୁ ସଚ୍ଚୋଟତାର ସହ ଲୋକମାନଙ୍କ ସେବା କରିବା ପାଇଁ ଉପଦେଶ ଦେବା ସହ ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଉନ୍ନତି କରିବା ଦିଗରେ ପ୍ରୋତ୍ସାହନ ଦେଇଥିଲେ। ସଭାରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ କହିଥିଲେ ଯେ ଶିକ୍ଷା ହେଉଛି ଏକ ନିରନ୍ତର ପ୍ରକ୍ରିୟା ଏବଂ ଆମେ ପ୍ରତ୍ୟେକ ଦିନ ପ୍ରତ୍ୟେକ କ୍ଷେତ୍ରରେ ଶିଖିବା ଓ ତାକୁ କାର୍ଯ୍ୟକାରୀ କରିବା । ସେ ମଧ୍ୟ ତାଙ୍କ ଚାକିରି କ୍ଷେତ୍ରର ବିଭିନ୍ନ ଅଭିଜ୍ଞତା ବିଷୟରେ କହିଥିଲେ । ସଭାରେ ଉପସ୍ଥିତ ରହି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତାରାଇ ନିଜ ପ୍ରଶାସନିକ ସେବାର ଯାତ୍ରା ଓ କିଛି ଅଭିଜ୍ଞତା ବିଷୟରେ କହିଥିଲେ ଓ ସର୍ବଦା ଜନସାଧାରଣଙ୍କ ସେବାକୁ ଗୁରୁତ୍ବ ଦେବା ପାଇଁ ସେ ନୂତନ ଅଧିକାରୀ ମାନଙ୍କୁ ଉପଦେश ଦେଇଥିଲେ।ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତି ପ୍ରତିଚୀ ତନୟା ମହାନ୍ତି ସଭା ପରିଚାଳନା କରିଥିବା ବେଳେ ଜିଲ୍ଲାପାଳ ଓ ଉଚ୍ଚ ପଦାଧିକାରୀ ମାନେ ନୂତନ ପ୍ରଶାସନିକ ଅଧିକାରୀ ମାନଙ୍କୁ ଉତ୍ତରୀୟ, ଫୁଲତୋଡା ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଡେପୁଟି କଲେକ୍ଟର ଶ୍ରୀ ଭରତ ଚନ୍ଦ୍ର ପରିଡ଼ା, ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
0
Report
40
Report
1
Report
0
Report
0
Report
0
Report
0
Report
0
Report
0
Report
गुलावठी : सर्राफा व्यापारी से दिनदहाड़े गन प्वाइंट पर लूट का प्रयास,व्यापारी के विरोध पर भागे बदमाश।
0
Report
0
Report