
Kandhamal - ହରଭଙ୍ଗା ବ୍ଳକ କାର୍ଯ୍ୟାଳୟରେ ନବମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଓଡ଼ିଶାର ଝାରସୁଗୁଡା ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ପୋଲ ନିକଟରେ ଏକ ଦୁର୍ଘଟଣା ଘଟିଛି, ଯେଉଁଠି ୧୨ ଚକିଆ ଏକ ହାଇଓଆ ଗାଡି ଜଣେ ଯାତ୍ରୀବାହୀ ବସ୍ କୁ ଗୁରୁତର ଭାବେ ଧକ୍କା ଦେଇଥିଲା। ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ କିଛି ଲୋକ ଆହତ ହୋଇଛନ୍ତି, ତେବେ ଆହତଙ୍କ ସଂଖ୍ୟା ଏବଂ ଅବସ୍ଥା ସ୍ପଷ୍ଟ ହୋଇନାହିଁ। ସ୍ଥାନୀୟ ଲୋକମାନେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ପଠାଇଛନ୍ତି। ପୋଲିସ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣ ଧୀନ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ ର ନିମ୍ନ ମାନର କାମ ଯୋଗୁଁ ଗତ ଷୋମବାର ଦିନ ଅପରାହ୍ନରେ ଭୁଷୁଡି ପଡ଼ିଥିଲା । ପ୍ରାୟ ୩୦ ମିଟର ଗୋଲେଇ ର ୪୦ ମିଟର ଟନେଲ ତଳକୁ ମାଟି ଭୁଷୁଡି ପଡିଥିବାବେଳେ ଏକ ବଡ ଧରଣର ଅଘଟଣ ରୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଛି । ତେବେ ଅନ୍ୟପଟେ ସମ୍ପୂକ୍ତ ସ୍ଥାନକୁ ଠିକାସଂସ୍ଥା ପକ୍ଷରୁ ନିଶିଧାଞ୍ଚଳ ଭାବେ ଘୋଷଣା କରି ବ୍ୟାରିକେଟ ଲଗାଇଥିବା ବେଳେ ଏବେ ଟନେଲ ର ଭାଗ୍ୟ ମାତ୍ର ଦୁଇଖଣ୍ଡ ଜରି ପାଲ ପାଖରେ । ୫୦୦ କୋଟି ଟଙ୍କାର ଏହି ଟନେଲ ପ୍ରକଳ୍ପ ର ସୁରକ୍ଷା ମାତ୍ର ୫ ହଜାର ଟଙ୍କାର ଜରି ପାଲ କରୁଛି । ଯେଉଁଭଳି ଭାବେ ବର୍ଷା ହେବା ନେଇ ପାଣି ପାଗ ବିଭାଗ ଅନୁମାନ କରିଛି ଯଦି ସେଭଳି ବର୍ଷା ହେବ ତାହାହେଲେ ଟନେଲ ସମ୍ପୂର୍ଣ୍ଣ ଭାବେ କୋଲାପ୍ସ ହେଇପାରେ।
ଏଭିଓ ବାଇଟ ସାବିତ୍ରୀ ବ୍ରତ ପାଇଁ ଗଜପତି ଜିଲ୍ଲା ର ବିଭିନ୍ନ ସ୍ଥାନର ବଜାରରେ ବିକ୍ରୀ ହେଉଥିବା ଫଳମୂଳ ଆକାଶଛୁଆଁ ଦର ଦେଖିବାକୁ ମିଳିଛି। ଅତ୍ୟଧିକ ମୁଲ୍ୟ ଦେଇ କିଣିନେଉଛନ୍ତି ଗ୍ରାହକ । ଏହି ସାବିତ୍ରୀ ଓଷା ପୂର୍ବରୁ ଅଧିକ ଦର ନଥିଲା କେବଳ ସାବିତ୍ରୀ ଓଷା କୁ ଦୃଷ୍ଟିରେ ରଖି ଏଭଳି ଦରଦାମ ବୃଦ୍ଧି ହୋଇଥିବା ବେପାରୀ ମାନେ କହିଛନ୍ତି। ବାଇଟ_୧ ବାଇଟ_୨ ବାଇଟ_୩ ବାଇଟ_୪