Back
Boudh762012blurImage

Kandhamal - ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ: ଟନେଲ ନଂ ୪ ଭୁଷୁଡି ଘଟଣା ସ୍ଥଳକୁ ପହଁଚିଲା ବୌଦ୍ଧ ବିଜେପି ଟିମ୍, ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଲେ ସଭାପତି

Himansu Sekhar Sahu
May 29, 2025 09:30:49
ଆଢୋଣଗଡ଼, Odisha
ଖୋର୍ଦ୍ଧା ବଲାଙ୍ଗିର ରେଳ ପ୍ରକଳ୍ପରେ ବୌଦ୍ଧ ଜିଲା ଆଡେଣୀଗଡ ଠାରେ ଥିବା ସର୍ବବୃହତମ ଟନେଲ ନଂ ୪ ଭୁଷୁଡିବା ସ୍ଥାନରେ ପହଁଚି ଘଟଣାର ଅନୁଧ୍ୟାନ କରିଛନ୍ତି ବୌଦ୍ଧ ଜିଲା ବିଜେପିର ଏକ ପ୍ରତିନିଧି ଦଳ । ଜିଲା ବିଜେପି ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ ପ୍ରଥମେ ଠିକା ସଂସ୍ଥାର କ୍ୟାମ୍ପ ପରିସରକୁ ଯାଇ ସେମାନଙ୍କ ସହିତ ରୁଦ୍ଧ ଦ୍ୱାର ବୈଠକ କରିବା ପରେ ଘଟଣା ସ୍ଥଳକୁ ପହଁଚିଥିଲେ । ମାତ୍ର ଗୋଟାଏ ମିନିଟ ଅନୁଧ୍ୟାନ କରିବାପରେ ଗଣମାଧ୍ୟମକୁ କହିଥିଲେ ଏହା ପ୍ରାକୃତିକ ବିପର୍ଯ୍ୟୟ । ସୁଚନା ଥାଉ କି ଏହି ଟନେଲ ପାଇଁ ୫ ଶହ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି । ଟନେଲ କାମ ନିମ୍ନ ମାରୁ ହୋଇଥିବା କାରଣରୁ ଟନେଲ ଭୁଷୁଡିଥିବା ସ୍ପଷ୍ଟ ହେବା ପରେ ଜିଲା ବିଜେପି ସଭାପତି ଙ୍କ ପ୍ରତିକ୍ରିୟାକୁ ନେଇ ଏବେ ଯୋର ଧରିଛି ରାଜନିତି । ଟନେଲ ଭିତରୁ ଏର୍ଯ୍ୟନ୍ତ ମାଟି ଅତଡା କଢାନଯିବା ଏବଂ ଭଷୁଡି ପଡିଥିବା ସ୍ଥାନରେ ଜରିପାଲ ଘୋଡାଇ ରଖିବା ଭଳି ସମ୍ବେଦନଶୀଳ ଦୁଶ୍ୟ ଦେଖିଲେ l
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com