Back
Boudh762012blurImage

Adenigarh: ପାଞ୍ଚଶହ କୋଟିରୁ ଉର୍ଦ୍ଧ ଟଙ୍କାର ରେଳ ଟନେଲ ର ଭରଷା ମାତ୍ର ଦୁଇଖଣ୍ଡ ଜରିପାଲ

Himansu Sekhar Sahu
May 28, 2025 12:59:59
ଆଢୋଣଗଡ଼, Odisha

ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପର ବୌଦ୍ଧ ଜିଲ୍ଲା ଆଡ଼େଣିଗଡ ଠାରେ ନିର୍ମାଣ ଧୀନ ଓଡ଼ିଶାର ସର୍ବ ବୃହତ୍ତମ ରେଳ ଟନେଲ ର ନିମ୍ନ ମାନର କାମ ଯୋଗୁଁ ଗତ ଷୋମବାର ଦିନ ଅପରାହ୍ନରେ ଭୁଷୁଡି ପଡ଼ିଥିଲା । ପ୍ରାୟ ୩୦ ମିଟର ଗୋଲେଇ ର ୪୦ ମିଟର ଟନେଲ ତଳକୁ ମାଟି ଭୁଷୁଡି ପଡିଥିବାବେଳେ ଏକ ବଡ ଧରଣର ଅଘଟଣ ରୁ ବହୁ ମୂଲ୍ୟବାନ ଜୀବନ ରକ୍ଷା ପାଇଛି । ତେବେ ଅନ୍ୟପଟେ ସମ୍ପୂକ୍ତ ସ୍ଥାନକୁ ଠିକାସଂସ୍ଥା ପକ୍ଷରୁ ନିଶିଧାଞ୍ଚଳ ଭାବେ ଘୋଷଣା କରି ବ୍ୟାରିକେଟ ଲଗାଇଥିବା ବେଳେ ଏବେ ଟନେଲ ର ଭାଗ୍ୟ ମାତ୍ର ଦୁଇଖଣ୍ଡ ଜରି ପାଲ ପାଖରେ । ୫୦୦ କୋଟି ଟଙ୍କାର ଏହି ଟନେଲ ପ୍ରକଳ୍ପ ର ସୁରକ୍ଷା ମାତ୍ର ୫ ହଜାର ଟଙ୍କାର ଜରି ପାଲ କରୁଛି । ଯେଉଁଭଳି ଭାବେ ବର୍ଷା ହେବା ନେଇ ପାଣି ପାଗ ବିଭାଗ ଅନୁମାନ କରିଛି ଯଦି ସେଭଳି ବର୍ଷା ହେବ ତାହାହେଲେ ଟନେଲ ସମ୍ପୂର୍ଣ୍ଣ ଭାବେ କୋଲାପ୍ସ ହେଇପାରେ।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com