Back
Kandhamal762103blurImage

Kandhamal - ମଦ୍ୟପ ଗାଡି ଚାଳକ ସହ ଗ୍ୟାସ ଟାଙ୍କି ବୋଝେଇ ଗାଡିକୁ ଜବତ କଲା ଫିରିଙ୍ଗିଆ ପୋଲିସ

Chita Ranjan ZEE NEWS KANDHAMAL
May 21, 2025 18:07:16
Balliguda, Odisha

ମଦ୍ୟପ ଗାଡି ଚାଳକ ସହ ଗ୍ୟାସ ଟାଙ୍କି ବୋଝେଇ ଗାଡିକୁ ଜବତ କଲା ଫିରିଙ୍ଗିଆ ପୋଲିସ l ବୁଧବାର ରାତି 7 ଘଣ୍ଟିକା ସମୟରେ ଫିରିଙ୍ଗିଆ ପୋଲିସ୍ ର ସୁଚନା ଅନୁସାରେ , କନ୍ଧମାଳ ଜିଲାରେ ପ୍ରଶାସନ ତରଫରୁ ଜେତେ ସଚେତନତା କଲେ ମଧ୍ୟ ମଦ୍ୟପ ଗାଡି ଚାଳନା କମିବାରେ ନା ଧରୁନି ଦିନକୁ ଦିନ ମଦ୍ୟପ ଡ୍ରାଇଭର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ରେ ନିଶା ସେବନ କରି ଦୁର୍ଘଟଣା ରେ ଅଧିକାଂଶ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଳୁଛି l ଗତ ୨ ଦିନ ହେବ ଫିରିଙ୍ଗିଆ ପୋଲିସ ତରଫରୁ ମଦ୍ୟପ ଗାଡି ଚାଳକ ଙ୍କୁ ଧରିବାରେ ଚେଷ୍ଟା କରାଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକ ଛକ ରେ ମେସିନ ଦ୍ୱାରା ମଦ୍ୟପ ଡ୍ରାଇଭର ମାନଙ୍କୁ ଚେକିଂ କରାଯାଉଛି l ଆଜି ସନ୍ଧ୍ୟାରେ ମାଧ୍ୟ୍ୟପନ କରି ପ୍ରବଳ ନିଶାରେ ଏକ ଇଣ୍ଡେନ ଗ୍ୟାସ ର ଟାଙ୍କି ବୋଝେଇ ଟ୍ରକ କୁ ଚଳାଉଥିବା ଟ୍ରକ ଡ୍ରାଇଭର କୁ ଫିରିଙ୍ଗିଆ ପୋଲିସ ଅଟକ ରଖିବା ସହ ଗ୍ୟାସ ଟାଙ୍କି ବୋଝେଇ ଗାଡି କୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ l 

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com