Back
Ganjam761114blurImage

Ganjam - ଆସିକା ଭେଟ ନଈ ରେ ଫାସିଲା ଗୋ ଚୋରା ଚାଲାଣ, ନୂଆ ତରିକାରେ ହେଉଛି ଅବୈଧ ଗୋରୁ ପରିବହନ

Manon Gouda
May 26, 2025 04:24:37
Kusaraba, Odisha
ଆସିକା-ଥମୁନି ଗୋ ଚୋରା ଚାଲାଣ।ନୁଆଁ ନୂଆ ତରିକା ରେ କରୁଛନ୍ତି ଚାଲାଣ। ଏପରି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଆସିକା ଭେଟ ନଈ ଅଞ୍ଚଳରେ। କିଛି ଗୋ ଚାଲାଣ କାରି ପୋଲସରା ଅଞ୍ଚଳରୁ 54 ଟି ଗାଈ ବଡ଼ ଗଡ଼ ଅଞ୍ଚଳକୁ ଚାଲାଣ କରୁଥିବା ଖବର ବିଜରଙ୍ଗୀ ଦଳର କିଛି ଲୋକଙ୍କୁ ମିଳିଥିଲା। ତାହାକୁ ଆଧାର କରି ବିଶ୍ୱ ହିନ୍ଧୁ ପରିଷଦ ଓ ବିଜରଙ୍ଗୀ ଦଳର ସଦସ୍ୟମାନେ ଏକାଠି ହୋଇ ସେମାନଂକୁ ଗୋଡ଼ାଇ ଗୋଡ଼ାଇ ଶେଷରେ କୋଟିନଡା ଥାନା ଅନ୍ତର୍ଗତ ଭେଟ ନଇଁ ଗ୍ରାମରେ ଧରିଥିଲେ। ସବୁଠାରୁ ବଡ଼ ଘଟଣା ହେଲେ ଏହି ଗୋରୁ ଚାଲାଣ କାରି ମାନେ ଯେଉଁ ଗ୍ରାମକୁ ଯାଉଥିଲେ ସେହି ଗ୍ରାମର କିଛି ଗୋ ଚରାଳି ଙ୍କୁ ହାତର କରି ଗୋରୁ ଗାଈ ମାନକୁ ବିଲମାଳ ରେ ଚରାଇବା ଭଳି କରି ଅନ୍ୟ ଗାଁ ରେ ଛାଡି ଦିଅନ୍ତି। ପୁଣି ସେହି ଗାଁର କିଛି ଲୋକଙ୍କୁ ହାତେଇ ତା ପର ଗାଁ ରେ ଛାଡନ୍ତି।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com