Back

Ganjam - ଜଣେ ମହିଳାଙ୍କ ଘରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର
Bhanjanagar, Odisha:
ଆସିକା-ଧରାକୋଟ ଥାନା ଅନ୍ତର୍ଗତ ପୋଡା ପଲ୍ଲୀ ଗ୍ରାମରୁ ଜଣେ ମହିଳାଙ୍କ ଘରୁ ଗତକାଲି ରାତ୍ରରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ଘଟଣା। ଯୁବକଙ୍କ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକ ଜଣକ ହେଲେ କବିସୁଯ୍ୟନଗର ଥାନା ଅନ୍ତର୍ଗତ ବାଲ୍ୟସରା ଗ୍ରାମର 26 ବର୍ଷୀୟ ସୀମାଞ୍ଚଳ ପୋଲାଇ। ପରିବାର ଲୋକଙ୍କ କହିବା ପ୍ରକାରେ ମୃତକ ସୀମାଞ୍ଚଳ ଜଣେ ଠିକାଦାର। ସେ ଅନ୍ୟର ଘର କରିବା ପାଇଁ ଠିକା ନିଅନ୍ତି। ଗତ କିଛି ବର୍ଷ ପୂର୍ବେ ସେ କବିସୁଯ୍ୟ ନଗର ଅଞ୍ଚଳରେ ଘର କାମ କରୁଥିବା ସମୟରେ ପୋଡ଼ା ପଲ୍ଲି ଗ୍ରାମର ଜନୈକ ମହିଳା ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସେବେ ଠାରୁ ସୀମାଞ୍ଚଳ କ୍ରମାନୟ ଭାବରେ ମହିଳାଙ୍କ ଘର ପୋଡ଼ା ପଲ୍ଲି ଗ୍ରାମକୁ ଆସୁଥିଲେ। ଗତକାଲି ମଧ୍ୟ ସୀମାଞ୍ଚଳ ଘରେ ବାକି ଟଙ୍କା ମାଗିବାକୁ ଯା
1
Report
Ganjam - ଆସିକା ଭେଟ ନଈ ରେ ଫାସିଲା ଗୋ ଚୋରା ଚାଲାଣ, ନୂଆ ତରିକାରେ ହେଉଛି ଅବୈଧ ଗୋରୁ ପରିବହନ
Kusaraba, Odisha:
ଆସିକା-ଥମୁନି ଗୋ ଚୋରା ଚାଲାଣ।ନୁଆଁ ନୂଆ ତରିକା ରେ କରୁଛନ୍ତି ଚାଲାଣ। ଏପରି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ଆସିକା ଭେଟ ନଈ ଅଞ୍ଚଳରେ। କିଛି ଗୋ ଚାଲାଣ କାରି ପୋଲସରା ଅଞ୍ଚଳରୁ 54 ଟି ଗାଈ ବଡ଼ ଗଡ଼ ଅଞ୍ଚଳକୁ ଚାଲାଣ କରୁଥିବା ଖବର ବିଜରଙ୍ଗୀ ଦଳର କିଛି ଲୋକଙ୍କୁ ମିଳିଥିଲା। ତାହାକୁ ଆଧାର କରି ବିଶ୍ୱ ହିନ୍ଧୁ ପରିଷଦ ଓ ବିଜରଙ୍ଗୀ ଦଳର ସଦସ୍ୟମାନେ ଏକାଠି ହୋଇ ସେମାନଂକୁ ଗୋଡ଼ାଇ ଗୋଡ଼ାଇ ଶେଷରେ କୋଟିନଡା ଥାନା ଅନ୍ତର୍ଗତ ଭେଟ ନଇଁ ଗ୍ରାମରେ ଧରିଥିଲେ। ସବୁଠାରୁ ବଡ଼ ଘଟଣା ହେଲେ ଏହି ଗୋରୁ ଚାଲାଣ କାରି ମାନେ ଯେଉଁ ଗ୍ରାମକୁ ଯାଉଥିଲେ ସେହି ଗ୍ରାମର କିଛି ଗୋ ଚରାଳି ଙ୍କୁ ହାତର କରି ଗୋରୁ ଗାଈ ମାନକୁ ବିଲମାଳ ରେ ଚରାଇବା ଭଳି କରି ଅନ୍ୟ ଗାଁ ରେ ଛାଡି ଦିଅନ୍ତି। ପୁଣି ସେହି ଗାଁର କିଛି ଲୋକଙ୍କୁ ହାତେଇ ତା ପର ଗାଁ ରେ ଛାଡନ୍ତି।
1
Report
Bhanjanagar: ଆସିକା ପଂଚାୟତ ସମିତି ବୈଠକରେ ହୋହାଲ୍ଲା
Bhanjanagar, Odisha:
ଆସିକା-ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସଂଯୋଜନା ରେ ହେବାକୁ ଥିବା ଆସିକା ପଞ୍ଚାୟତ ସମିତି ବୈଠକ ଆରମ୍ଭ ହେବା ପୂର୍ବରୁ ହୋହାଲ୍ଲା ପାଟି ତୁଣ୍ଡ ହୋଇ ସଭା କାର୍ଯ୍ୟ ଦୁଇ ଘଣ୍ଟା ପରେ ଆରମ୍ଭ ହେଲା । ଏଥି ପୂର୍ବରୁ ବିଡ଼ିଓ ଙ୍କ ପ୍ରକୋଷ୍ଠ ରେ ବିଧାୟକ ସରୋଜ ପାଢ଼ୀ ବୈଠକ ସମ୍ପର୍କ ରେ ଆଲୋଚନା କରିଥିଲେ। କିନ୍ତୁ ବୈଠକରେ ବିଧାୟକ ଯୋଗ ନ ଦେଇ ଚାଲି ଯାଇଥିଲେ। ପରେ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ପଞ୍ଚାୟତ ସମିତି ବୈଠକ କୁ ଆସିବା ଫଳରେ ବୈଠକ କୁ ନେଇ ଭିନ୍ନ ଏକ ମୋଡ଼ ନେଇଥିଲା। ବୈଠକ ଆରମ୍ଭରୁ ବିଡ଼ିଓ ମଧ୍ୟ ବୈଠକକୁ ଯିବା ପାଇଁ ମନା କରି ଦେଇଥିଲେ। କିନ୍ତୁ ବୈଠକ ପାଇଁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଡ଼ିଓଙ୍କ ପ୍ରକୋଷ୍ଟ କୁ ଯାଇ ବୈଠକକୁ ଯିବା ପାଇଁ ବାଧ୍ୟ କରିଥିଲେ। ଶେଷରେ ରେ ବିଡ଼ିଓ ସମିତି ବୈଠକ ରେ ଯୋଗ ଦେବା ପରେ ବୈଠକ ଆରମ୍ଭ ହୋଇଥିଲା।
1
Report