Back
Ganjam760002blurImage

Brahmapur: ଆନ୍ତ8ରାଜ୍ୟ ସୁନା ଲୁଟେରା ଗିରଫ, 73 ଗ୍ରାମ ସୁନା ଅଳଙ୍କାର ଜବତ

PREMANANDA PUJARI
May 20, 2025 07:49:04
Brahmapur, Odisha

ପୋଲିସ କବଜାରେ ଆନ୍ତଃରାଜ୍ୟ ସୁନା ଲୁଟେରା। ଗିରଫ ଯୁବକ ଜଣଙ୍କ ହେଲେ ଆନ୍ଧ୍ର ମଞ୍ଜୁଳା ଥାନା ହନ୍ଦିପୁଡି ଗାଁର ୟୁ.ନବୀନ‌ କୁମାର।‌ ତା ନିକଟରୁ ପୋଲିସ ୭୩ଗ୍ରାମ ସୁନା ଅଳଙ୍କାର ଜବତ କରିଥିବା ବେଳେ କୋର୍ଟ ଚାଲାଣ କରିଛି। ନବୀନ ଗତ କିଛି ମାସ ହେଲା ପାରଳାଖେମୁଣ୍ଡିରେ ନିଜ ନାନି ଙ୍କ ସହ ଭଡ଼ାରେ ରହି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର ଓ ଗୁରାଣ୍ଡି ଥାନା ଅଞ୍ଚଳରେ ପ୍ରାୟ ୫ଟି ସ୍ଥାନରେ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଇଥିଲା। ତେଣୁ ତାକୁ ଧରିବା ପାଇଁ ପୋଲିସ ୨ଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଧରପଗଡ କରି ଗିରଫ କରିଥିବା ଏସପି କହିଛନ୍ତି। ନବୀନ ଆନ୍ଧ୍ରର ବିଭିନ୍ନ ଲୂଟ ମାମଲାରେ ମଧ୍ୟ ସାମିଲ ଥିବା ଏପି କହିଛନ୍ତି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com