Back
Ganjam761114blurImage

Bhanjanagar: ଆସିକା ପଂଚାୟତ ସମିତି ବୈଠକରେ ହୋହାଲ୍ଲା

Manon Gouda
May 24, 2025 04:23:35
Bhanjanagar, Odisha
ଆସିକା-ଆସିକା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସଂଯୋଜନା ରେ ହେବାକୁ ଥିବା ଆସିକା ପଞ୍ଚାୟତ ସମିତି ବୈଠକ ଆରମ୍ଭ ହେବା ପୂର୍ବରୁ ହୋହାଲ୍ଲା ପାଟି ତୁଣ୍ଡ ହୋଇ ସଭା କାର୍ଯ୍ୟ ଦୁଇ ଘଣ୍ଟା ପରେ ଆରମ୍ଭ ହେଲା । ଏଥି ପୂର୍ବରୁ ବିଡ଼ିଓ ଙ୍କ ପ୍ରକୋଷ୍ଠ ରେ ବିଧାୟକ ସରୋଜ ପାଢ଼ୀ ବୈଠକ ସମ୍ପର୍କ ରେ ଆଲୋଚନା କରିଥିଲେ। କିନ୍ତୁ ବୈଠକରେ ବିଧାୟକ ଯୋଗ ନ ଦେଇ ଚାଲି ଯାଇଥିଲେ। ପରେ ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ ପଞ୍ଚାୟତ ସମିତି ବୈଠକ କୁ ଆସିବା ଫଳରେ ବୈଠକ କୁ ନେଇ ଭିନ୍ନ ଏକ ମୋଡ଼ ନେଇଥିଲା। ବୈଠକ ଆରମ୍ଭରୁ ବିଡ଼ିଓ ମଧ୍ୟ ବୈଠକକୁ ଯିବା ପାଇଁ ମନା କରି ଦେଇଥିଲେ। କିନ୍ତୁ ବୈଠକ ପାଇଁ ଆସିଥିବା ସରପଞ୍ଚ ଓ ସମିତି ସଭ୍ୟ ମାନେ ବିଡ଼ିଓଙ୍କ ପ୍ରକୋଷ୍ଟ କୁ ଯାଇ ବୈଠକକୁ ଯିବା ପାଇଁ ବାଧ୍ୟ କରିଥିଲେ। ଶେଷରେ ରେ ବିଡ଼ିଓ ସମିତି ବୈଠକ ରେ ଯୋଗ ଦେବା ପରେ ବୈଠକ ଆରମ୍ଭ ହୋଇଥିଲା।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com