Back
आड़बा ग्राम पंचायत की सड़कें बदहाल, तीन पंचायतों के प्रमुख रास्ते टूटे
PPPREMANANDA PUJARI
Dec 16, 2025 08:36:42
Tehran, Tehran Province
ଆଡବା ଗ୍ରାମ୍ୟ ରାସ୍ତା ଅବସ୍ଥା ଶୋଚନୀୟ
ଗଜପତି ଜିଲ୍ଲା ଗୋଷାଣି ବ୍ଲକ ତାଟିପାଟି ପଞ୍ଚାୟତ ଅନ୍ତର୍ଗତ ଆଡବା ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡିଛି । ଏହି ଗ୍ରାମ ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତା ଠାରୁ ମାତ୍ର ଏକ କିମି ଦୂରତାରେ ରହିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ନିର୍ମିତ ଏହି ଏକ କିମି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏକ କିମି ଅଣଓସାରିଆ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ଭର୍ତ୍ତି ହୋଇଥିବା ବେଳେ ସ୍ଥାନେ ସ୍ଥାନେ ପିଚୁ ଉଠିପଡିଛି । ସେହିପରି ରାସ୍ତାର ବିଭିନ୍ନ ସ୍ଥାନରେ ରାସ୍ତା ଦବି ହୋଇପଡିଛି । ଫଳରେ ଏହି ରାସ୍ତାରେ ଦୁଇ ଚକିଆ ଯାନ ମଧ୍ୟ ଯିବାଆସିବାରେ ନାନାଦି ସମସ୍ୟା ଉପୁଜୁଛି ବୋଲି ଅଞ୍ଚଳବାସୀ କହିଛନ୍ତି । ସୂଚନା ପ୍ରକାରେ ଏହି ରାସ୍ତା ଗୋଷାଣି ବ୍ଲକର ତିନି ଗୋଟି ପଞ୍ଚାୟତ ଯଥା ଘୋରଣି, ତାଟିପାଟି, ଗୁରାଣ୍ଡିକୁ ସଂଯୋଗ କୁଥିବାରୁ ପ୍ରମୁଖ ରାସ୍ତା ଅଟେ । ମାତ୍ର ଏକ କିମି ରାସ୍ତା ଅବସ୍ଥା ଶୋଚନୀ ହୋଇପଡିଥିବାରୁ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଫାୟାର ଗାଡି ମଧ୍ୟ ଆସୁନଥିବାର ଗ୍ରାମବାସୀ କହିଛନ୍ତି । ସେହପିରି ଗର୍ଭବତୀ ମହିଳାଙ୍କୁ ନେବାଆଣିବା କରିବା, ସ୍କୁଲ କଲେଜକୁ ଛାତ୍ରଛାତ୍ରୀମାନେ ଯିବାଆସିବା କରିବା ସମୟରେ ବିପଦପୂର୍ଣ୍ଣ ହୋଇପଡୁଥିବାର କଲେଜ ଛାତ୍ରୀ ଟି.ମୋନିକା କହିଛନ୍ତି । ସେହିପରି ଜନାର୍ଦ୍ଧନ ଦାସ ନାମକ ଜଣେ ଗ୍ରାମବାସୀ କହିଛନ୍ତି ଯେ ଏପରି ଖାଲଖମା ରାସ୍ତା ଓ ରାସ୍ତା ଅଣ ଓସାରିଆ ଯୋଗୁଁ ଗୋଟିଏ ଗାଡି ଆସିଲେ ଅନ୍ୟ ଗାଡି ଯିବା ପାଇଁ କଷ୍ଟକର ହୋଇପଡୁଛି । ଏପରି ପରିସ୍ଥିତିରେ ଆମ୍ଭେ ମାନେ ଏଠାରେ ପଡି ଆଘାତ ପ୍ରାପ୍ତ ହେଉଛୁ ବୋଲି ଜଣାଇଛନ୍ତି । ଏହି ସମସ୍ୟାକୁ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ସମେତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦୃଷ୍ଟିଆକର୍ଷଣ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାର କେ.ନାଗଭୂଷଣ ରାଓ, କେ.ଚଳପତି ରାଓ ପ୍ରମୁଖ ଗ୍ରାମବାସୀ କହିଛନ୍ତି । ଅପରପକ୍ଷେ ଯଦି ଅଳ୍ପ ଦିନରେ ଏହି ରାସ୍ତା କାମ ନକରାଯାଏ ତେବେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VSVIPIN SHARMA
FollowDec 16, 2025 11:49:100
Report
SKSundram Kumar
FollowDec 16, 2025 11:47:470
Report
KCKashiram Choudhary
FollowDec 16, 2025 11:47:250
Report
GPGYANENDRA PRATAP
FollowDec 16, 2025 11:46:520
Report
0
Report
RSRahul shukla
FollowDec 16, 2025 11:46:380
Report
VAVINEET AGARWAL
FollowDec 16, 2025 11:46:170
Report
MCManish Chaudary
FollowDec 16, 2025 11:45:470
Report
RKRakesh Kumar Bhardwaj
FollowDec 16, 2025 11:45:140
Report
ADArvind Dubey
FollowDec 16, 2025 11:44:530
Report
VKVijay1 Kumar
FollowDec 16, 2025 11:44:250
Report
NBNARAYAN BEHERA
FollowDec 16, 2025 11:44:050
Report
MSMAYUR SHUKLA
FollowDec 16, 2025 11:43:430
Report
HUHITESH UPADHYAY
FollowDec 16, 2025 11:43:300
Report
ASAshok Singh Shekhawat
FollowDec 16, 2025 11:43:020
Report