Back
पारादीप में विश्वकर्मा पूजा: निर्माण देवता के साथ रंगीन महोत्सव
NBNARAYAN BEHERA
Sept 16, 2025 16:15:10
Paradeep, Odisha
Slug - Preparation End
Dt - 16/09/2025
Place - Paradip
Format - Avb
Anchor - ରାତି ପାହିଲେ ଦେବଶୀଳ୍ପୀ ବିଶ୍ବକର୍ମା ପୂଜା। ଧରାତରଣ କରିଛନ୍ତି ନିର୍ମାଣ ଦେବତା ଦେବଶିଳ୍ପୀ ବିଶ୍ୱକର୍ମା ।ଯାହାକୁ ନେଇ ବନ୍ଦରନଗରୀ ପାରାଦୀପ ହୋଇ ଉଠିଛି ଚଳଚଞ୍ଚଳ । ରଙ୍ଗ ବେରଙ୍ଗର ଆଲୋକ ମାଳା ସାଂଗକୁ ଭଳିକି ଭଳି ସୁସଜ୍ଜିତ ସୁଉଚ୍ଚ ତୋରଣ ଓ ତୋରଣ ମଧ୍ୟରେ ବିରାଜମାନ କରିଛନ୍ତି ଦେବଶିଳ୍ପୀ । ଯାହା ଚଳିତ ବର୍ଷର ଓଡିଶା ପ୍ରସିଦ୍ଧ ପାରାଦୀପ ବିଶ୍ୱକର୍ମା ପୂଜାକୁ ଆକର୍ଷଣୀୟ କରିଛି । ନିର୍ମାଣ ଦେବତା ଦେବଶିଳ୍ପୀ ବିଶ୍ୱକର୍ମା ପୂଜାକୁ ନେଇ ବନ୍ଦରନଗରୀ ପାରାଦୀପ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ପାରାଦୀପ ର ବିଭିନ୍ନ ପୂଜାକମିଟି ତରଫରୁ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତି କାରୀଗର। କେଉଁଠି ବିଭିନ୍ନ ରାଜ୍ୟର ମନ୍ଦିର ର ଭ୍ରମ ସୃଷ୍ଟି କରୁଛି ତ କେଉଁଠି କାଚ ଓ ଚୁମୁକି ଓ ସୋଲ ସହିତ ସଢେଇ ରେ କାରିଗର ମାନେ ମେଢ଼ କୁ ଆକର୍ଷଣୀୟ କରିଥିବା ଦେଖିବାକୁ ମିଳିଛି । କେଉଁଠି ରାଜସ୍ଥାନର ପ୍ୟାଲେସ୍ ତ ନାଳିଆ ଓ ଦଉଡି ସାହାଯ୍ୟ ରେ ଆକର୍ଷଣୀୟ ତୋରଣ ନିର୍ମାଣ କରାଯାଉଥିବା ବେଳେ କେଉଁଠି ଇଂରେଜ ଅମଳର ରାଜ ପ୍ରସାଦ ଆକର୍ଷଣୀୟ ତୋରଣ ସହିତ ବିଭିନ୍ନ ପ୍ରକାର ର ସୁସଜ୍ଜିତ ତୋରଣ ପାରାଦୀପ ବିଶ୍ୱକର୍ମା କୁ ରୁଦ୍ଧିମନ୍ତ କରିଛି । ଏପରିକି ଭାରତୀୟ ଡାକଘର ସେବା ର ତୋରଣ ନିଖୁଣ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଛି । ବିଭିନ୍ନ ପୂଜାମଣ୍ଡପ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ବେଳେ ଦେବଶିଳ୍ପୀ ଙ୍କ ମୃଣ୍ମୟ ମୂର୍ତ୍ତି କୁ ଆକର୍ଷଣୀୟ କରିବା ପାଇଁ ଅନେକ ପୂଜା ମଣ୍ଡପରେ ନିର୍ମାଣ ଦେବତା ବିଶ୍ୱକର୍ମାଙ୍କ ସହିତ ବିଭିନ୍ନ ଦେବାଦେବୀ ର ଚିତ୍ରକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଶିଳ୍ପୀ । ଯାହା ଚଳିତବର୍ଷ ର ବିଶ୍ୱକର୍ମା ପୂଜାରେ ଦର୍ଶକ ଙ୍କୁ ଆକର୍ଷିତ କରିବା ସହିତ ସାତଦିନ ଧରି ବିଭିନ୍ନ ପୂଜାମଣ୍ଡପ ରେ ଓଡିଶା ତଥା ଓଡିଶା ବାହାରର କଳାକାର ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ର ଆୟୋଜନ କରାଯାଇଥିବା ନେଇ ପୂଜକମିଟି ର ସଦସ୍ୟ ପ୍ରକାଶ କରିଛନ୍ତି । ଚଳିତବର୍ଷ ଧୂମଧାମ ରେ ପାଳିତ ହେଉଛି ପାରାଦୀପ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା , ପ୍ରାୟତଃ ବିଭିନ୍ନ ଟ୍ରକ ମାଲିକ ସଙ୍ଘ,ଓମ୍ଫା, ଡ୍ରମ୍ପର ମାଲିକ ସଙ୍ଘ ସହିତ ପାରାଦୀପ ର ବିଭିନ୍ନ ବିଭାଗ ଓ ଶ୍ରମିକ ସଂଗଠନ ତରଫରୁ ପୂଜା କରାଯାଉଛି । ଯାହାକୁ ନେଇ ଓଡିଶା କାହିଁକି ଓଡିଶା ବାହାରୁ ବ୍ୟବସାୟୀ ମାନେ ପାରାଦୀପ ରେ ନିଜର ବ୍ୟବସାୟ ପସରା ଖୋଲିବାକୁ ଭିଡ଼ ଜମାଇଛନ୍ତି । ପୂଜା ଗହଳି କୁ ନେଇ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିବା ବେଳେ ପାରାଦୀପ ପୌରପାଳିକା ତରଫରୁ ପରିମଳ ବ୍ୟବସ୍ଥା କୁ କିପରି ସୁଚାରୁରୂପେ ସମ୍ପାଦନ କରାଯିବ ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ ପାରାଦୀପ ପୌରାଧ୍ୟକ୍ଷ ପ୍ରକାଶ କରିଛନ୍ତି । ବିଶ୍ବକର୍ମା ପୂଜା ରେ ଭିଡ଼ କୁ ନିୟନ୍ତ୍ରଣ କରିବା ଏବଂ ଟ୍ରାଫିକ ବ୍ୟବସ୍ଥା କୁ ସୁପରିଚାଳନା କରିବାକୁ ପୋଲିସ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ପାରାଦୀପ ପୌରାଧ୍ୟକ କହିଛନ୍ତି। ପାରାଦୀପ ର ଗଣପର୍ବ ବିଶ୍ୱକର୍ମା ପୂଜାର ଆଜି ଠାରୁ ଜନଗହଳି ଲାଗିବା ଆରମ୍ଭ ହୋଇଥିବା ବେଳେ ଯଦି ପାଗ ଅନୁକୂଳ ରୁହେ ତେବେ ଚଳିତ ବର୍ଷ ସାତଦିନ ଧରି ବିଶ୍ୱକର୍ମା ପୂଜାକୁ ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷାଧିକ ଦର୍ଶକ ଙ୍କ ଭିଡ଼ ଜମିବ ବୋଲି ସମସ୍ତ ପୂଜl କମିଟି ଆଶା ରଖିଛନ୍ତି ।
ବାଇଟ -୧
ବାଇଟ -୨
ବାଇକ -୩
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SDSurendra Dasila
FollowSept 16, 2025 18:01:124
Report
KBKuldeep Babele
FollowSept 16, 2025 18:01:03Jabalpur, Vehicle Fac. Jabalpur, Madhya Pradesh:जबलपुर में प्रतिबंधित मांगुर मछली पकड़ी
0
Report
TSTushar Srivastava
FollowSept 16, 2025 18:00:27Lucknow, Uttar Pradesh:अमित शाह से उपमुख्यमंत्री केशव प्रसाद मौर्य ने शिष्टाचार भेंट की
0
Report
ASAman Singh Bhadouriya
FollowSept 16, 2025 18:00:200
Report
1
Report
छत्तीसगढ़ के सीएम वीडी साई ने पीएम मोदी के 75वें जन्मदिन से सेवा पखवाड़ा की घोषणा की, 31 सितंबर को द
3
Report
KBKuldeep Babele
FollowSept 16, 2025 17:48:053
Report
AKAtul Kumar Yadav
FollowSept 16, 2025 17:47:510
Report
AKAjay Kashyap
FollowSept 16, 2025 17:47:420
Report
SDShankar Dan
FollowSept 16, 2025 17:47:320
Report
SPSanjay Prakash
FollowSept 16, 2025 17:47:180
Report
MKMohammed Khan
FollowSept 16, 2025 17:46:440
Report
SDSurendra Dasila
FollowSept 16, 2025 17:46:330
Report
MKManitosh Kumar
FollowSept 16, 2025 17:46:260
Report
BDBabulal Dhayal
FollowSept 16, 2025 17:46:120
Report