Back
पारादीप में विश्वकर्मा पूजा में धूम, तोरण-सजावट हर आँख को भा गई
NBNARAYAN BEHERA
Sept 13, 2025 10:07:02
Paradeep, Odisha
Slug - Puja Prastuti
Dt - 13/09/2025
Place - Paradip
Format - Avb
Anchor - ଅଳ୍ପଦିନ ଦିନ ରହିଲା ପ୍ରସିଦ୍ଧ ବିଶ୍ବକର୍ମା ପୂଜା। ଡାକଘର ସେବା ତୋରଣ କୁ ନେଇ ଚର୍ଚ୍ଚା। ଏନେଇ ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ପାରାଦୀପ ରେ ବିଶ୍ବକର୍ମା ପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ। ବିଶ୍ବକର୍ମା ପୂଜା ପାଖେଇ ଆସୁଥିବାରୁ ପାରାଦୀପ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋରଦାର ଚାଲିଛି ତୋରଣ ସାଙ୍ଗକୁ ମୂର୍ତ୍ତି କାରୀଗରୀ ଙ୍କ କଳାକୃତି। ଏବେଠାରୁ ସଜେଇ ହେଉଛି ବନ୍ଦର ନଗରୀ ପାରାଦୀପ। ଝିଲମିଲ୍ ଆଲୋକ ରେ ଝଲସି ଉଠିବ ବନ୍ଦର ନଗରୀ ପାରାଦୀପ। ପୂଜା ର ଦେଢମାସ ପୂର୍ବରୁ ଆସିଥିବା କାରୀଗରୀ ମାନେ ନିଜ ନିଜର କାର୍ଯ୍ୟକୁ କିପରି ପୂଜା ପୂର୍ବରୁ ଶେଷ କରିବେ ଦିନରାତି ଏକ କରି ଦେଇଛନ୍ତି ତୋରଣ ଓ ମୂର୍ତ୍ତି କାରୀଗର। ପାଗର ପରିବର୍ତ୍ତନ ସତ୍ତ୍ୱେ ପୂଜା ପୂର୍ବରୁ କାର୍ଯ୍ୟ ସମାପନ କରିବେ ବୋଲି ରାଜ୍ୟ ବାହାରୁ ଆସିଥିବା କାରୀଗରୀ ମାନେ କହିଛନ୍ତି।ଚଳିତବର୍ଷ ବିଶ୍ୱକର୍ମା ପୂଜାକୁ ଲକ୍ଷାଧିକ ଜନ ସମାଗମ ହେବ ବୋଲି ଆଶା କରା ଯାଉଥିବା ବେଳେ ଏବେ ଠାରୁ ବିଭିନ୍ନ ଟେଣ୍ଟ ମାଲିକ, ଛୋଟବଡ ବ୍ୟବସାୟୀ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟିକ ସଂସ୍ଥାମାନେ ପାରାଦୀପ ଆସିବା ଆରମ୍ଭ କରି ଦେଇଥିବା ବେଳେ ଦେବଶିଳ୍ପୀ ବିଶ୍ବକର୍ମା ପୂଜା ଲାଗି ଖୁବ ଉତ୍ସାହିତ ଅଛନ୍ତି ସମସ୍ତ ପୂଜା କମିଟି। ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜାକୁ ସମସ୍ତେ ଚାତକ ଭଳି ଅନାଇ ବସିଥାନ୍ତି। ଚଳିତ ବର୍ଷ ବିଶ୍ବକର୍ମା ପୂଜା ବହୁ ଧୁମଧାମରେ ହେବ ବୋଲି ସମସ୍ତ ପୂଜା କମିଟି କର୍ମକର୍ତ୍ତା ମାନେ କହିଛନ୍ତି। ପାରାଦୀପ ପ୍ରସିଦ୍ଧ ବିଶ୍ବକର୍ମା ପୂଜାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଦୁଇ ଦଶନ୍ଧି ଧରି ଏକ ପ୍ରତିଦ୍ବନ୍ଦିତା ହୋଇ ଆସୁଥିବା ବେଳେ ସମସ୍ତ ପୂଜା କମିଟି ତୋରଣ ର ବାହ୍ୟ ଓ ଭିତର ସାଜସଜ୍ଜା ସହିତ ମୂର୍ତ୍ତି ଓ ଆଲୋକ ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବିଭିନ୍ନ ମନ୍ଦିର ସାଙ୍ଗକୁ ପୂରୁଣା ରାଜବାଟି ର ଦୃଶ୍ୟ କୁ ତୋରଣ ମାଧ୍ୟମରେ ଆକର୍ଷଣୀୟ କରା ଯାଉଥିବା ବେଳେ ଆଜିକାଲି ର ନୂତନ ପିଢି ଙ୍କ ପାଇଁ ଭାରତୀୟ ଡାକଘର ସେବା ର ଏକ ସୁନ୍ଦର ବାର୍ତ୍ତା ସୁଉଚ୍ଚ ତୋରଣ ମାଧ୍ୟମରେ ପାରାଦୀପ ଟ୍ରକ ମାଲିକ ସଂଘ ତରଫରୁ କୁଟକାର୍ଯ୍ୟ ଚାଲୁରହିଛି। ପ୍ରତ୍ୟେକ ପୂଜା କମିଟି ତରଫରୁ ଚଳିତବର୍ଷ ବିଶ୍ବକର୍ମା ପୂଜା କୁ ସରସ ସୁନ୍ଦର କରିବା ସହିତ ଆସୁଥିବା ଦର୍ଶକ ବା ଶ୍ରଦ୍ଧାଳୁ ମାନେ କିପରି ଶାନ୍ତି ଶୃଙ୍ଖଳା ସହିତ ପୂଜା ମଣ୍ଡପ ବୁଲି ଦେଖିବେ ସେଥିପାଇଁ ଆୟୋଜକ ମାନେ ସମସ୍ତ ପ୍ରକାର ଆୟୋଜନ କରିବା ସହିତ ସିସିଟିଭି ର ବ୍ୟବସ୍ଥା କରାଯାଇଛି ବୋଲି ପୂଜା କମିଟି ପକ୍ଷରୁ କୁହାଯାଇଛି। ଚଳିତଥର ସମସ୍ତ ପୂଜା କମିଟି ତରଫରୁ ଯୋରସୋର୍ ରେ ପୂଜା ପେଣ୍ଡାଲ୍ କାର୍ଯ୍ୟ ଚାଲିଥିବା ବେଳେ ସମସ୍ତ ଜନ ସାଧାରଣ ଙ୍କୁ ବିଶ୍ବକର୍ମା ପୂଜା କୁ ଉପଭୋଗ କରିବା ପାଇଁ ଭାରତୀୟ ବନ୍ଦର ମଜଦୁର ସଂଘ ପୂଜା କମିଟି ସମସ୍ତ ଜନ ସାଧାରଣ ଙ୍କୁ ଅନୁରୋଧ କରାଯାଇଛି।
ବାଇଟ -୧-
ବାଇଟ -୨-
ବାଇଟ -୩-
ପାରାଦୀପ ରୁ ନାରାୟଣ ବେହେରା। ( ଜୀ ମିଡିଆ )
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
BSBhanu Sharma
FollowSept 13, 2025 12:07:220
Report
DSDevendra Singh
FollowSept 13, 2025 12:07:100
Report
KRKishore Roy
FollowSept 13, 2025 12:06:590
Report
KRKishore Roy
FollowSept 13, 2025 12:06:480
Report
CSChandrashekhar Solanki
FollowSept 13, 2025 12:06:290
Report
STSATISH TAMBOLI
FollowSept 13, 2025 12:05:500
Report
SMSURYA MOHANTY
FollowSept 13, 2025 12:05:36Khordha, Odisha:ଖୋର୍ଦ୍ଧା:- ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଅନ୍ତେବାସୀଙ୍କୁ ନେଇ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଶିଶୁ ମହୋତ୍ସବ 'ଉତ୍ସାହ' ଉଦଘାଟିତ ।
0
Report
ADArjun Devda
FollowSept 13, 2025 12:04:430
Report
SKSanjay Kumar Verma
FollowSept 13, 2025 12:04:260
Report
AGAdarsh Gautam
FollowSept 13, 2025 12:04:060
Report
RSRajendra sharma
FollowSept 13, 2025 12:03:450
Report
NCNITIN CHAWRE
FollowSept 13, 2025 12:03:380
Report
RRRakesh Ranjan
FollowSept 13, 2025 12:03:26Noida, Uttar Pradesh:सीतापुर में 4 दशक से कब्जा, बुलडोजर गरजा !
0
Report
KBKuldeep Babele
FollowSept 13, 2025 12:03:030
Report
SYSHRIPAL YADAV
FollowSept 13, 2025 12:02:490
Report