Back
आदिवासी कुडुमी समुदाय ने रेलवे रोको आंदोलन से सरकार हिलाई
AMABHAYA MOHANTY
Sept 21, 2025 10:17:44
Keonjhar, Odisha
ଆଦିବାସୀ କୁଡୁମି ସମାଜ କଲା ରେଲ ରୋକ ଆନ୍ଦୋଳନ
ଆଦିବାସୀ କୁଡୁମି ସମ୍ପ୍ରଦାୟ କୁ ଅନୁସୂଚିତ ଜନଜାତି ବର୍ଗ ରେ ସାମିଲ କରିବା ପାଇଁ ଆଦିବାସୀ କୁଡୁମି ସମାଜ ର ମୂଲ ଖୁଣ୍ଟି ମୂଲ ମାନତା ଅଜିତ୍ ପ୍ରସାଦ ମହତୋ ଙ୍କ ଆହ୍ବାନ ରେ କେନ୍ଦୁଝର ଜିଲ୍ଲା ନରଣପୁର ରେଳ ଷ୍ଟେସନ୍ ଠାରେ ଚିତ୍ତ ରଞ୍ଜନ ମହାନ୍ତ ଙ୍କ ନେତୃତ୍ୱ ରେ ରେଲ ଟେକା/ ରେଳ ରୋକ ଆନ୍ଦୋଳନ କରାଯାଇଥିଲା। ୧୯୫୦ ସେପ୍ଟେମ୍ବର ୬ ତାରିଖ ରେ ପ୍ରକାଶିତ ନୂତନ ଅନୁସୂଚିତ ଜନଜାତି ତାଲିକା ରେ ୧୯୩୧ ମସିହାର ସମସ୍ତ ଆଦିବାସୀ ଙ୍କୁ ତାଲିକାଭୁକ୍ତ କରାଯାଇଥିବା ବେଳେ ଆଦିବାସୀ କୁଡୁମି ସମ୍ପ୍ରଦାୟ କୁ ଭୂଲ ବଶତଃ କେନ୍ଦ୍ର ସରକାର ବାଦ୍ ଦେଇଥିଲେ। ସେହି ଦିନ ଠାରୁ ଆଦିବାସୀ କୁଡୁମି ମାନେ ଦୀର୍ଘ ୭୬ ବର୍ଷ ଧରି ଶାନ୍ତିପୂର୍ଣ୍ଣ ଭାବେ ଅନୁସୂଚିତ ଜନଜାତି ବର୍ଗ ରେ ସାମିଲ କରିବା ପାଇଁ ବିଭିନ୍ନ ଫୋରମ୍ ରେ ଦାବି, ଆନ୍ଦୋଳନ ଓ ବିକ୍ଷୋଭ କରି ଆସୁଥିବା ବେଳେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପରସ୍ପର ଅନ୍ୟ କୁ ଦୋଷାରୋପ କରି କାଦୁଆ ପିଙ୍ଗି ପ୍ରତାରଣା କରି ଆସୁଛନ୍ତି। ଏହାର ପ୍ରତିବାଦ ରେ ଆଦିବାସୀ କୁଡୁମି ସମାଜ ସେପ୍ଟେମ୍ବର ୨୦ ତାରିଖ ରେ ସମଗ୍ର ଛୋନାଗପୁର ପଠାର୍ ଯଥା - ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ରେ ରେଳ ରୋକ ଓ ରାସ୍ତା ରୋକ କରିବାର ନିଷ୍ପତ୍ତି ନେଇଥିବାର ସୂଚନା ପ୍ରଦାନ କରିଛନ୍ତି ଆଦିବାସୀ କୁଡୁମି ସମାଜ ର ବରିଷ୍ଠ ସଦସ୍ୟ ତଥା ଘଷିପୁରା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଜଗବନ୍ଧୁ ମହାନ୍ତ। ହଜାର ହଜାର ସଂଖ୍ୟା ରେ ଆଦିବାସୀ କୁଡୁମି ସମ୍ପ୍ରଦାୟ ର ପୁରୁଷ ଓ ମହିଳା ମାନେ ପାରମ୍ପରିକ କୁଡୁମି ବେଶ ଭୂଷା ରେ ସଜ୍ଜିତ ହୋଇ ଢୋଲ, ମାଦଳ ଓ ନାଗରା ସାଥିରେ ନେଇ ଆଜି ସକାଳୁ ନରଣପୁର ରେଳ ଷ୍ଟେସନ ରେ ରେଲ ଟେକା/ରେଳ ରୋକ ପାଇଁ ପହଞ୍ଚିଥିବା ବେଳେ ପୋଲିସ ପ୍ରଶାସନ ଓ ରେଳ ବାଇ ପୋଲିସ ମଧ୍ୟରେ ଧସ୍ତାଧସ୍ତୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟା ରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କୁ ଭଣ୍ଡୁର କରିବା ପାଇଁ ପ୍ରଶାସନ ଯେଉଁ ଭଳି ଭାବେ ପୋଲିସ କୁ ବ୍ୟବହାର କରି ଆନ୍ଦୋଳନକାରୀ ଙ୍କୁ ଦମନଲୀଳା କରିବା କୁ ଚେଷ୍ଟା କରିଥିଲା ତାହାକୁ ବୁଦ୍ଧିଜୀବୀ ମାନେ ନା ପସନ୍ଦ କରୁଥିବାର ଦେଖିବାକୁ ମିଳିଛି। ଆନ୍ଦୋଳନ କାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଯାଇ ପ୍ରଶାସନିକ ଅଧିକାରୀ ଓ ରେଳବାଇ ଅଧିକାରୀ ଙ୍କ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଆଦିବାସୀ କୁଡୁମି ସମ୍ପ୍ରଦାୟ କୁ ଅନୁସୂଚିତ ଜନଜାତି ବର୍ଗ ରେ ସାମିଲ କରିବା ଏବଂ କୁଡମାଲି ଭାଷା କୁ ସମ୍ବିଧାନ ର ଅଷ୍ଟମ ପରିଚ୍ଛେଦ ରେ ସାମିଲ କରିବା ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ।
ଏ ଲଢେଇ କେବଳ ଆରକ୍ଷଣ ର ନୁହେଁ ବରଂ ଭାଷା, ସଂସ୍କୃତି, ପରମ୍ପରା, ଅସ୍ମିତା, ଜଳ, ଜଙ୍ଗଲ, ଜମି ର ସୁରକ୍ଷା ପାଇଁ ଲଢେଇ ବୋଲି କୁଡୁମି ଆନ୍ଦୋଳନ କାରୀ ମିନତୀ ମହାନ୍ତ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଆଜି ଆଦିବାସୀ କୁଡୁମି ମାନଙ୍କ ଜମି ଜମା ର ସୁରକ୍ଷା ପାଇଁ କୌଣସି ନିୟମ ନ ଥିବାରୁ ପୁଞ୍ଜିପତି ଙ୍କ ପାଇଁ କୁଡୁମି ମାନଙ୍କ ଜମି ଦଖଲ କରିବା ସାହଣ ମେଲା ସରକାର କରିଦେଇଥିବା ର ଅଭିଯୋଗ ଦୋଳ ଗୋବିନ୍ଦ ମହାନ୍ତ କରିଛନ୍ତି l ଓଡ଼ିଶା, ଝାଡଖଣ୍ଡ ଓ ପଶ୍ଚିମ ବଙ୍ଗ ରାଜ୍ୟ ରେ ଯେତେ ସବୁ ଉଦ୍ୟୋଗ, ଶିଳ୍ପକାରଖାନା ଓ ନଦୀବନ୍ଧ ଗଢି ଉଠିଛି ସେଥିରେ ସିଂହ ଭାଗ ଜମି କୁଡୁମି ସମ୍ପ୍ରଦାୟ ର। ତେଣୁ ୨୦୦୬ ମସିହା ରେ ଓଡ଼ିଶା ସରକାର ଙ୍କ ଟି. କେ ମିଶ୍ର କମିଟି ସୁପାରିଶ କରିଥିବା ୧୯୫୦ ରେଗୁଲେସନ ୨ କୁ ଆଦିବାସୀ କୁଡୁମି ମାନଙ୍କ ଜମି ଜମା ର ସୁରକ୍ଷା ପାଇଁ ତୁରନ୍ତ ଲାଗୁ କରିବାକୁ ସେ ସରକାର ଙ୍କୁ ଅନୁରୋଧ କରିଥିଲେ। ଯାହାଦ୍ବାରା ଆଦିବାସୀ କୁଡୁମି ମାନଙ୍କୁ ମଧ୍ୟ ପାରମ୍ପରିକ ଜଙ୍ଗଲ ଜମି ର ଅଧିକାର ମିଳିପାରିବ।ନଚେତ୍ ଆଗାମୀ ଦିନରେ ପାଟଣା ରେ ହେବାକୁ ଥିବା ମେଗା ଷ୍ଟିଲ ପ୍ଲାଣ୍ଟ ରେ ଆଦିବାସୀ କୁଡୁମି ମାନଙ୍କ ଜମି କୁ ଅତି ସହଜ ରେ କମ୍ପାନୀ ମାନେ ଶାଗମାଛ ଦର ରେ ନେବାକୁ ପଛାଇବେ ନାହିଁ। ରାଜ୍ୟ ସରକାର ତୁରନ୍ତ ଆଦିବାସୀ କୁଡୁମି ଙ୍କୁ ଅନୁସୂଚିତ ଜନଜାତି ବର୍ଗ ରେ ସାମିଲ କରିବା ପାଇଁ ଟି. ଆର୍. ଆଇ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ସରକାର ଙ୍କ ନିକଟକୁ ପଠେଇବା ପାଇଁ ଶଶୋଧର କାଳୁଆର୍ ଦୃଢ଼ ଦାବି କରିଥିଲେ।ତା ସହ ଆଜି ର ରେଲଟେକା ଆନ୍ଦୋଳନ ରେ ଭରତ ଚନ୍ଦ୍ର ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଶଶିଭୂଷଣ ମହାନ୍ତ, କ୍ଷେତ୍ରବାସୀ ମହାନ୍ତ, ବିଶ୍ୱଜିତ ମହାନ୍ତ, ମିତ୍ରଭାନୁ ମହାନ୍ତ, ରାମଚନ୍ଦ୍ର ମହାନ୍ତ,ରୁକ୍ମଣୀ ମହାନ୍ତ, ଲମ୍ବୋଦର ମହାନ୍ତ, ମଧୁସ୍ମିତା ମହାନ୍ତ,କୁଡୁମୀ ଗବେଷକ ଧନେଶ୍ଵର ମହାନ୍ତ, କରୁଣାକର ମହାନ୍ତ, ଦିଲିପ ମହାନ୍ତ, କୁନ୍ତଳା ମହାନ୍ତ, ହୃଷିକେଶ ମହାନ୍ତ,ତାପସ ମହାନ୍ତ, ଗୋପାଳ ମହାନ୍ତ, ଅଭିମନ୍ୟୁ ମହାନ୍ତ, ମନ୍ତ୍ରୀ ମହାନ୍ତ, ରତ୍ନାକର ମହାନ୍ତ,ସନାତନ ମହାନ୍ତ, ସମେତ ମୟୂରଭଞ୍ଜ ରାଇରଙ୍ଗପୁର ବାମନ ଘାଟି , ଯାଜପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଯୋଗ ଦେଇଥିବା ବେଳେ କେନ୍ଦୁଝର ଜିଲ୍ଲାରୁ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
APAVINASH PATEL
FollowSept 21, 2025 15:48:001
Report
MVManish Vani
FollowSept 21, 2025 15:47:49Jobat, Madhya Pradesh:पुलिस विभाग को ज्ञापन देते हुए विजुअल भेजा है
3
Report
RMRoshan Mishra
FollowSept 21, 2025 15:47:40Noida, Uttar Pradesh:शारदीय नवरात्रि से लागू होने जा रहे NextGenGST Reforms से युवा, महिला और किसान सहित सभी वर्गों के जीवन में बेहतरी आएगी : मुख्यमंत्री डॉ. मोहन यादव
0
Report
PPPraveen Pandey
FollowSept 21, 2025 15:47:280
Report
NSNITIN SRIVASTAVA
FollowSept 21, 2025 15:46:51Barabanki, Uttar Pradesh:2C के लिए बाराबंकी हैदरगढ़ आसनेश्वर मंदिर स्टोरी।
0
Report
NTNagendra Tripathi
FollowSept 21, 2025 15:46:320
Report
WJWalmik Joshi
FollowSept 21, 2025 15:45:520
Report
ASAMIT SONI
FollowSept 21, 2025 15:45:450
Report

0
Report
0
Report
HBHeeralal Bhati
FollowSept 21, 2025 15:32:580
Report
HBHeeralal Bhati
FollowSept 21, 2025 15:32:460
Report
ASABHISHEK SHARMA1
FollowSept 21, 2025 15:32:330
Report
SPSatya Prakash
FollowSept 21, 2025 15:31:520
Report
AMAsheesh Maheshwari
FollowSept 21, 2025 15:31:420
Report