Back
रत्नाकर अब रत्नभंडार में: स्थाई अलंकार का पुनर्जन्म
SMSanjay Mohapatra
Sept 24, 2025 15:17:50
Puri, Odisha
Ratnakar sifted to Ratnabhandar,,,
() ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ନିଆଗଲା ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର। ଗତ ୨୦୨୪ ରଥଯାତ୍ରା ସମୟରେ ମୂଳ ରତ୍ନଭଣ୍ଡାରରୁ ରତ୍ନ ଅଳଂକାର ଓ ସାମଗ୍ରୀ ସବୁ ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତରିତ ହୋଇଥିଲା। ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ମୂଳ ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ କରାଯାଇଛି l ଶୁଭବେଳା ଅର୍ଥାତ ପୂର୍ବାହ୍ନ ୧୦ ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍ନ ୨ ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ଶ୍ରୀଜଗନ୍ନାଥ ମନ୍ଦିର ନିୟମାବଳୀ-୧୯୬୦ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି l ଗତ ବର୍ଷ ରଥଯାତ୍ରା ସମୟରେ ମରାମତି ଓ ସଂରକ୍ଷଣ ଉଦ୍ଦେଶ୍ଯରେ ମୂଳ ରତ୍ନଭଣ୍ଡାରର ଉଭୟ ବାହାର ଏବଂ ଭିତର ଅଳଙ୍କାର ସାମଗ୍ରୀ ଅସ୍ଥାୟୀ ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଭାବରେ ଖଟଶେଜ ଘର ଓ ଚାଙ୍ଗଡ଼ା ଓ ଫୁଲ ଘରକୁ ସ୍ଥାନାନ୍ତରିତ କରାଯାଇଥିଲା l ଗତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ମୂଳ ରତ୍ନଭଣ୍ଡାରର ଉଭୟ ବାହାର ଏବଂ ଭିତର ଭଣ୍ଡାରର ସଂରକ୍ଷଣ ଶେଷ ହୋଇଥିଲା। ଆଜି ଅସ୍ଥାୟୀ ଭଣ୍ଡାରରୁ ସମସ୍ତ ବହୁମୂଲ୍ୟ ସମାଗ୍ରୀ ସ୍ଥାୟୀ ଭାବେ ମୂଳ ରତ୍ନଭଣ୍ଡାରକୁ ନିଆଯାଇଛି l ଏହି ସ୍ଥାନାନ୍ତର ପୂର୍ବରୁ ଗତ ୧୯ ତାରିଖରେ, ନୂଆ ରୂପ ପାଇଥିବା ଭଣ୍ଡାରକୁ ସଂସ୍କାର କରାଯାଇଛି l
ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଆଜି ପୂର୍ବାହ୍ନ ଶୁଭବେଳାରେ ରତ୍ନଭଣ୍ଡାର କମିଟି ତଥା ଉଚ୍ଚସ୍ତରୀୟ କମିଟି ସଦସ୍ୟ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଶ୍ରୀମନ୍ଦିର ଜଗମୋହନକୁ ପ୍ରବେଶ କରିଥିଲେ l ମହାପ୍ରଭୁଙ୍କ ଦର୍ଶନ ଆଶୀର୍ବାଦ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ଟ୍ରେଜେରୀରୁ ଆସିଥିବା ଚାବିରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅସ୍ଥାୟୀ ଭିତର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖଟଶେଜ ଘର ଖୋଲାଯାଇ ଥିଲା l ସମସ୍ତ ବହୁମୂଲ୍ୟ ସାମଗ୍ରୀ ସେଠାରୁ ସ୍ଥାୟୀ ଭିତର ଭଣ୍ଡାରକୁ ନିଆଯାଇଥିଲା l ସମସ୍ତ ଅଳଂକାର ଓ ସାମଗ୍ରୀ ଯିବା ପରେ ବ୍ୟବସ୍ଥା ଅନୁସାରେ ମୂଳ ଭିତର ରତ୍ନଭଣ୍ଡାରକୁ ତାଲା ପକାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରାଯାଇଥିଲା ଏବଂ ସମ୍ପୃକ୍ତ ଚାବି ଜିଲ୍ଲା ଟ୍ରେଜେରୀରେ ଜମା ଦିଆଯାଇଛି l ବ୍ୟବସ୍ଥା ଅନୁସାରେ ଚାଙ୍ଗଡ଼ା ଘର ଅସ୍ଥାୟୀ ବାହାର ଭଣ୍ଡାର ବା ଷ୍ଟ୍ରଙ୍ଗରୁମ୍ ଖୋଲା ଯାଇଥିଲା l ଗଜପତି ମହାରାଜାଙ୍କ ଚାବି, ଶ୍ରୀମନ୍ଦିର ପ୍ରଶାସନ ଏବଂ ଭଣ୍ଡାର ମେକାପଙ୍କ ତିନି ଗୋଟି ଚାବି ଆସି ଏହା ଖୋଲାଯାଇଥିଲା l ସେଠାରୁ ସମସ୍ତ ସାମଗ୍ରୀ ନୂଆ ରୂପ ପାଇଥିବା ମୂଳ ବାହାର ଭଣ୍ଡାରକୁ ନିଆଯାଇଥିଲା l ସବୁ ସାମଗ୍ରୀ ସ୍ଥାନାନ୍ତର ହେବା ପରେ ମୂଳ ବାହାର ଭଣ୍ଡାରକୁ ତିନି ଟି ଯାକ ତାଲା ପକାଇ ବନ୍ଦ କରାଯାଇଥିଲା l ଉଭୟ ଭଣ୍ଡାର ସାମଗ୍ରୀ ସ୍ଥାନାନ୍ତର ପ୍ରକ୍ରିୟା ଭିଡିଓଗ୍ରାଫି ମଧ୍ଯ କରାଯାଇଥିଲା।
କାର୍ଯ୍ୟ ସମ୍ପୁର୍ଣ୍ଣ ଶେଷ ହେବା ପରେ ସମସ୍ତ ସଦସ୍ୟ ମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ସାନିଧ୍ୟ ଗ୍ରହଣ କରିଥିଲେ l ସୁରକ୍ଷା ଯାଞ୍ଚ ପରେ ସମସ୍ତ ସଦସ୍ୟ ଜଗମୋହନରୁ ପ୍ରସ୍ଥାନ କରିଥିଲେ।
ସମଗ୍ର ରତ୍ନଭଣ୍ଡାର ପ୍ରକ୍ରିୟାରେ ଅକୁଣ୍ଠ ସହଯୋଗ ତଥା ମାର୍ଗଦର୍ଶନ ପାଇଁ ରାଜ୍ୟ ସରକାର, ଶ୍ରୀମନ୍ଦିର ପରିଚାଳନା କମିଟି ତଥା ଏହାର ଅଧ୍ୟକ୍ଷ ଶ୍ରୀଗଜପତି ମହାରାଜା, ଉଚ୍ଚ ସ୍ତରୀୟ କମିଟିର ଅଧ୍ୟକ୍ଷ ତଥା ଏହାର ସମସ୍ତ ସଦସ୍ୟ, ସମସ୍ତ ନିଯୋଗର ସେବକ ବନ୍ଧୁ ମାନେ, ଏଏସ୍ଆଇର ସମସ୍ତ ଅଧିକାରୀ,କର୍ମଚାରୀ, ଶ୍ରୀମନ୍ଦିର, ଜିଲ୍ଲା ଏବଂ ପୋଲିସ ପ୍ରଶାସନର କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ବନ୍ଧୁମାନେ ଏବଂ ଦର୍ଶନ କଟକଣା ଆଦି ସତ୍ତ୍ୱେ ମହାପ୍ରଭୁଙ୍କ ସେବାରେ ସହଯୋଗ କରିଥିବା ଅଗଣିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତ ମାନଂକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ବାଇଟ୍- ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ମୁଖ୍ୟ ପ୍ରଶାସକ
ବାଇଟ୍- ଜଷ୍ଟିସ ବିଶ୍ୱନାଥ ରଥ, ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ
ବାଇଟ୍- ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, କମିଟି ସଦସ୍ୟ
5
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1
Report
AAAkshay Anand
FollowSept 24, 2025 23:00:212
Report
AAAkshay Anand
FollowSept 24, 2025 23:00:13Noida, Uttar Pradesh:Bijnor Police
थाना चांदपुर पुलिस द्वारा पुलिस मुठभेड के दौरान गौकशी की घटना कारित करने वाले 02 अभियुक्तगण को पशु वध के उपकरण, अवैध शस्त्र व एक मोटरसाइकिल सहित किया गिरफ्तार।
0
Report
ASAmit Singh
FollowSept 24, 2025 19:01:2114
Report
RSRakesh Singh Thaku
FollowSept 24, 2025 19:01:0614
Report
RRRakesh Ranjan
FollowSept 24, 2025 19:00:5614
Report
BSBALINDER SINGH
FollowSept 24, 2025 19:00:4914
Report
ACAmit Chaudhary
FollowSept 24, 2025 19:00:2814
Report
AKAshok Kumar1
FollowSept 24, 2025 19:00:0813
Report

14
Report
VSVISHAL SINGH
FollowSept 24, 2025 18:47:272
Report
NJNeetu Jha
FollowSept 24, 2025 18:46:170
Report
JDJAYESHBHAI DOSHI
FollowSept 24, 2025 18:46:040
Report
ASArvind Singh
FollowSept 24, 2025 18:45:520
Report
ASAmit Singh
FollowSept 24, 2025 18:45:430
Report