Back
Rayagada765022blurImage

Rayagada - ଗୋଖାଦ୍ୟ ବୋଝେଇ ଟ୍ରକରୁ ୮୫୦ କିଲୋ ଗଞ୍ଜେଇ ଜବତ , ୨ ଗିରଫ

Tushar Ranjan Sahu
May 29, 2025 12:37:07
Gunupur, Odisha
ରାୟଗଡା ଜିଲ୍ଲା ଗୁଣପୁର ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଗୋଖାଦ୍ୟ ବୋଝେଇ ଟ୍ରକରେ ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସି ଏକ ଟ୍ରକରୁ ୮୫୦ କିଲୋ ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଟ୍ରକ ଚାଳକ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଉତର ପ୍ରଦେଶ ଆଲିଗଡ ଜିଲ୍ଲାର ଅନିଲ କୁମାର ଓ ହରିଶ କୁମାର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଶେଷ ସୁତ୍ରରୁ ଖବର ପାଇ ଗୁଣପୁର ପୋଲିସ ଆଦର୍ଶ ଥାନା ନିକଟ ଦେଇ ଯାଉଥିବା ଏକ ୧୪ ଚକିଆ ଟ୍ରକ ଉପରେ ଚଢାଉ କରିଥିଲା । ଚଢାଉ ସମୟରେ ଟ୍ରକରେ ଗୋଖାଦ୍ୟ ସହ ୨୯ ଗୋଟି ଜରି ବସ୍ତାରେ ଗଞ୍ଜେଇ ରହିଥିବାର ଜାଣିବାକୁ ପାଇଥିଲା । ପରେ ସମସ୍ତ ଗଞ୍ଜେଇ ବସ୍ତାକୁ ପୋଲିସ ଜବତ କରି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଓଜନ କରିବା ସମୟରେ ୮୫୦ କିଲୋ ବୋଲି ଜାଣିବାକୁ ପାଇଥିଲା ।
1
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|