Back
14 मार्च को राष्ट्रीय अदालत में विद्युत चोरी मामलों का त्वरित निपटारा
ANAJAY NATH
Mar 12, 2026 13:04:56
Sambalpur, Odisha
ଆସନ୍ତା ମାର୍ଚ୍ଚ ୧୪ ତାରିଖ ଦିନ ବିଚାରାଧୀନ ବିଦ୍ୟୁତ୍ ଚୋରିମାମଲାର ସହଜ ସମାଧାନ କରିବା ପାଇଁ ସମ୍ବଲପୁର ଟିପିଡବ୍ଲୁ ଓ ଡିଏଲ୍ତରଫରୁ ନିବେଦନ କରାଯାଇଛି |
ଆସନ୍ତା ଜାତୀୟ ଲୋକ ଅଦାଲତରେ ବିଚାରାଧୀନ ସମସ୍ତ ପ୍ରକାର ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ କରାଯିବ ବୋଲି ଆଜି ବିଭାଗ ତରଫରୁ ସୂଚନା ଦିଆଯାଇଛି ।
- ଟି ପି ଡବ୍ଲୁ ଓ ଡିଏଲ୍ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନାଲ୍ ଏବଂ ସେକ୍ସନ ଅଫିସରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପଞ୍ଜୀକରଣ ତଥା ଆବଶ୍ୟକୀୟ ପ୍ରାରମ୍ଭିକ ଔପଚାରିକତା ପାଇଁ ଯଥାଶୀଘ୍ର ନିକଟତମ ଏସ ଡି ଓ କିମ୍ବା ସେକ୍ସନ ଅଫିସ ଯାଇ ସମ୍ପର୍କ କରିବା ପାଇଁ କୁହାଯାଇଛି ।
ଆସନ୍ତା ୧୪ ମାର୍ଚ୍ଚ ୨୦୨୬ (ଶନିବାର) ସକାଳ ୧୦:୦୦ ରୁ ସନ୍ଧ୍ୟା ୫:୦୦ ପର୍ଯ୍ୟନ୍ତ ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତରେ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା ଟି ପି ପ୍ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ମଧ୍ୟ ଅଂଶ ଗ୍ରହଣ କରୁଛି । ଏଣୁ କମ୍ପାନୀ ପକ୍ଷରୁ ଜନସାଧାରଣ ତଥା ଏହାର ସମସ୍ତ ବିଦ୍ୟୁତ୍ ଗ୍ରାହକମାନଙ୍କୁ ଏହି ଲୋକ ଅଦାଲତରେ ସାମିଲ ହୋଇ ବିଚାରାଧୀନ ରହିଥିବା ସେମାନଙ୍କର ସମସ୍ତ ପ୍ରକାର ଅനଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ବନ୍ଧୀୟ ମାମଲାଗୁଡ଼ିକର ସମାଧାନ ନେବାକୁ ସୂଚିତ କରାଯାଇଛି । ଏହି ପଦକ୍ଷେପ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଶୀଘ୍ର, ସ୍ୱଚ୍ଛ ଏବଂ ଗ୍ରାହକ-ଅନୁକୂଳ ଉପାୟରେ ବିଚାରାଧୀନ ଥିବା ସମସ୍ତ ପ୍ରକାର ଅନାଧିକୃତ ବିଦ୍ୟୁତ୍ ବ୍ୟବହାର ତଥା ବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲା ଗୁଡ଼ିକର ସମାଧାନ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ସୁଗମ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ପକ୍ଷରୁ ଏହାର ସମସ୍ତ ସବ-ଡିଭିଜନାଲ୍ (ଏସଡିଓ) ଏବଂ ସେକ୍ସନ ଅଫିସ ମାନଙ୍କରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ଲୋକ ଅଦାଲତ ସମୟରେ ଡକ୍ୟୁମେଣ୍ଟସନ୍,Landଭେରିଫିକେସନ୍ ଏବଂ ପେମେଣ୍ଟ ସମ୍ୱନ୍ଧୀୟ ସମସ୍ତ ସହଯୋଗ କରାଯିବ ବୋଲି କୁହାଯାଇଛି|ସୂଚନାଥାଉ କି, ବିଚାରାଧୀନ ଥିବାବିଦ୍ୟୁତ୍ ଚୋରି ସମ୍ୱନ୍ଧୀୟ ମାମଲାଗୁଡ଼ିକର ସମାଧାନ ନିମନ୍ତେ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ପ୍ରାରମ୍ଭିକ ଔପଚାରିକତା ସମାପ୍ତ କରିବା ପାଇଁ ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କର ନିକଟତମ ସବ-ଡିଭିଜନାଲ୍ କିମ୍ବା ସେକ୍ସନ ଅଫିସ ଭ୍ରମଣ କରିବା ପାଇଁ କମ୍ପାନୀ ପକ୍ଷରୁ ପରାମର୍ଶ ଦିଆଯାଉଅଛି । ଯାହାଫଳରେ ଗ୍ରାହକମାନେ ଏହି ଦିନିକିଆ ଲୋକ ଅଦାଲତର ସର୍ବାଧିକ ଲାଭ ଉଠାଇ ପାରିବେ ।ଅଧିକ ବିବରଣୀ ପାଇଁ, ଗ୍ରାହକମାନେ ସେମାନଙ୍କର ନିକଟତମ ଏସ ଡି ଓ କିମ୍ବା ସେକ୍ସନ ଅଫିସ ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟି ପି ଡବ୍ଲୁ ଓ ଡି ଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRANJAN KUMAR
FollowMar 12, 2026 14:48:550
Report
GLGautam Lenin
FollowMar 12, 2026 14:48:310
Report
ASAmit Singh
FollowMar 12, 2026 14:48:030
Report
0
Report
PKPrashant Kumar
FollowMar 12, 2026 14:47:400
Report
MIMohammad Imran
FollowMar 12, 2026 14:47:060
Report
PCPranay Chakraborty
FollowMar 12, 2026 14:46:170
Report
KAKapil Agarwal
FollowMar 12, 2026 14:46:020
Report
0
Report
AMAnkit Mittal
FollowMar 12, 2026 14:45:480
Report
KCKashiram Choudhary
FollowMar 12, 2026 14:45:390
Report
KMKuldeep Malwar
FollowMar 12, 2026 14:45:180
Report
VSVaibhav Sharma
FollowMar 12, 2026 14:39:080
Report
RRRakesh Ranjan
FollowMar 12, 2026 14:38:300
Report
RJRahul Joshi
FollowMar 12, 2026 14:38:120
Report