Back
श्री मंदिर में महाप्रभु का शीत वस्त्र-परिधान, ओढ़णा षष्ठी विशेष पूजा
SMSanjay Mohapatra
Nov 26, 2025 08:04:58
Puri, Odisha
Odhana Sasthi at Srimandir
() ଆଜି ପବିତ୍ର ଓଢଣ ଷଷ୍ଠୀ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରହିଛି ସ୍ୱତନ୍ତ୍ର ନିତି। ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ପରିଧାନ କରିବେ ଶୀତବସ୍ତ୍ର। ମାର୍ଗଶିର ମାସ ଶୁକ୍ଳ ପକ୍ଷ ଓଢ଼ଣ ଷଷ୍ଠୀ ଅର୍ଥାତ ଆଜିଠାରୁ ମହାପ୍ରଭୁ ଶୀତବସ୍ତ୍ର ପରିଧାନ କରିବେ। ଏହା ପୂର୍ବରୁ ଗତକାଲି ଅର୍ଥାତ ପଞ୍ଚମୀ ରାତିରେ ଅଭିଜ୍ଞ ସେବକ ମାନେ ମହାପ୍ରଭୁଙ୍କ ବସ୍ତ୍ର ସମୂହକୁ ଅଧିବାସ କରିଛନ୍ତି । ‘ଦ୍ୟୁତାନସ୍ତୁ’ ମନ୍ତ୍ରରେ ସେଇ ବସ୍ତ୍ରରେ ଶ୍ରୀବିଗ୍ରହଙ୍କୁ ଆଚ୍ଛାଦିତ କରାଯିବ। ଓଢ଼ଣ ଷଷ୍ଠୀଠାରୁ ମହାପ୍ରଭୁ ଗଡ଼ା ବା ସୂତାବସ୍ତ୍ର, ଖଣ୍ଡୁଆପାଟ, ମଖମଲି ଘୋଡ଼ବସ୍ତ୍ର, ଶିରଆବରଣ ତଥା ମଫଲର ଓ ଟୋପର ଆଦି ପରିଧାନ କରିବେ। ଶୀତବସ୍ତ୍ର ପରିଧାନ ବେଳେ ଶୀତ ସହ ମହାପ୍ରଭୁ ସର୍ତ୍ତ ରଖନ୍ତି କି ସଂସାରରେ ଯେପରି ସେ ଲୋକଙ୍କୁ ଅଧିକ କଷ୍ଟ ଦେବନାହିଁ। ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ମଧ୍ୟରେ ଘୋଡ଼ଲାଗି ନୀତି ଅନ୍ୟତମ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହୋଇଛି। ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ, ଘୋଡ଼,ଖଣ୍ଡୁଆ ଘୋଡ଼, ପାଗ ମଦନ ମୋହନ, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଛି। ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରଙ୍କ ମଇଲମ ବଢିବା ପରେ ହେଲା ମହାସ୍ନାନ ବଢ଼ିଥିଲା । ଅଧିବାସ ମହାପ୍ରଭୁଙ୍କ ବସ୍ତ୍ର ଲାଗି କରାଯାଇଥିଲା। ସର୍ବାଙ୍ଗ ଶ୍ରୀବିହଗ୍ରମାନଙ୍କୁ ଝିନ ପତନୀ ଲାଗି ବଢ଼ିବା ପରେ ବିଭିନ୍ନ ନୀତି ବଢ଼ି ଆଳତି କରାଯାଇଥିଲା । ବୁଧବାର ଷଷ୍ଠୀ ଅବସରରେ ମହାପ୍ରଭୁଙ୍କ ସକାଳ ଧୂପବଢିବା ପରେ ମଇଲମ କରାଯାଇ, ପୂର୍ବ ରାତିରୁ ଭୋଗମଣ୍ଡପ ପରେ ଅଧିବାସିତ ହୋଇଥିବା ଘୋଡମାନଙ୍କୁ ଘଣ୍ଟ ଛତା, କାହାଳୀ ସହ ପଟୁଆରରେ ଶ୍রୀମନ୍ଦିରର ତିନି ଘେରା ପ୍ରଦକ୍ଷଣ କରାଯାଇ ରତ୍ନସିଂହାସନକୁ ବିଜେ କରାଯିବ। ସିଂହାସନରେ ଠାକୁମାନଙ୍କର ପାଗ ଓ ଘୋଡ ଲାଗି କରାଯାଇ ଛଅ ମୂର୍ତ୍ତି ଅଳଙ୍କାର ଲାଗି କରାଯିବାର ବିଧି ରହିଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NPNishit Pancholi
FollowNov 26, 2025 08:08:30Noida, Uttar Pradesh:Congress MP Imran Masood on Babri
97
Report
DGDeepak Goyal
FollowNov 26, 2025 08:08:06110
Report
RKRakesh Kumar Bhardwaj
FollowNov 26, 2025 08:07:1516
Report
SBSACHIN BIDLAAN
FollowNov 26, 2025 08:06:3035
Report
VRVIJAY RANA
FollowNov 26, 2025 08:06:0966
Report
KSKULWANT SINGH
FollowNov 26, 2025 08:05:3319
Report
NBNARAYAN BEHERA
FollowNov 26, 2025 08:04:3233
Report
ASAkhilesh Sharma
FollowNov 26, 2025 08:04:09101
Report
BSBHUPENDAR SINGH SOLANKI
FollowNov 26, 2025 08:03:1933
Report
31
Report
UMUJJWAL MISHRA
FollowNov 26, 2025 08:02:3048
Report
SDSurendra Dasila
FollowNov 26, 2025 08:02:1137
Report
DBDEVENDRA BISHT
FollowNov 26, 2025 08:01:5031
Report
AVArun Vaishnav
FollowNov 26, 2025 08:01:3767
Report