Back
खोरधा रोड रेलमंडल अस्पताल में विश्व मधुमेह दिवस के मौके पर जागरूकता कार्यक्रम
SMSURYA MOHANTY
Nov 15, 2025 07:49:53
Khordha, Odisha
ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳିତ
ଖୋର୍ଦ୍ଧା :- ଖୋର୍ଦ୍ଧାରୋଡ ସ୍ଥିତ ମଣ୍ଡଳ ରେଳ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି । ଚଳିତ ବର୍ଷର ବିଶ୍ୱବ୍ୟାପୀ ବିଷୟବସ୍ତୁ, "ମଧୁମେହ ଏବଂ ସୁସ୍ଥତା", ରେଳବାଇ ହିତାଧିକାରୀ, କର୍ମଚାରୀ ଏବଂ ରୋଗୀ ମାନଙ୍କ ପାଇଁ ଆୟୋଜିତ ଦିନିକିଆ ସଚେତନତା କାର୍ୟକ୍ରମର ମୂଳ ଲକ୍ଷ ଥିଲା ।
ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ) ଡକ୍ଟର ସବିତା ସତପଥୀ ଉଦଘାଟନ କରି ମଧୁମେହ ପରିଚାଳନାରେ ପ୍ରାରମ୍ଭିକ ଚିହ୍ନଟ, ଜୀବନଶୈଳୀ ପରିବର୍ତ୍ତନ ଏବଂ ସାମଗ୍ରିକ ସୁସ୍ଥତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଡକ୍ଟର ସତପଥୀ ସାଧାରଣ ଲୋକଙ୍କ ମଧ୍ୟରେ ମଧୁମେହର ବଢ଼ୁଥିବା ବୋଝକୁ ଏଡ଼ାଇବା ପାଇଁ ନିରନ୍ତର ସଚେତନତାର ଆବଶ୍ୟକତା uପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ମଧୁରେ ଭୁବନେଶ୍ୱର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଡି.ଫାର୍ମା ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ରେଳମଣ୍ଡଳ ହସ୍ପିଟାଲର ଓପିଡ଼ି କମ୍ପ୍ଲେକ୍ସରେ ଏକ ମଧୁମେହ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ମୋଟ ୧୦ଟି ଶିକ୍ଷାଗତ ଷ୍ଟଲରେ ମଧୁମେହ ବିଷୟରେ ବ୍ୟାପକ ସୂଚନା ପ୍ରଦର୍ଶିତ କରାଯାଇ ଏହାର ଲକ୍ଷଣ, ନିର୍ଣ୍ଣୟ, ଜଟିଳତା, ପରିଚାଳନା ଏବଂ ଚିକିତ୍ସା ସମ୍ବନ୍ଧରେ ଅବଗତ କରାଯାଇଥିଲା । ଆୟୋଜିତ ଷ୍ଟଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ତ୍ତା ଦର୍ଶାଇଥିଲା ଏବଂ ପରିଦର୍ଶକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଶିକ୍ଷଣ ପ୍ଲାଟଫର୍ମ ଭାବରେ କାର୍ୟ କରିଥିଲା । ମଧୁମେହ ଖାଦ୍ୟ ପ୍ରଦର୍ଶନୀ ଆକର୍ଷଣର କେନ୍ଦ୍ର ରହି ମଧୁମେହ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ସୁସ୍ଥ ଖାଦ୍ୟ ଅଭ୍ୟାସ ପ୍ରଦର୍ଶନ କରିଥିଲା ।
ଓପିଡ଼ିରେ ଉପସ୍ଥିତ ରୋଗୀ, ରେଳ କର୍ମଚାରୀ ଏବଂ ହିତାଧିକାରୀ, ଚିକିତ୍ସା ଅଧିକାରୀ, ନର୍ସିଙ୍ଗ ଅଧିକାରୀ ଏବଂ ଚିକିତ୍ସା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳଙ୍କ ସହିତ ଅନ୍ୟାନ୍ୟ ରେଳ ଅଧିକାରୀମାନେ ମଧ୍ୟ ଏହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଦଳର ପ୍ରୟାସକୁ ପ୍ରଶଂସା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଫାର୍ମାସି ବିଭାଗର ଡକ୍ଟର ଜ୍ୟୋସ୍ନା ରାଣୀ ଦାଶ, ସୁଶ୍ରୀ ସୁଚରିତା ବାବୁ, ଡକ୍ଟର ବୀଣା ପାଣି ବାରିକ ଏବଂ ପ୍ରଫେସର (ଡକ୍ଟର) କିର୍ତ୍ତିମାୟା ମିଶ୍ର ଯଥା , ଏବଂ ପ୍ରଫେସର (ଡକ୍ଟର) କୀର୍ତ୍ତିମୟ ମିଶ୍ର ସଫଳତାର ସହିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଖୋର୍ଦ୍ଧା ରୋଡସ୍ଥିତ ରେଳମଣ୍ଡଳର ମଣ୍ଡଳ ରେଳ ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କ ସହିତ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରିଥିଲେ ଯାହା କାର୍ଯ୍ୟକ୍ରମର ସୁଗମ ଏବଂ ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିଥିଲା .
159
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
VSVISHAL SINGH
FollowNov 15, 2025 09:07:540
Report
VSVISHAL SINGH
FollowNov 15, 2025 09:07:440
Report
KAKapil Agarwal
FollowNov 15, 2025 09:07:230
Report
JPJitendra Panwar
FollowNov 15, 2025 09:07:080
Report
JPJitendra Panwar
FollowNov 15, 2025 09:06:540
Report
SKSantosh Kumar
FollowNov 15, 2025 09:06:400
Report
0
Report
SDSurendra Dasila
FollowNov 15, 2025 09:06:310
Report
VKVINOD KANDPAL
FollowNov 15, 2025 09:06:200
Report
DMDILEEP MISHRA
FollowNov 15, 2025 09:05:540
Report
ASAshutosh Sharma1
FollowNov 15, 2025 09:05:390
Report
PKPramod Kumar Gour
FollowNov 15, 2025 09:05:300
Report
KCKULDEEP CHAUHAN
FollowNov 15, 2025 09:05:080
Report
RDRAJKUMAR DIXIT
FollowNov 15, 2025 09:04:55Sitapur, Uttar Pradesh:सीतापुर ब्रेक देवी देवताओं की मूर्तियाँ को अराजक तत्वों ने किया क्षतिग्रस्त मंदिर में लगी देवी देवताओं की मूर्ति हिंदू संगठन और ग्रामीणों में आक्रोश मछरेहटा थाना क्षेत्र का मामला।
0
Report
ASAshutosh Sharma1
FollowNov 15, 2025 09:04:440
Report