Back
खोरधा रोड रेल मंडल ने सुरक्षा सप्ताह के दौरान कर्मचारियों को शपथ दिलाई
SMSURYA MOHANTY
Oct 27, 2025 09:32:55
Khordha, Odisha
ସତର୍କତା ସଚେତନତା ସପ୍ତାହରେ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ କର୍ମଚାରୀଙ୍କ ଶପଥ ଗ୍ରହଣ:
ଖୋର୍ଦ୍ଧା:- ସତର୍କତା ସଚେତନତା ସପ୍ତାହ–2025 ଅବସରରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଅଲୋକ ତ୍ରିପାଠୀ ଆଜି ପୂର୍ବାହ୍ନରେ ରେଳମଣ୍ଡଳ କାର୍ଯ୍ୟାଳୟରେ ସତର୍କତା ଶପଥ ସମ୍ବନ୍ଧରେ ରେଳ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ଦ୍ୱାରା ରେଳ କର୍ମଚାରୀମାନେ ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ଉନ୍ନତି ପାଇଁ ସତ୍ୟନିଷ୍ଠା, ପାରଦର୍ଶିତା ଓ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟପଦ୍ଧତି ପାଳନ କରି ଦୁର୍ନୀତିକୁ ମୂଳରୁ ଲୋପ କରିବା ନିମନ୍ତେ ଅତୁଟ ସଙ୍କଳ୍ପ ନେଇଥିଲେ ।
27 ଅକ୍ଟୋବରରୁ 2 ନଭେମ୍ବର 2025 ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ଅନୁଷ୍ଠିତ ହେଉଅଛି ଏବଂ ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ସତର୍କତା : ଆମର ସଂଯୁକ୍ତ ଦାୟିତ୍ୱ' ଅନୁସାରେ ପାଳନ କରାଯାଉଅଛି ଯାହାକି ସମସ୍ତଙ୍କ ମଧ୍ୟରେ ନୈତିକତା ଓ ଏକତାର ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆୟୋଜିତ ହେଉଛି ।
ଏହି ସପ୍ତାହ ଅବଧିରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ରେଳ କର୍ମଚାରୀ ଏବଂ ଯାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ କାର୍ୟକ୍ରମ ଆୟୋଜନ ହାତକୁ ନେଇଛି । ବିଭିନ୍ନ ରେଳ କାର୍ଯ୍ୟାଳୟ, ଷ୍ଟେସନ ଓ ଡିପୋଗୁଡିକରେ ସେମିନାର, ୱର୍କଶପ୍, ନିବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଓ ଜାଗୃକତା ଅଧିବେଶନ ଆୟୋଜନ ହେଉଛି । ଏହା ସହିତ, ବ୍ୟାନର, ପୋଷ୍ଟର, ରାସ୍ତା ନାଟକ ଓ ନାଟ୍ୟ ପ୍ରଦର୍ଶନ ମାଧ୍ୟମରେ ରେଳ କର୍ମଚାରୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ସତର୍କତା ସଚେତନତା ସୃଷ୍ଟି କରାଯାଉଛି ।
ଏହି ଶପଥ ଗ୍ରହଣ କାର୍ୟକ୍ରମରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକମାନେ, ଶାଖା ଅଧିକାରୀମାନେ, ବରିଷ୍ଠ କର୍ମଚାରୀ ଓ ରେଳ କର୍ମଚାରୀ ମାନେ ଯୋଗଦେଇଥିଲେ । ଶ୍ରୀ ଅଲୋକ ତ୍ରିପାଠୀ ଏହି ଅବସରରେ କହିଲେ ଯେ, ସତର୍କତା କେବଳ କିଛି ବିଭାଗର ଦାୟିତ୍ୱ ନୁହେଁ ବରଂ ଏହା ସମସ୍ତ କର୍ମଚାରୀଙ୍କର ସାଧାରଣ ଦାୟିତ୍ୱ ଯାହା ଦ୍ୱାରା ରେଳ ବ୍ୟବସ୍ଥାରେ ପାରଦର୍ଶିତା ଓ ଦୁର୍ନୀତି ମୁକ୍ତ ଶାସନ ସୁନିଶ୍ଚିତ ହେବ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ATALOK TRIPATHI
FollowOct 27, 2025 12:40:370
Report
RSRahul shukla
FollowOct 27, 2025 12:40:22Amethi, Uttar Pradesh:अमेठी के जायस कोतवाली इलाके में रंगरलिया मना रहे युवक और युवती को ग्रामीणों ने पकड़ लिया और कान पकड़कर उठक बैठक लगवाई
हालांकि जी मीडिया इस वायरल वीडियो की सत्यता की पुष्टी नहीं करता
0
Report
RKRANJEET Kumar OJHA
FollowOct 27, 2025 12:40:070
Report
AKAlok Kumar
FollowOct 27, 2025 12:39:541
Report
SCSUBIR CHATTERJEE
FollowOct 27, 2025 12:39:390
Report
IKIsateyak Khan
FollowOct 27, 2025 12:39:270
Report
PKPREMENDRA KUMAR
FollowOct 27, 2025 12:38:480
Report
RCRAJVEER CHAUDHARY
FollowOct 27, 2025 12:38:370
Report
DMDILEEP MISHRA
FollowOct 27, 2025 12:38:260
Report
AKAlok Kumar
FollowOct 27, 2025 12:37:160
Report
JSJitendra Soni
FollowOct 27, 2025 12:37:030
Report
SKSHIV KUMAR
FollowOct 27, 2025 12:36:520
Report
KSKartar Singh Rajput
FollowOct 27, 2025 12:36:350
Report
PSPradeep Sharma
FollowOct 27, 2025 12:36:050
Report
RKRishikesh Kumar
FollowOct 27, 2025 12:35:480
Report
