Back
खोरधा जिले में मजदूर दादन-खटाई: गरीबी से जूझते परिवार और सरकार की योजना
SMSURYA MOHANTY
Oct 14, 2025 08:35:24
Khordha, Odisha
ଜିଲ୍ଲାରେ କାମ ମିଳିବା ସାତ ସପନ : ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି
ଖୋର୍ଦ୍ଧା:- ଦାରିଦ୍ର୍ୟ ସୀମାରେଖ ତଳେ ବସବାସ କରୁଥିବା ପରିବାର ଗୁଡ଼ିକୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ମାତ୍ର ଅମଲାତାନ୍ତ୍ରିକ ମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଯଥେଷ୍ଠ ପରିମାଣର କାମ ମିଳୁନଥିବାରୁ ପରିବାରର ସମସ୍ତେ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରକୁ ଯିବାକୁ ପସନ୍ଦ କରୁଛନ୍ତି । ଫଳରେ ଖୋର୍ଦ୍ଧାରୋଡ଼, ନିରାକାରପୁର, ବାଲୁଗାଁ, ଭୁଷୁଣ୍ଡପୁର ପ୍ରମ୍ମୁଖ ରେଳ ଷ୍ଟେସନମାନଙ୍କରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଦାନନ ଖଟିବା ପାଇଁ ରାଜ୍ୟ ବାହାରକୁ ଏପରିକି, ପାସପୋର୍ଟ ବାହାରକରି ଶ୍ରମିକ ଭାବେ କାମ କରିବା ପାଇଁ ଦେଶ ବାହାରକୁ ଯାଉଥିବା ଜଣାଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ଏହି ଦାଦନ ଶ୍ରମିକ ସମସ୍ୟା ଗତ କିଛି ବର୍ଷ ହେବ ମୁଣ୍ଡ ଟେକିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନଥିଲା ଭଳି ମନେ ହେଉଛି । ପରିବାରର ଭରଣ ପୋଷଣ ପାଇଁ ଗାଁ, ଗଣ୍ଡା ଛାଡ଼ୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ମାଲିକମାନଙ୍କ ନିର୍ଯ୍ୟାତନାର ଶିକାର ହେଉଥିବା ବେଳେ, ଆଉ କେତେକ ଉପଯୁକ୍ତ ମଜୁରୀ ପାଉନାହାନ୍ତି । ଗତ ଦୁଇ ତିନି ବର୍ଷ ମଧ୍ୟରେ ୪ରୁ୮ ଜଣ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କର କୌଣସି ଖୋଜ ଖବର ମଧ୍ୟ ନାହିଁ । ଏହା ସତ୍ତ୍ୱେ ଦିନକୁ ଦିନ ଦାଦନ ଖଟିବାକୁ ଜିଲ୍ଲାର ବହୁ ଶ୍ରମିକଙ୍କର ସୁଅ ଛୁଟୁଛି । ଏବେର ପରିସଂଖ୍ୟାନ ଅନୁଯାୟୀ ୫୦% ଅଧିକ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ସେମାନଙ୍କ ମଧ୍ୟରୁ ଅନେକ କୃଷକ ପରିବାରର ଅଟନ୍ତି । ଜିଲ୍ଲାରେ କୃଷିକୁ ଛାଡ଼ି ଶ୍ରମିକ ଭାବେ ପ୍ରାୟ ୫୦ହଜାରରୁ ଉର୍ଦ୍ଧ ଲୋକ ଜୀବିକା ନିର୍ବାହ କରନ୍ତି । ସରକାରଙ୍କ ବିଭିନ୍ନ ଉନ୍ନୟନ କାମରେ ଏମାନଙ୍କୁ ସାମିଲ କରିବାର ନିୟମ ଥିଲା ବେଳେ, ଅନେକ ରାସ୍ତାଘାଟ ଓ ବନ୍ଧବାଡ଼ କାମରେ ମଣିଷ ବଦଳରେ ମେସିନ୍ ହିଁ କାମ କରୁଛି । ଫଳରେ ଶ୍ରମିକମାନେ କାମ ନପାଇ ସୁରାଟ, āନ୍ଦ୍ରପ୍ରଦେଶ, ବିହାର, କଳିକତା, ଶିମଲା ଆଦି ସ୍ଥାନମାନାନକୁ କାମଧନ୍ଦା ପାଇଁ ଜିଲ୍ଲାର ବାଣପୁର, ବାଲୁଗାଁ, ଜଙ୍କିଆ, ମଳିପଡ଼ା, ନିରାକାରପୁର, ଟାଙ୍ଗୀ, ବୋଲଗଡ଼, ବେଗୁନିଆ, ହଳଦିଆ ଆଦି ଅଞ୍ଚଳରୁ ହଜାର ହଜାର ଶ୍ରମିକ ଯାଉଛନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ଠିକାଦାର ଓ ଖାତାଦାରମାନେ ବେଆଇନ ଭାବେ ଏହି ଶ୍ରମିକ ମାନଙ୍କୁ ପ୍ରଲୋଭିତ କରି ବାହାରକୁ ନେଉଛନ୍ତି । କାମଧନ୍ଦା ନଥିବା ଓ ଅଧିକ ମଜୁରୀ ଲୋଭରେ ବହୁ ବ୍ୟକ୍ତି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରୁ ପ୍ରାୟ ୫ରୁ୧୦ହଜାର ବ୍ୟକ୍ତି ଦାଦନ ଶ୍ରମିକ ଭାବେ ରାଜ୍ୟ ਬାହାରକୁ ଯାଉଥିବା ଏକ ବେସରକାରୀ ସର୍ଭେରୁ ଜଣାପଡ଼ିଛି । ବାଲୁଗାଁ, ଜଟଣୀ ଓ ନିରାକାରପୁର ରେଳଷ୍ଟେସନରୁ ଦୈନିକ ଶହ ଶହ ଶ୍ରମିକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାର ଦେଖିବାକୁ ମିଳୁଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
NMNitesh Mishra
FollowOct 14, 2025 12:03:390
Report
APAshwini Pandey
FollowOct 14, 2025 12:03:190
Report
KJKamran Jalili
FollowOct 14, 2025 12:03:060
Report
जालौन के सिरसा थाना में प्लाट में पैसा लेकर जबरन रास्ता दिलाने को लेकर महिला ने लेखपाल पर लगाए आरोप,
0
Report
SSSUNIL SINGH
FollowOct 14, 2025 12:02:430
Report
ASABDUL SATTAR
FollowOct 14, 2025 12:02:200
Report
AMAsheesh Maheshwari
FollowOct 14, 2025 12:02:070
Report
VKVijay1 Kumar
FollowOct 14, 2025 12:01:580
Report
AKAlok Kumar
FollowOct 14, 2025 12:01:390
Report
BSBHARAT SHARMA
FollowOct 14, 2025 12:01:310
Report
AKAlok Kumar
FollowOct 14, 2025 12:00:510
Report
PGPiyush Gaur
FollowOct 14, 2025 12:00:400
Report
RKRakesh Kumar Bhardwaj
FollowOct 14, 2025 12:00:290
Report
RKRakesh Kumar Bhardwaj
FollowOct 14, 2025 12:00:15Jodhpur, Rajasthan:फलोदी पुलिस ने मारपीट कर लज्जा भंग करने के मामले में आरोपी अक्षय को गिरफ्तार कर जेल भेजा गया।
0
Report
2
Report