Back
ओडिशा स्काउट्स-गाइड्स का 20वां राज्यस्तरीय जम्बोरनेट उद्घाटन भव्य समारोह के साथ
SMSURYA MOHANTY
Dec 24, 2025 13:55:18
Khordha, Odisha
ସ୍କାଉଟସ୍ ଏବଂ ଗାଇଡସ୍ର
୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଏବଂ
ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଉଦ୍ଘାଟିତ
ଖୋର୍ଦ୍ଧା:- ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍୍ ଆନୁକୂଲ୍ୟରେ ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର୍ର ପରିସରରେ ଆୟୋଜିତ ୨୦ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ତା୨୩ା୧୨ା୨୫ରିଖ ଅପରାହ୍ନ ୪ଘଟିକା ସମୟରେ ଉଦ୍ଘାଟିତ ହୋଇଅଛି । ବିଭିନ୍ନ ଜିଲ୍ଲାରୁ ୨୫୨୦ ଜଣ ସ୍କାଉଟ, ଗାଇଡ୍ ଏହି ଜାମ୍ବୋରେଟ୍ରେ ଯୋଗଦାନ କରିଛନ୍ତି । ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଉଦ୍ଘାଟକ ଭାବେ ଲେପ୍ଟନାଣ୍ଟ କର୍ଣ୍ଣେଲ୍ ଜସ୍ମିନ୍ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଶ୍ରୀ ଓମ୍ ପ୍ରିୟଦର୍ଶୀ ଛୋଟରାୟ, ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ର କାଉନ୍ସିଲ୍ ସଦସ୍ୟ ଉକ୍ତ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ରାଜ୍ୟ ମୁଖ୍ୟ କମିଶନର ଡଃ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିବାକୁ ଯାଇ ଜାମ୍ବୋରେଟ୍ର ଉଦ୍ଦେଶ୍ୟ ତଥା ରାଜ୍ୟ ସଂଗଠନର ବର୍ଷ ବ୍ୟାପୀ ବିଭିନ୍ନ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟଅତିଥି କର୍ଣ୍ଣେଲ ମିଶ୍ର ରାଜ୍ୟ ସଂଗଠନର ଏଭଳି ଏକ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନରେ ସନ୍ତୋଷପ୍ରକଟ କରିବା ସହିତ ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ସର୍ବଦା ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି ବୋଲି ଅଭିହିତ କରିଥିଲେ । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଉକ୍ତ ଜାମ୍ବୋରେଟ୍ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ uddrek କରିବା ପାଇଁ ପ୍ରେରଣାଦାୟକ ହେବ ବୋଲି ମୁଖ୍ୟ ଅତିଥି କର୍ଣ୍ଣେଲ ମିଶ୍ର ମତବ୍ୟକ୍ତ କରିଥିଲେ । ପ୍ରତ୍ୟେକ କାର୍ଯ୍ୟରେ ଓଡିଶା ସଂଗଠନ ସବୁବେଳେ ଅଗ୍ରଣୀ ଭୂମିକା ନିର୍ବାହ କରି ଆସିଥିବାରୁ ସାଧୁବାଦ ଜଣାଇଥିଲେ ।
ରାଜ୍ୟ ସଂଗଠନ କମିଶନର ତଥା ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସ୍କାଉଟ ଓ ଗାଇଡ୍ମାନଙ୍କ ଦ୍ୱାରା ଆକର୍ଷଣୀୟ ସଂହତି ନୃତ୍ୟ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଶିବିର ଯୁଗ୍ମ ସଂପାଦକ ଶ୍ରୀ ମିହିର _ranjan pattonāyakଙ୍କ ନେତୃତ୍ୱରେ ଏବଂ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ ଚାଲୁଅଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SPSanjay Prakash
FollowDec 24, 2025 15:38:050
Report
BDBabulal Dhayal
FollowDec 24, 2025 15:37:490
Report
JGJugal Gandhi
FollowDec 24, 2025 15:37:370
Report
DKDAVESH KUMAR
FollowDec 24, 2025 15:37:220
Report
SPSanjay Prakash
FollowDec 24, 2025 15:37:120
Report
ASANIMESH SINGH
FollowDec 24, 2025 15:36:500
Report
VMVimlesh Mishra
FollowDec 24, 2025 15:36:410
Report
CSChandrashekhar Solanki
FollowDec 24, 2025 15:36:210
Report
MIMohammad Imran
FollowDec 24, 2025 15:36:000
Report
YSYeswent Sinha
FollowDec 24, 2025 15:35:410
Report
HDHARSH DWIVEDI
FollowDec 24, 2025 15:35:190
Report
बांग्लादेश में हिंदुओं पर अत्याचार के विरोध में अनेको हिन्दू संगठनों का जोरदार प्रदर्शन, फूंका पुतला
0
Report
AMAnkit Mittal
FollowDec 24, 2025 15:35:020
Report
MSManish Sharma
FollowDec 24, 2025 15:34:430
Report
ASAshok Singh Shekhawat
FollowDec 24, 2025 15:34:260
Report
