Back
चिलिका मछुआरों की हालत बदतर, भ्रष्टाचार और माफियाओं से योजनाओं का असर नहीं
SMSURYA MOHANTY
Dec 04, 2025 10:28:05
Khordha, Odisha
ଚିଲିକା ମତ୍ସ୍ୟଜୀବୀଙ୍କ ଦୁଃଖ ବୂଝିବାକୁ କେହି ନାହାନ୍ତି ଖୋର୍ଦ୍ଧା (ସୂର୍ଯ୍ୟ ନାରାୟଣ ମହାନ୍ତି):- ଦାରିଦ୍ର୍ୟ ସୀମାରେଖ ତଳେ ବସବାସ କରୁଥିବା ପରିବାର ଗୁଡ଼ିକୁ କାମଧନ୍ଦା ଯୋଗାଇ ଦେବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ମାତ୍ର କିଛି ସରକାରୀ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଚିଲିକା ଉପରେ ନିର୍ଭର କରି ଚଳୁଥିବା ଶହଶହ ମତ୍ସଜୀବୀ ପରିବାର ଏବେ ନିଜର କୂଳବେଉସା ହରାଇବାକୁ ବସିଲେଣି । ଗୋଟିଏ ପଟେ ଚିଲିକାରେ ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବ, ଅନ୍ୟପଟେ ନଳଘାସ ଯୋଗୁ ଡ଼ଙ୍ଗା ଚିଲିକାକୁ ଯାତାୟତରେ ଅସୁବିଧା । ଯାହା ଫଳରେ ଚିଲିକା ବ୍ଲକର ସର୍ବପୁରାତନ ମାଛ ବ୍ୟବସାୟର ପେଣ୍ଠ ସ୍ଥଳ କୁହାଯାଉଥିବା କାଳୁପଡ଼ାଘାଟ ଜେଟି ଏବେ ଲିନ୍ନ ହେବାକୁ ବସିଲାଣି । ଚିଲିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରୀ ଓ ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବରେ ଏବେ ଅଣନିଶ୍ୱାସୀ ହୋଇପଡ଼ିଲେଣି ଚିଲିକାର ମତ୍ସଜିବୀ । ସେହିପରି ନଳଘାସ ଓ ଦଳ ଯୋଗୁ ଚିଲିକାରେ ଦିନକୁ ଦିନ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ାଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଫଳରେ ମସ୍ୟଜୀବୀମାନେ ଚିଲିକାରେ ଦିନ ତମାମ ମାଛ ମାରୁଥିଲେ ମଧ୍ୟ ମଜୁରୀ ଉଠିବା ସଂଭବପର ହୋଇପାରୁନି । ବିଗତ ଦିନମାନଙ୍କରେ ଦେଖିବାକୁ ମିଳୁଥିବା ଖଇଁଗା, ଡ଼ାଙ୍ଗଳା, ଖୁରାଂଟି, କୁଣ୍ଡଳ, ଭେକ୍ଟି, ਸାଆଳ ଆଦି ମାଛ ଆଉ ସେଭଳି ଦେଖିବାକୁ ମିଳୁନି । ଏପରିକି ଚିଲିକା ଉନ୍ନୟନ କର୍ତୁପକ୍ଷ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଲୋକ ଦେଖାଣିଆ ଭାବେ ଘେରି ଉଛେଦ କରାଯାଉଥିଲେ ମଧ୍ୟ ଏହା ସମୁଦ୍ରକୁ ଶଂଖେ ଭଳି । ଯାହାକୁ ନେଇ ମତ୍ସଜୀବୀଙ୍କ ମଧ୍ୟରେ ଅସଂତୋଷ ଦେଖାଦେଇଛି । ଚିଲିକାର ଉନ୍ନତୀକରଣ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ 카ଳୁପଡ଼ାଘାଟ ଜେଟିର ଉନ୍ନତୀ ପାଇଁ ଟଙ୍କା ମଂଜୁର ହୋଇଥିଲେ ମଧ୍ୟ ସିଡ଼ିଏ କର୍ତୁପକ୍ଷଙ୍କ ଅବହେଳା ଯୋଗୁ ଏହି ଟଙ୍କା ଅନ୍ୟ ସ୍ଥାନରେ କାର୍ଯ୍ୟ କରାଯାଇଥିବା ସ୍ଥାନୀୟ ବାସିଦା କହିଛନ୍ତି । ସେହିପରି ନାଁ ଏଠାରେ ବରଫ କଳ ଅଛି, ନାଁ କମ୍ତସଜୀବୀଙ୍କ ପାଇଁ ଆଶ୍ରୟ ସ୍ଥଳୀ । ଯାହା ଫଳରେ ବାହାର ବ୍ୟବସାୟୀ ଏଠାକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି । ଚିଲିକାରେ ନଳଘାସର ପରିମାଣ ବଢିବାରେ ଲାଗିଥିବା ବେଳେ, ଚିଙ୍ଗୁଡ଼ି ମାଫିଆଙ୍କ ପାର୍ଦୁଭାବ ଯୋଗୁ ହାଃ ହତାସ ମଧ୍ୟରେ ଗତି କରୁଛନ୍ତି ମତ୍ସଜୀବୀ । ତେଣୁ ଜିଲ୍ଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତୁପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
SJSantosh Jaiswal
FollowDec 04, 2025 10:51:050
Report
RKRakesh Kumar Bhardwaj
FollowDec 04, 2025 10:50:550
Report
JSJitendra Soni
FollowDec 04, 2025 10:50:070
Report
0
Report
ASASHISH SRIVASTAVA SUL
FollowDec 04, 2025 10:49:160
Report
AMAjay Mishra
FollowDec 04, 2025 10:48:520
Report
ANAJAY NATH
FollowDec 04, 2025 10:48:410
Report
AAAkshay Anand
FollowDec 04, 2025 10:48:24Noida, Uttar Pradesh:मस्तिष्क पक्षाघात से पीड़ित एक लड़की ने शानदार नृत्य प्रदर्शन किया।
0
Report
Delhana, Uttar Pradesh:वाराणसी में बीवी भी गायब बेटी भी गायब और चोलापुर थाना प्रभारी को पता ही नहीं एडिशनल पुलिस कमिश्नर राजेश सिंह ने थाना प्रभारी को लगाई जमकर फटकार
0
Report
VAVishnupriya Arora
FollowDec 04, 2025 10:48:150
Report
AAAkshay Anand
FollowDec 04, 2025 10:48:02Noida, Uttar Pradesh:I don’t trust anyone this much
0
Report
DKDeepesh Kumar
FollowDec 04, 2025 10:47:520
Report
AAAkshay Anand
FollowDec 04, 2025 10:47:17Noida, Uttar Pradesh:World's first jet suit race in Dubai
0
Report
DKDeepesh Kumar
FollowDec 04, 2025 10:47:020
Report
RZRajnish zee
FollowDec 04, 2025 10:46:470
Report