Back
Paradip के महा नदी पुल पर भारी वाहनों का दबाव बढ़ा; पुल खतरे में
NBNARAYAN BEHERA
Jan 27, 2026 15:15:42
Paradeep, Odisha
ଦୁର୍ବଳ ହେଉଛି ମହାନଦୀ ପୋଲ। କାଳ ସାଜିଛି ପଣ୍ୟବାହୀ ଟ୍ରକ୍ର ବୋଝ। ପାରାଦୀପ ଭୂତମୁଣ୍ଡାଇ ଠାରେ ଥିବା ମହାନଦୀ ପୋଲ ଦୀର୍ଘ ଦିନ ହେବ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ମାତ୍ରାଧିକ ଲୁହାପଥର ବୋହେଲ ଭାରୀଯାନ ରହଣି ପାଇଁ ପୋଲ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଛି। ପୋଲ ଉପରେ ଭାରିଯାନ ରହଣି ନେଇ କିଛି କଟକଣା ନଥିବା ଓ ପୋଲର ଅଧା ଭାଗ ଜଗତସିଂହପୁର ଜିଲ୍ଲାରେ ଓ ବାକି ଅଧା କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବାରୁ ନିୟମ ପ୍ରଣୟନ କ୍ଷେତ୍ରରେ ମଧ୍ୟ ଅସୁବିଧା ଦେଖାଦେଉଛି। ଫଳରେ ପୋଲ ନିର୍ମାଣକୁ ମାତ୍ର ୧୨ ବର୍ଷ ବିତିଥିବା ବେଳେ ୩୦ ବର୍ଷ ପର୍ଯ୍ୟନ୍ତ ପୋଲର ରହିଥିବା ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏପରିକି ଭାରିଯାନ ରହୁଥିବା ଭକ୍ତ ପୋଲକୁ ନୋ ପାର୍କିଂ ଘୋଷଣା କରିବାକୁ ଦାବି ଉଠୁଛି। ଚଣ୍ଡିଖୋଲ-ପାରାଦୀପ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫(କ)ର ନିର୍ମାଣ ୨୦୧୨ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା। ୭୬ କିଲୋମିଟର ୬ଶହ ମିଟର ରାସ୍ତାର ନିର୍ମାଣ ଲାଗି ୯ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା। ରାସ୍ତାର ସ୍ଥାୟିତ୍ଵ ଅବଧି ନିର୍ମାଣ ଦିନଠାରୁ ୩୦ ବର୍ଷ ଯାଏଁ ରଖାଯାଇଥାଲା। ଭୂତମୁଣ୍ଡାଇଠାରେ ଥିବା ମହାନଦୀ ଉପରେ ଏକ ସୁଦୀର୍ଘ ପୋଲ ମଧ୍ୟ ନିର୍ମାଣ କରାଯାଇଥିଲା। ହେଲେ ସେ ପୋଲ ୨୦୧୯ ମସିହାଠାରୁ ବିପଦସଙ୍କୁଳ ଅବସ୍ଥାରେ ରହିଛି। କାରଣ ପୋଲ ଉପରେ ଶତାଧିକ ସଂଖ୍ୟାରେ ଭାରିଯାନ ରହୁଥିବାରୁ ପୋଲ ଉପରେ କ୍ଷମତାଠାରୁ ଅଧିକ ଚାପ ପଡୁଥିବା କୁହାଯାଉଛି। ଯଦି ହିସାବକୁ ନିଆଯାଏ ତେବେ ପୋଲର ଲମ୍ବା ହେଉଛି ୯୷୦ ମିଟର। ଗୋଟିଏ ଭାରିଯାନ ବା ଟ୍ରକ୍ର ଲମ୍ବକୁ ହିସାବକୁ ନିଆଗଲେ ପୋଲ ଉପରେ ଏକା ସଙ୍ଗେ ଶହେରୁ ଊର୍ଦ୍ଧ୍ବ ଟ୍ରକ୍ ରହିପାରିବ। ଗୋଟିଏ ଲୁହାପଥର ବୋଝଇ ଟ୍ରକ୍ର ହାରାହାରି ଓଜନ ୪୦ରୁ ୪୫ ଟନ୍ ହେଉଥିବାବେଳେ ପୋଲ ଉପରେ ଏକା ସାଙ୍ଗରେ ଶହେ ଟ୍ରକ୍ ଛିଡ଼ା ହେଲେ ପାଖାପାଖି ୫ହଜାର ଟନ୍ ଓଜନର ଚାପ ପଡୁଛି। ଏପରିକି ରାତିରେ ଟ୍ରକ୍ ଚାଲୁଥିବା ବେଳେ ପୋଲ ଉପରେ ଦୁଇ ଲାଇନ୍ରେ ଟ୍ରକ୍ ରହିଲେ ଏହି ଚାପ ହଜାରେ ଟନ୍କୁ ଟପି ଯାଉଛି। ଏ ଘଟଣା ସବୁଦିନ ଓ ଲଗାତାର ବର୍ଷ ବର୍ଷ ଧରି ହେଉଛି। ପୋଲ ଉପରେ ଭାରିଯାନ ରଖିବା ପାଇଁ କିଛି କଟକଣା ବି ରହୁନି। କାରଣ ପାରାଦୀପ ଭୂତମୁଣ୍ଡାଇ ପଟରୁ ପୋଲର ଅଧା ଅଂଶ ଜଗତସିଂହପୁର ଜିଲ୍ଲା에서 ଥିବାବେଳେଆର ଅଧା କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଛି। ଫଳରେ ଦୁଇଟି ଜିଲ୍ଲା ମଧ୍ଯରୁ କୌଣସି ଜିଲ୍ଲାର ପ୍ରଶାସନ କିମ୍ବା ପୁଲିସ ଏନେଇ କିଛି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ବାରମ୍ବାର ଜନ ଅସନ୍ତୋଷ ଦେଖାଦେଉଛି। କେବଳ ଗାଡ଼ି ଚାଲିବା ସମୟକୁ ଛାଡ଼ିଦେଲେ ପୋଲ ଉପରେ ଦିନ ତମାମ୍ ଓ ଗାଡ଼ି ନଗଡ଼ିବା ଦ୍ବାରା ଲାଗୁଥିବା ଜାମ୍ ସମୟରେ ମଧ୍ୟ ଗାଡ଼ି ରହିବା ଦ୍ୱାରା ପୋଲ ଉପରେ ଯିବା ଆସିବା ପାଇଁ ଉପରେ ନିର୍ଭର କରୁଥିବା ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। କିନ୍ତୁ କଥା ଶୁଣୁଛି କିଏ। ନା' ପ୍ରଶାସନ ଶୁଣୁଛି ନା ପାରାଦୀପରେ ଥିବା ଟ୍ରକ୍ ମାଲିକ ସଂଘ ଗୁଡ଼ିକ ଏଥିପାଇଁ କିଛି କଟକଣା କରୁଛନ୍ତି। ଯଦିଓ ଗତ ବର୍ଷ ପୋଲରେ ଲାଗିଥିବା କଂକ୍ରିଟ୍ ବାଡ଼ ଗୁଡ଼ିକୁ ମରାମତି କରାଯାଇଥିଲା କିନ୍ତୁ ପୋଲର ସ୍ଥାୟିତ୍ଵ ୩୦ ବର୍ଷ ଥିବା ବେଳେ ନିର୍ମାଣର ମାତ୍ର ୧୦ ବର୍ଷ ନଯାଉଣୁ ଏହା ବିପଦ ସଙ୍କୁଳ ହେଲାଣି। ଭାରିଯାନ ରହଣି ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଗାଡ଼ି ଗୁଡ଼ିକ ପୋଲ ଉପରେ ଧାଡ଼ି ବାନ୍ଧି ରହିବା ଫଳରେ ପାରାଦୀପକୁ ଆସୁଥିବା ଲୋକେ ସମସ୍ୟାରେ ପଢୁଥିବା ବେଳେ ସ୍ଥାନୀୟ ଲୋକଙ୍କୁ ମଧ୍ୟ ନାକେଦମ୍ ହେବାକୁ ପଡୁଛି। ତେଣୁ ପୋଲ ପୂର୍ବରୁ ବା ପରେ ଟ୍ରକ୍ ଗୁଡ଼ିକ ଛିଡ଼ା କରି ରଖିବା ସହ ପୋଲ ଉପରକୁ ନୋ ପାର୍କିଂ ଜୋନ୍ କରାଯିବାକୁ ଦାବି ଉଠୁଛି। ତେବେ ଭୂତମୁଣ୍ଡାଇ ମହାନଦୀ ପୋଲ ଏବେ ବିପଦ ଶଙ୍କୁଳ ଅବସ୍ଥାରେ ଥିବା ବେଳେ ଶହଶହ ଲୁହାପଥର ବୋଝେଇ ଟ୍ରକ ପୋଲ ଉପରେ ଛିଡା H0ଏ ହୋଇ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି。
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
ASABDUL SATTAR
FollowJan 27, 2026 18:00:200
Report
AMAsheesh Maheshwari
FollowJan 27, 2026 17:47:240
Report
NSNivedita Shukla
FollowJan 27, 2026 17:47:000
Report
NSNivedita Shukla
FollowJan 27, 2026 17:46:47Noida, Uttar Pradesh:Crocodile: What’s for Breakfast
0
Report
PKPrakash Kumar Sinha
FollowJan 27, 2026 17:46:180
Report
VAVINEET AGARWAL
FollowJan 27, 2026 17:46:020
Report
NSNivedita Shukla
FollowJan 27, 2026 17:45:380
Report
DKDeepesh Kumar
FollowJan 27, 2026 17:45:23Noida, Uttar Pradesh:लखनऊ में बार काउंसिल की कल होने वाली वोटिंग नहीं होगी। समिति जल्द अगली तारीख घोषित करेगी। लखनऊ में चुनाव हुआ रद्द
0
Report
NSNivedita Shukla
FollowJan 27, 2026 17:45:12Noida, Uttar Pradesh:ByteDance ने बुन सकने वाला रोबोटिक हाथ GR-Dexter फ्रेमवर्क के साथ विकसित किया
0
Report
0
Report
PGPARAS GOYAL
FollowJan 27, 2026 17:33:380
Report
SKSandeep Kumar
FollowJan 27, 2026 17:33:21Hamirpur, Himachal Pradesh:हमीरपुर:-मौसम ने ली करवट,बूंदाबांदी के साथ शुरू हुई बारिश,
बेमौसम बारिश ने बढ़ाई किसानों की चिंता,
बेमौसम बरसात से फसलों के नुकसान की आशंका,
मौसम विभाग की ओर जिले में भारी बारिश और ओलावृष्टि को लेकर रेड अलर्ट जारी,
जिला मुख्यालय का मामला。
0
Report
NSNivedita Shukla
FollowJan 27, 2026 17:33:11Noida, Uttar Pradesh:A Belgian Malinois displaying elite athletic skills
0
Report
VKVIKRANT KUMAR
FollowJan 27, 2026 17:33:020
Report
MMMRITYUNJAI MISHRA
FollowJan 27, 2026 17:32:440
Report