ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବାଘଶାଳା ପଞ୍ଚାୟତର ତାମ୍ପରକଇଠା ଗ୍ରାମରେ 130 ବର୍ଷ ପରେ ଗ୍ରାମଦେବୀ ଚେବୀଟାମ୍ମା ଠାକୁରାଣୀଙ୍କ ଯାତ୍ରା ଉତ୍ସବ ଉଦ୍ଘାଟିତ ହୋଇଛି। ପାଞ୍ଚ ଦିନ ଧରି ଚାଲିଥିବା ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ। ଯାତ୍ରା ଅବସରରେ ଗ୍ରାମ ପରିକ୍ରମା, ନାଚ-ଗୀତ, ବାଦ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଲୋକଙ୍କ ମନରଞ୍ଜନରେ ରଙ୍ଗ ଭରିଥିଲା। ତେଜ ଗରମ ଓ କାଳବୈଶାଖୀ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁମାନେ ରାତି ଶେଷ ପର୍ଯ୍ୟନ୍ତ ଉତ୍ସବରେ ଅନ୍ତର୍ଭୁକ୍ତ ରହିଥିଲେ। ବୁଧବାର ସକାଳେ ବିଷର୍ଜନ ସହ ଯାତ୍ରା ଶେଷ ହେବାରେ ଗ୍ରାମବାସୀମାନେ ଅଭୁତପୂର୍ବ ଆନନ୍ଦ ଅନୁଭବ କରିଛନ୍ତି।

Gajapati -130 ବର୍ଷ ପରେ ତାମ୍ପରକଇଠାରେ ଠାକୁରାଣୀ ଯାତ୍ରା, ହଜାର ଶ୍ରଦ୍ଧାଳୁଙ୍କ ସମାଗମ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଆଜି ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ସାରକିଟ ହାଉସ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ନାଲିବତୀ ଲଗାଇବା ପରିବହନ ବିଭାଗ ଦ୍ବାରା ସ୍ବତନ୍ତ୍ର ପ୍ରାଧିକରଣ ରହିଛି। ଏହି ନିୟମ ସମସ୍ତ ଙ୍କ ପାଇଁ ପ୍ରଯୁଜ୍ୟ। ଯଶସ୍ବୀ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜକୁ ସେବକ ଭାବି ଦେଶର ଗୈାରବ ବଢାଉଛନ୍ତି। ଏଭଳି କ୍ଷେତ୍ର ରେ ସେବକ ମନୋବୃତ୍ତିରେ ସମସ୍ତେ କାମକରିବାକୁ ଆହ୍ବାନ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଯାହାକୁ ନେଇ ନାଲିବତୀ ବ୍ୟବହାର ଉପରେ କଟକଣା ଓ ମନମୁଖୀ ଲଗେଇ ପାରିବେନି ନାଲିବତୀ ବୋଲି କହିଛନ୍ତି। ପୂର୍ବରୁ ନାଲିବତୀ ବ୍ୟବହାରକୁ ନେଇ ସାଂଘାତିକ ଅବସ୍ଥା ଦେଖିବାକୁ ମିଳିଛି। ବିନା ଅନୁମତିରେ ଚାଲିଛି ଶହ ଶହ ନାଲିବତୀ ଗାଡ଼ି କେହି ବି ନାଲିବତୀ ବ୍ୟବହାର ଅନୁମତି ମାଗିନାହାନ୍ତି।
ଦୀର୍ଘ ବର୍ଷ ହେଲା ଦୁଇ ଗାଁ ରେ ଲାଗିଥିଲା ଗଣ୍ଡଗୋଳ l ଗଣ୍ଡଗୋଳ ଏତେ ମାତ୍ରାରେ ଥିଲା ଜେ ଉଭୟ ଗୋଷ୍ଟୀ ଜେଲ ହାଜତ ଭିତର କୁ ଗଲେ l ବିବାଦ ର କାରଣ ଥିଲା ଚାଷଜମି କୁ ନେଇ l ଶେଷରେ ପରିସ୍ଥିତି ଏମିତି ହେଲା ଜେ ଗାଁ ରେ ହେଲା ବୋଝି l ସୂଚନା ମୁତାବକ ଦୁଇହଜାର ବାଇଶି ମସିହାରେ ବାହାଡାପଦା ଓ ବିଜୁପୁର ଦୁଇଟି ପଡୋଶୀ ଗାଁ ରେ କିଛି ଜମିବିବାଦ କୁ ନେଇ ଉଭୟ ଗାଁ ହୋଇଥିଲା ଗୋଷ୍ଠୀ ସଂଘର୍ଷ l ପରିସ୍ଥିତି ଏମିତି ହୋଇଥିଲା ଜେ ଅନେକ ଲୋକ ମେଡିକାଲ ରେ ପହଂଚି ଥିଲେ, ଏହି ଘଟଣା ପରେ ଉଭୟ ଗୋଷ୍ଟୀକୁ ପୋଲିସ ଉଠାଇ ନେଇ ମକଦମା ଚଳିବାପରେ ଉଭୟ ସମ୍ପ୍ରଦାୟ ର କିଛି ବ୍ୟକ୍ତି ରହିଲେ ଜେଲ ଭିତରେ l
ନୂଆଁ ସରକାର ଗଠନ ପରେ ଦିବ୍ୟାଙ୍ଗ ଭତ୍ତା ନେଇ ଆଶା ଓ ଆଶଙ୍କା ଦୁହିଁ ଦେଖାଯାଉଛି। ଭାଜପା ନିଜ ଇସ୍ତହାରରେ ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଶାସନକୁ ଆସିବା ପରେ ସେହି ଭତ୍ତା ପାଇଁ 80% ଦିବ୍ୟାଙ୍ଗତା ମାନଦଣ୍ଡ ଲାଗୁ କରାଯାଇଛି। ଏହା ପାଇଁ ଅନେକ ଲୋକ କହୁଛନ୍ତି ଯେ ଦିବ୍ୟାଙ୍ଗ ଭତ୍ତା ଖର୍ଚ୍ଚ କମେଇବା ପାଇଁ ଏହି ନୀତି ଗ୍ରହଣ କରାଯାଇଛି। ଏହା ଫଳରେ 70%-75% ଦିବ୍ୟାଙ୍ଗତା ଥିବା ବ୍ୟକ୍ତିମାନେ ଭତ୍ତାରୁ ବଞ୍ଚିତ ହେବେ। ସରକାରଙ୍କ ଏହି ନୀତିକୁ ନେଇ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମଲ୍ଲିପଦର ଗାଁରେ ୨୦୧୧ ମସିହାରେ ହେଉଥିବା ବୃଦ୍ଧ ବ୍ରାହ୍ମଣ ସିଂ ହତ୍ୟା ଘଟଣାରେ ପୁଲିସ ଆଉ ଜଣେ ଅଭିଯୁକ୍ତ ରାମ ବିଷୋୟୀ (73), ଦେଉଳଖଣି ଗାଁରୁ କୁ ଗିରଫ କରିଛି। ଏହି ଘଟଣା ଜମି ବିବାଦକୁ ନେଇ ଘଟିଥିଲା, ଯେଉଁଥିରେ ବ୍ରାହ୍ମଣ ସିଂଙ୍କୁ ଘରୁ ଘୋଷାଡ଼ି ଆଣି, ରାସ୍ତାରେ ପଥରରେ ଛେଚି ହତ୍ୟା କରାଯାଇଥିଲା ଓ ଯୌନାଙ୍ଗ କାଟିଦିଆଯାଇଥିଲା। ଏହା ପୂର୍ବରୁ ଦୁଇ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଏଯାଁ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି, ଯାହାକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି ସୂଚନା ଦେଇଛନ୍ତି।
ବ୍ରହ୍ମପୁର ବାପୁଜୀ ଆଶ୍ରମ ସ୍ଥିତ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବ. ରାଜୀବ ଗାନ୍ଧୀଙ୍କ ସହିଦ୍ ଦିବସ ଓ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ଭାରତୀୟଙ୍କ ସ୍ମୃତିରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି କୃଷ୍ଣ ମାହାନ୍ତି ଓ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ରାଉତ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଅନେକ ଯୁବ ଶ୍ରମିକ ଓ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ କରି ସେବା ଦେଇଥିଲେ।
ବ୍ରହ୍ମପୁର ସ୍ୱତନ୍ତ୍ର ସର୍କିଟ ହାଉସରେ ଖଣି ମନ୍ତ୍ରୀଙ୍କ ପକ୍ଷରୁ ହୋଇଥିବା ପ୍ରେସମିଟ୍ରେ ସୂଚିତ କରାଯାଇଛି ଯେ ସୁନ୍ଦରଗଡ଼ ଜିଲ୍ଲା ହେମଗିରି ତହସିଲର ୨୨ଟି ଖଣିରୁ ବେଆଇନ ଭାବେ ୯,୮୪୩ ମେଟ୍ରିକ୍ ଟନ୍ରୁ ଅଧିକ କୋଇଲା ଉତ୍ତୋଳନ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କାକୁ ଅଟିଛି। ଉଲ୍ଲେଖିତ ଖଣିଗୁଡ଼ିକ ମଧ୍ୟରୁ ୧୪ଟି ଗୋପାଳପୁର, ୩ଟି ରନ୍ସୋରା ଓ ୫ଟି ଭୋଗରାକଚର ଗାଁରେ ଅବସ୍ଥିତ ଥିବା ସହ ମୁଖ୍ୟତଃ ଜଙ୍ଗଲ ଜମି ଉପରେ ଅବସ୍ଥିତ। ଜାମଖାନି ସଂରକ୍ଷିତ ଜଙ୍ଗଲ ଓ ଭୋଗରାକଚର ଅଞ୍ଚଳରେ ବେଆଇନ ଭାବେ କୋଇଲା ଗଚ୍ଛିତ କରାଯାଇଥିବା ସୂଚନା ମଧ୍ୟ ମିଳିଛି।
ବ୍ରହ୍ମପୁର ମହାନଗର ନିଗମରେ ପରିସ୍ଥିତି ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ନା' କୌଣସି ଉନ୍ନତିମୂଳକ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି ନା' ପୁରୁଣା କାର୍ଯ୍ୟ ଗୁଡ଼ିକର ବିଲ୍ ଠିକାଦାରଙ୍କୁ ପୈଠ କରାଯାଉଛି । ଏହାକୁ ନେଇ ପୂର୍ବରୁ କର୍ପୋରେଟର ମାନେ ଅସନ୍ତୋଷ ପ୍ରକାଶ କରୁଥିଲେ। କିନ୍ତୁ ବର୍ତ୍ତମାନ ଠିକାଦାରମାନେ ମଧ୍ୟ ସ୍ବର ଉଠାଇଲେଣି। ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ର ବିଲ୍ ପ୍ରାୟ ବର୍ଷେ ପରେ ମଧ୍ୟ ପ୍ରଦାନ କରାଯାଇନଥିବା ଯୋଗୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମଙ୍ଗଳବାର ସନ୍ଧ୍ୟାରେ ପ୍ରାୟ ୨୦ଜଣ ଠିକାଦାର ସଂପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍