Back
Gajapati761017blurImage

Gajapati - ଦିବ୍ୟାଙ୍ଗ ଭତ୍ତା: ନୂଆ ସରକାରଙ୍କ ନୀତିରେ ଅସନ୍ତୋଷ ବୃଦ୍ଧି

PREMANANDA PUJARI
May 24, 2025 16:09:53
Chandiput, Odisha

ନୂଆଁ ସରକାର ଗଠନ ପରେ ଦିବ୍ୟାଙ୍ଗ ଭତ୍ତା ନେଇ ଆଶା ଓ ଆଶଙ୍କା ଦୁହିଁ ଦେଖାଯାଉଛି। ଭାଜପା ନିଜ ଇସ୍ତହାରରେ ଦିବ୍ୟାଙ୍ଗଙ୍କୁ 3500 ଟଙ୍କା ଭତ୍ତା ଦେବା ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଶାସନକୁ ଆସିବା ପରେ ସେହି ଭତ୍ତା ପାଇଁ 80% ଦିବ୍ୟାଙ୍ଗତା ମାନଦଣ୍ଡ ଲାଗୁ କରାଯାଇଛି। ଏହା ପାଇଁ ଅନେକ ଲୋକ କହୁଛନ୍ତି ଯେ ଦିବ୍ୟାଙ୍ଗ ଭତ୍ତା ଖର୍ଚ୍ଚ କମେଇବା ପାଇଁ ଏହି ନୀତି ଗ୍ରହଣ କରାଯାଇଛି। ଏହା ଫଳରେ 70%-75% ଦିବ୍ୟାଙ୍ଗତା ଥିବା ବ୍ୟକ୍ତିମାନେ ଭତ୍ତାରୁ ବଞ୍ଚିତ ହେବେ। ସରକାରଙ୍କ ଏହି ନୀତିକୁ ନେଇ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com