Back
Gajapati761017blurImage

Gajapati - ବଡବଡିଆ ବାବୁଙ୍କ କୈାଣସି ଗାଡ଼ିରେ ଲାଗିବନି ନାଲିବତୀ

PREMANANDA PUJARI
May 25, 2025 06:02:25
Chandiput, Odisha

 ଆଜି ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ସାରକିଟ ହାଉସ୍ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ କହିଛନ୍ତି ଯେ, ନାଲିବତୀ ଲଗାଇବା ପରିବହନ ବିଭାଗ ଦ୍ବାରା ସ୍ବତନ୍ତ୍ର ପ୍ରାଧିକରଣ ରହିଛି। ଏହି ନିୟମ ସମସ୍ତ ଙ୍କ ପାଇଁ ପ୍ରଯୁଜ୍ୟ। ଯଶସ୍ବୀ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜକୁ ସେବକ ଭାବି ଦେଶର ଗୈାରବ ବଢାଉଛନ୍ତି। ଏଭଳି କ୍ଷେତ୍ର ରେ ସେବକ ମନୋବୃତ୍ତିରେ ସମସ୍ତେ କାମକରିବାକୁ ଆହ୍ବାନ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଯାହାକୁ ନେଇ ନାଲିବତୀ ବ୍ୟବହାର ଉପରେ କଟକଣା ଓ ମନମୁଖୀ ଲଗେଇ ପାରିବେନି ନାଲିବତୀ ବୋଲି କହିଛନ୍ତି। ପୂର୍ବରୁ ନାଲିବତୀ ବ୍ୟବହାରକୁ ନେଇ ସାଂଘାତିକ ଅବସ୍ଥା ଦେଖିବାକୁ ମିଳିଛି। ବିନା ଅନୁମତିରେ ଚାଲିଛି ଶହ ଶହ ନାଲିବତୀ ଗାଡ଼ି କେହି ବି ନାଲିବତୀ ବ୍ୟବହାର ଅନୁମତି ମାଗିନାହାନ୍ତି। 

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com