Back
Gajapati761017blurImage

Gajapati - ଭାରସାମ୍ୟ ହରାଇ ରାସ୍ତା କଡର ଗଛକୁ ପିଟିଲା ଯାତ୍ରୀବାହୀ ବସ୍

PREMANANDA PUJARI
May 12, 2025 14:36:11
Bariabandha, Odisha

 ଗଜପତି: ଭାରସାମ୍ୟ ହରାଇ ରାସ୍ତା କଡର ଗଛକୁ ପିଟିଲା ଯାତ୍ରୀବାହୀ ବସ୍ । ଭାରସାମ୍ୟ ହରାଇ ରାସ୍ତା କଡ ର ଗଛକୁ ପିଟି ହୋଇ ଯାତ୍ରୀବାହୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତା ଉପରେ ହଠାତ ଏକ ଗାଇ କୁ ଦୁର୍ଘଟଣା ରୁ ବଞ୍ଚାଇ ବାକୁ ଯାଇ ଯାତ୍ରୀ ବାହି ବସ ଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛି । ଦୁର୍ଘଟଣା ରେ ବଡ ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବସରେ ବସିଥିବା ଯାତ୍ରୀ l ଘଟଣା ଘଟିଛି ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ଛେଲିଗଡ଼ ହାଟପଦା ନିକଟରେ l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ହନୁମାନ ନାମକ ଏକ ଯାତ୍ରୀବାହି ଘରୋଇ ବସଟି ପାରଳାଖେମୁଣ୍ଡି ରୁ ମୋହନା ଅଭିମୁଖେ ଆସୁଥିବା ବେଳେ ଛେଲିଗଡ଼ ହାଟପଦା ନିକଟରେ ଏକ ଗାଇଟି ହଠାତ ରାସ୍ତା ଉପରକୁ ଚାଲିଆସିଥିଲା।

1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com