Back
धर्मेंद्र प्रधान ने मायूरभंज में NEP क्रियान्वयन की समीक्षा की
AMABHAYA MOHANTY
Sept 16, 2025 11:06:06
Keonjhar, Odisha
ଆଜି ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାରିପଦା ସ୍ଥିତ ଶହୀଦ ସ୍ମୃତି ଭବନରେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି. ବୈଠକରେ ନବଜାତ ଶିଶୁଙ୍କ ପୋଷଣ ଠାରୁ ଆରମ୍ଭ କରି ସେମାନେ ଦ୍ୱାଦଶ ଶ୍ରେଣୀରେ ପଢିବା ପର୍ଯ୍ୟନ୍ତ ସେମାନଙ୍କୁ କିପରି ଗୁଣାତ୍ମକ ଶିକ୍ଷା ମିଳିବ, ଦକ୍ଷତା ବୃଦ୍ଧି ହୋଇପାରିବ, ସ୍ୱାସ୍ଥ୍ୟ ଠିକ ରହିବ, ଇତ୍ୟାଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା. ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ଉପରେ ଏକ ବିବରଣୀ ଉପସ୍ଥାପନ କରାଯାଇଥିଲା. ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଓଡ଼ିଶାର ଶିକ୍ଷାକୁ ଆଗେଇ ନେବାରେ ମୟୂରଭଞ୍ଜ ଜିଲ୍ଲାର ଅବଦାନ ଅତୁଳନୀୟ. ମୟୂରଭଞ୍ଜରେ ଅନେକ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ରହିଛି. ଏହି ଜିଲ୍ଲାର ବିକାଶ ନହେଲେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ସ୍ୱପ୍ନ ସମ୍ଭବ ହୋଇପାରିବ ନାହିଁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷାନୀତିର ପରାମର୍ଶ ଅନୁସାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ କାପାସିଟି ବିଲଡିଂ ବଢାଇବା ଆବଶ୍ୟକ. ସାକ୍ଷରତା ହାର ବୃଦ୍ଧି କରିବା ସହ ସ୍କୁଲରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଶିକ୍ଷାର ଗୁଣାତ୍ମକ ମାନକୁ ବଢାଇବା ଦିଗରେ ଯୋଜନା କରାଯିବ ବୋଲି ସେ ମତପ୍ରକାଶ କରିଥିଲେ. ଏହି ସମୀକ୍ଷା ବୈଠକରେ ଓଡ଼ିଶାର ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହନ୍ତ, ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ. ଆଜି ବାରିପଦା ଗସ୍ତକାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ. ବାରିପଦାରେ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନର ପ୍ରଶାସନିକ ଭବନ ଉଦଘାଟନ, ବାରିପଦା ଛଉ ପେଣ୍ଡାଲ ପ୍ରକଳ୍ପ ଓ ବାରିପଦାରେ ଜୁବୁଲି ପାର୍କ ଓ ଝିଞ୍ଜିରୀ ବନ୍ଧର ପୁନଃ ନବୀକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା. ଛଉ ପଡିଆ ନିକଟରେ କେନ୍ଦ୍ରମନ୍ତ୍ରୀ, ମନ୍ତ୍ରୀ ସାଂସଦ ଏବଂ ବିଧାୟକ ମାନେ ପାରମ୍ପରିକ ନୃତ୍ୟ ଦଳ ସହ ନୃତ୍ୟ ପରିବେଷଣ କରିଥିବାର ଦେଖାଯାଇଥିଲା. ତେବେ ସରକାରୀ କାର୍ଯକ୍ରମ ପରେ ଅପରାହ୍ନରେ ମାନ୍ୟବର ମନ୍ତ୍ରୀ ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କନଭେନସନ ହଲରେ ଆୟୋଜିତ ହେବାକୁ ଥିବା ଝୁମର କର୍ମଶାଳା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
YMYadvendra Munnu
FollowSept 16, 2025 12:39:280
Report
YMYadvendra Munnu
FollowSept 16, 2025 12:39:200
Report
BKBRAJESH KUMAR
FollowSept 16, 2025 12:39:130
Report
BSBIRENDRA SINHA
FollowSept 16, 2025 12:38:570
Report
JSJitendra Soni
FollowSept 16, 2025 12:38:380
Report
SSSUNIL SINGH
FollowSept 16, 2025 12:38:260
Report
RRRakesh Ranjan
FollowSept 16, 2025 12:38:170
Report
RKRakesh Kumar Bhardwaj
FollowSept 16, 2025 12:37:590
Report
SPSATYENDRA PARMAR
FollowSept 16, 2025 12:37:45Niwari, Madhya Pradesh:निवाड़ी- झांसी खजुराहो हाईवे पर चलती कार में अचानक आग लगी, कार बनी आग का गोला, आग लगते ही कार में सवार यात्रियों ने कूद कर बचाई अपनी जान, कुछ ही मिनटों में पूरी कार जलकर हुई खाक, ओरछा तिगेला के पास की घटना।
0
Report
AJAvinash Jagnawat
FollowSept 16, 2025 12:37:330
Report
VPVinay Pant
FollowSept 16, 2025 12:37:240
Report
MPMahesh Pareek
FollowSept 16, 2025 12:37:140
Report
ACAshish Chauhan
FollowSept 16, 2025 12:37:060
Report
BSBHUPENDAR SINGH SOLANKI
FollowSept 16, 2025 12:36:580
Report
DSDeepesh shah
FollowSept 16, 2025 12:36:460
Report