Back
सिद्धमहावीरे रोड पर विरोध के बीच ओवरब्रिज निर्माण निर्णय, कांग्रेस रोक की मांग
SMSanjay Mohapatra
Nov 13, 2025 09:26:46
Puri, Odisha
ସିଦ୍ଧମహାବୀର ରାସ୍ତା ନିର୍ମାଣ ଦାବିରେ ପୁରୀ ଜିଲ୍ଲା କଂଗ୍ରେସ ପକ୍ଷରୁ ରାସ୍ତାରୋକ। ତେବେ ଆସନ୍ତା ୨୦ତାରିଖ ଭିତରେ ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥାକୁ ତାଗିଦ କରିଛି ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ। ରାସ୍ତା ନିର୍ମାଣ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ। ଆସନ୍ତା ୧୦ ଦିନ ଭିତରେ ରାସ୍ତା କାମ ସରିବ। ତେବେ ସିଦ୍ଧ ମହାବୀର-ମାଟିଆପଡ଼ା ଓଭରବ୍ରିଜ ନିର୍ମାଣରେ ବିଳମ୍ବ ହେବା ସହ ଏହାର ଦୁଇ ପାର୍ଶ୍ଵରେ ସର୍ଭିସ ରୋଡ ନିର୍ମାଣ ମଧ୍ୟ ଧିମେଇ ଚାଲିଛି। ଏଣୁ ଏହି ସମସ୍ୟାର ସମାଧାନ ଦାବି କରି ପୁରୀ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀୟ ରାଜପଥ ୩୧୬ ଅବରୋଧ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି, ସଭାପତି ଇଂ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ଵରେ ମାଟ୍ଟିଆପଡ଼ାଠାରେ ରାସ୍ତା ରୋକ କରାଯାଇଥିଲା। ଜାତୀୟ ରାଜପଥ ପ୍ରାଧୁକରଣ ସୁପରିଣ୍ଟେଣ୍ଡେଣ୍ଟ ଇଂଜିନିୟରଙ୍କ ଲିଖିତ ପ୍ରତିଶ୍ରୁତି ପରେ କଂଗ୍ରେସ ବିକ୍ଷୋଭରୁ ଓହରିଥିଲା। ଆସନ୍ତା ୨୦ ତାରିଖ ସୁଦ୍ଧା ସର୍ଭିସ ରୋଡ୍ ନିର୍ମାଣ ଶେଷ କରିବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିର୍ମାଣ ଦାୟିତ୍ବରେଥିବା ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି।ଏହି ଓଭର ବ୍ରିଜ ନିର୍ମାଣ ପାଇଁ ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ଜାତୀୟ ରାଜପଥ ବିଭାଗ ଓ ପରିବହନ ମନ୍ତ୍ରଣାଳୟ ସ୍ବୀକୃତି ଦେଇଥିଲା। ୨୦୨୧ ମସିହାରେ ଭୂଅର୍ଜନ ବା ଜମି ଅଧୁଗ୍ରହଣ କାର୍ଯ୍ୟ ଶେଷ ହୋଇ ୨୦୨୨ ସୁଦ୍ଧା କାର୍ଯ୍ୟ ସଂପୂର୍ଣ୍ଣ ହେବାର ଥିଲା। ବିଳମ୍ବିତ କାର୍ଯ୍ୟ ଯୋଗୁ ୨୦୨୫ ମାର୍ଚ୍ଚ ସୁଦ୍ଧା ଶେଷ କରିବାର ଥିଲା ହେଲେ ଏପର୍ଯ୍ୟନ୍ତ ୫୦% କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । ଫଳରେ ପର୍ଯ୍ୟଟକ, ସ୍ଥାନୀୟ ବାସିଦା, ବିଦ୍ୟାର୍ଥୀ, ଦମକଳ, ଆମ୍ବୁଲାନ୍ସ ଆଦି ଯିବାରେ ଅហେତୁକ ଅସୁବିଧା ହେଉଛି। ଓଭରବ୍ରିଜ ଦୁଇ ପାର୍ଶ୍ଵରେ ଆପ୍ରୋଚ ରୋଡ଼ ନିର୍ମାଣ କରି ପରବର୍ତ୍ତୀ ସମୟରେ ଓଭରବ୍ରିଜ ନିର୍ମାଣ କରିବାର ନିୟମ ଥିଲେ ମଧ୍ୟ ଠିକା ସଂସ୍ଥା ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ଯୋଗୁ ସର୍ଭିସ ରୋଡ୍ ନିର୍ମାଣ ହୋଇପାରିନାହାଁ ବୋଲି କଂଗ୍ରେସ ଅଭିଯୋଗ କରିଛି।
1
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRohit Kumar
FollowNov 13, 2025 10:52:580
Report
SSSHAILENDAR SINGH THAKUR
FollowNov 13, 2025 10:52:300
Report
ASASHISH SHRIVAS
FollowNov 13, 2025 10:52:060
Report
SBSantosh Bhagat
FollowNov 13, 2025 10:51:440
Report
PKPradeep Kumar
FollowNov 13, 2025 10:51:140
Report
SRSANDEEP RATHORE
FollowNov 13, 2025 10:50:550
Report
RSRAKESH SINGH
FollowNov 13, 2025 10:50:370
Report
HSHEMANT SANCHETI
FollowNov 13, 2025 10:50:190
Report
ADAbhijeet Dave
FollowNov 13, 2025 10:49:511
Report
RKRupesh Kumar
FollowNov 13, 2025 10:49:311
Report
RVRaunak Vyas
FollowNov 13, 2025 10:49:191
Report
DVDinesh Vishwakarma
FollowNov 13, 2025 10:48:541
Report
KSKartar Singh Rajput
FollowNov 13, 2025 10:47:221
Report
DKDeepesh Kumar
FollowNov 13, 2025 10:47:012
Report