Back
केन्दुज़हऱ में 60 रास संकीर्तन के साथ भक्तिमय महायज्ञ का चार दिन का उत्सव
AMABHAYA MOHANTY
Feb 07, 2026 09:00:35
Keonjhar, Odisha
ଆଙ୍କର: ୨୬୦ ଭର୍ଷରୁ ଯେଉଁଠି ଅହରହ ଜଳୁଛି ଧୂନି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବଡ଼ବିଲ ଗାଁର ସନ୍ଥ ଦୟାଦାସ ପୀଠର ଆଧ୍ୟାତ୍ମିକ ଚେତନାରେ ଅନୁପ୍ରାଣିତ ଖଣ୍ଡମଣ୍ଡଳର ଶ୍ରଦ୍ଧାଳୁ । ଏଠାରେ ୪ଦିନ ଧରି ଚାଲିଥିବା କୃଷ୍ଣଲୀଳା ରାସ ମହାଯଜ୍ଞରେ କେନ୍ଦୁଝର, ସୁନ୍ଦରଗଡ଼ ଓ ପଡ଼ୋଶୀ ଝାଡ଼ଖଣ୍ଡ ର ୬୦ଟି ରାସ ସଂକୀର୍ତ୍ତନ ଦଳର ୩ହଜାର କଳାକାର ଅଂଶଗ୍ରହଣ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ କୃଷ୍ଣ ରସାମୃତ ପାନ କରାଇଥିଲେ । ଉଦଯାପନୀ ଦିବସରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୋରେଇ ବିଧାୟକ ଆକାଶ ଦାସ ନାୟକ ଓ ତେଲକୋଇ ବିଧାୟକ ଅଂଶଗ୍ରହଣ କରି ଉପସ୍ଥିତ ଜନତାଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ । ବାଂଶପାଳରୁ ଦେଖିବା ଏହି ରିପୋର୍ଟ ।
ଭି. ଓ. ୧-କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କଲଣ୍ଡା ପଞ୍ଚାୟତର ବଡ଼ବିଲ ଗାଁର ସନ୍ଥ ଦୟାଦାସଙ୍କ ପୀଠ । ଗତ ୪ଦିନ ଧରି ଏଠାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଠାରେ ୬୦ତମ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଅନୁଷ୍ଠିତ ହେବା ଅବସରରେ କେନ୍ଦୁଝର, ସୁନ୍ଦରଗଡ଼ ଓ ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ୬୦ଟି ରାସ ସଂକୀର୍ତ୍ତନ ଦଳ ନିଜର କଳାନୈପୁନ୍ୟ ପ୍ରଦର୍ଶିତ କରିଥିଲେ । ଭକ୍ତିରସରେ ଭରା ସଦସ୍ୟଙ୍କର ଏହି ନୃତ୍ୟଗୀତ, ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମନକୁ ଛୁଇଁଥିଲା । ଉଦଯାପନୀ ସଂଧ୍ୟାରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସନ୍ଥ ଦୟାଦାସଙ୍କ ପୀଠ ପ୍ରତି ଅଞ୍ଚଳବାସୀଙ୍କର ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ସ୍ୱରୂପ ଏହି ମହାଯଜ୍ଞ, ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ।
ବାଇଟ ୪-ଭି.ଓ. ସୂର୍ୟବଂଶୀ ସୂରଜ, ଉଚ୍ଚଶିକ୍ଷାମନ୍ତ୍ରୀ ।
ବାଇଟ ୫-ଆକାଶ ଦାସ ନାୟକ, କୋରେଇ ବିଧାୟକ ।
ଭି.ଓ.୨-ଜନଶ୍ରୁତି ଅନୁଯାୟୀ, ଏଠାରେ ବହୁବର୍ଷ ପୂର୍ବରୁ ଦୟା ଦାସ ନାମରେ ଜଣେ ସନ୍ଥ ରହୁଥିଲେ । ତାଙ୍କ ସମ୍ପର୍କରେ ଖବର ପାଇ ଦୟାଦାସ ଶୂନ୍ୟରେ ସାଧନା କରୁଥିବା ଦେଖି କେନ୍ଦୁଝର ରାଜା ଗୋବିନ୍ଦ ଭଞ୍ଜ ଆଶ୍ଚର୍ଯ୍ୟାନ୍ବିତ ହୋଇଥିଲେ । ସେବେଠାରୁ ଏଠାର ଅଲିଭା ଅଗ୍ନି ପ୍ରଜ୍ଜ୍ବଳିତ ହେଉଛି । ସନ୍ଥ ଦୟାଦାସଙ୍କ ପୀଠର ମାହାତ୍ମ୍ୟରେ ଅନୁପ୍ରାଣିତ ହୋଇ ଗତ ୬୦ବର୍ଷ ଧରି ଏଠାରେ ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ଆଖପାଖର ଲୋକମାନଙ୍କ ସହ ଯୁବପୀଢ଼ୀ ଯୋଗଦେଇ ବିଭୂକୃପା ଲାଭ କରିଛନ୍ତି ।
ବାଇଟ ୪-ବ୍ରହ୍ମାନନ୍ଦ ବେହେରା, ସଭାପତି, କୃଷ୍ଣଲୀଳା ଲୋକ ନୃତ୍ୟ ସଂଘ ।
ବାଇଟ ୫-ନୋଉଜାନୀ ପ୍ରଧାନ, ଶ୍ରଦ୍ଧାଳୁ ।
ଫାଭିଓ: ୪ଦିନ ଧରି ଚାଲିଥିବା ତ୍ରିତାପହାରୀ ବ୍ରହ୍ମ ଗୋଛନ୍ଦ ମହାଯଜ୍ଞ ଓ କୃଷ୍ଣଲୀଳା ରାସ ମହାମଞ୍ଚ ଉଦଯାପିତ ହୋଇଛି । ବହୁ ବର୍ଷର ପୁରାତନ ସଂସ୍କୃତି ଓ ପରମ୍ପରାକୁ ଆଜିବି ଏଠାକାର ଲୋକେ ବଞ୍ଚାଇ ରଖିଛନ୍ତି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
JPJai Pal
FollowFeb 07, 2026 10:18:230
Report
GSGAURAV SRIVASTAVA
FollowFeb 07, 2026 10:18:120
Report
AMATUL MISHRA
FollowFeb 07, 2026 10:17:570
Report
NBNARAYAN BEHERA
FollowFeb 07, 2026 10:17:420
Report
SKSATISH KUMAR
FollowFeb 07, 2026 10:17:220
Report
PPPraveen Pandey
FollowFeb 07, 2026 10:17:090
Report
RSRavi sharma
FollowFeb 07, 2026 10:16:470
Report
MSManish Sharma
FollowFeb 07, 2026 10:16:390
Report
SSSUNIL SINGH
FollowFeb 07, 2026 10:16:250
Report
RSRUPENDRA SHRIWASTVA
FollowFeb 07, 2026 10:16:110
Report
ACAshish Chauhan
FollowFeb 07, 2026 10:15:570
Report
ASAshok Singh Shekhawat
FollowFeb 07, 2026 10:15:450
Report
ASAkhilesh Sharma
FollowFeb 07, 2026 10:15:300
Report
0
Report
RKRakesh Kumar Bhardwaj
FollowFeb 07, 2026 10:13:32Jodhpur, Rajasthan:जो धपुर नकली घी के बारे में पुलिस की कार्रवाई, पुलिस की CST टीम की कार्रवाई मेहराज तंवर की टीम ने की कार्रवाई मंडोर क्षेत्र में नकली घी के संदेह में कार्रवाई
0
Report